କେନ୍ଦ୍ରାପଡା: ସାମୁଦ୍ରିକ ଝଡ ‘ଫନି’ ତାଣ୍ଡବ ଲୀଳା ରଚାଇ ଚାଲିଥିବା ବେଳେ କେନ୍ଦ୍ରାପଡାରୁ ଏକ ଦୁଃଖଦ ଖବର ଆସିଛି । ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେବାକୁ ଆସୁଥିବା ବେଳେ ରାସ୍ତାରେ ପଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି ।
ମୃତକ ହେଲେ ଦେବନାରାୟଣ ପଞ୍ଚାୟତ ଗର୍ତ୍ତଗଣ୍ଡିଆ ଗାଁର ଉଷାରାଣୀ ବୈଦ(65) । ଗୋଟେ ପଟେ ‘ଫନି’କୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ