ETV Bharat / state

ନଦୀଭିତ୍ତିକ ବନ୍ଦର ପ୍ରକଳ୍ପ; ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, 5T ସଚିବ - Mahanadi Riverine Port site

କେନ୍ଦ୍ରାପଡାର ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର ଆଖଡାଶାଳୀ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ ।

ନଦୀଭିତ୍ତିକ ବନ୍ଦର ପ୍ରକଳ୍ପ
ନଦୀଭିତ୍ତିକ ବନ୍ଦର ପ୍ରକଳ୍ପ
author img

By

Published : Dec 21, 2020, 7:56 AM IST

କେନ୍ଦ୍ରାପଡା: 2018ମସିହାରେ ରାଜ୍ୟ ସରକାରଙ୍କ ଦ୍ବାରା ଯୋଜନା କରାଯାଇଥିବା ବହୁ ପ୍ରତୀକ୍ଷିତ ଆଖଡାଶାଳୀ ନଦୀ ଭିତ୍ତିକ ବନ୍ଦର ଆରମ୍ଭ ହେବା ଆଶା ବଢିଛି। ରବିବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସମେତ 5T ସଚିବ ଭିକେ ପାଣ୍ଡିଆନ ପ୍ରସ୍ତାବିତ ସ୍ଥାନକୁ ଯାଇ ଅନୁଧ୍ୟାନ କରିଛନ୍ତି । ପାରାଦୀପ ପଟୁ ବୋଟ୍‌ରେ ଆସି ପ୍ରସ୍ତାବିତ ସ୍ଥାନ ଦେଖିଛନ୍ତି ।

ନଦୀଭିତ୍ତିକ ବନ୍ଦର ପ୍ରକଳ୍ପ

ଏମାନଙ୍କ ସହିତ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ଏହି ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେବ ସେ ନେଇ ଅଧିକାରୀବୃନ୍ଦ ଆଲୋଚନା କରିଥିବା ଜଣାପଡିଛି ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଆଖଡାଶାଳୀରେ ହେବାକୁ ଯାଉଥିବା ଏହି ବନ୍ଦର ନିତିଦିନିଆ ବହୁମୁଖୀ ସେବା ଯୋଗାଇଦେବ। ବାର୍ଷିକ 54ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଏହି ନଦୀଭିତ୍ତିକ ବନ୍ଦର ପାଇଁ 4,062 କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଛି । ଏହା ପିପିପି ମୋଡ୍‌ରେ ନିର୍ମାଣ ହେବ ବୋଲି କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ 22ମେଟ୍ରିକ ଟନ କ୍ଷମତା କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.