ETV Bharat / state

ଏନଆରସି ଭୟ, ଚିନ୍ତାରେ ଦେଶାନ୍ତର ନୋଟିସ ପାଇଥିବା ଲୋକେ

କେନ୍ଦ୍ରାପଡାରେ ଲାଗୁ ହୋଇପାରେ ଏନଆରସି । ବିଦା ହୋଇପାରନ୍ତି ଅନୁପ୍ରବେଶକାରୀ । ଏହାରି ଭିତରେ 2004 ମସିହାରେ ଦେଶାନ୍ତର ନୋଟିସ ପାଇଥିବା ଲୋକଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ସେତେବେଳେ ନୋଟିସ ପାଇଥିବା ପରିବାର ଏବେ କିପରି ଅଛନ୍ତି ତାହା ଦେଖିବାକୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା ଇଟିଭି ଭାରତ ।

ଡିଜାଇନ ଫଟୋ
author img

By

Published : Oct 9, 2019, 3:18 PM IST

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଲାଗୁ ହୋଇପାରେ ଏନଆରସି । ବିଦା ହୋଇପାରନ୍ତି ଅନୁପ୍ରବେଶକାରୀ । ଏହାରି ଭିତରେ 2004 ମସିହାରେ ଦେଶାନ୍ତର ନୋଟିସ ପାଇଥିବା ଲୋକଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ସେତେବେଳେ ନୋଟିସ ପାଇଥିବା ପରିବାର ଏବେ କିପରି ଅଛନ୍ତି ତାହା ଦେଖିବାକୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା ଇଟିଭି ଭାରତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ତେବେ 2004 ମସିହାରେ ନୋଟିସ ପାଇଥିବା ଜଣେ ବ୍ୟକ୍ତି ହେଉଛନ୍ତି ଗୋପାଳ ମିତ୍ର । ତାଙ୍କ ଘର ମହାକାଳପଡା ବ୍ଲକ ଗୋଗୁଆ ପଞ୍ଚାୟତର କଳତୁଙ୍ଗା ପଶ୍ଚିମପଡା । ଗତ 24.12.2004ରେ ଗୋପାଳ, ତାଙ୍କ ମା’ କମଳା ଓ ବାପା ସ୍ବର୍ଗତ କେଶବ ମିତ୍ରଙ୍କୁ ଦେଶାନ୍ତର ନୋଟିସ ଦିଆଯାଇଥିଲା । ହେଲେ ଏହାକୁ ମାନି ନାହାଁନ୍ତି ସେ । ଗୋପାଳଙ୍କ କହିବାନୁଯାୟୀ, ତାଙ୍କ ପୂର୍ବଜ 52 ମସିହାରୁ ଏଠାକୁ ଆସିଛନ୍ତି । 1975 ମସିହା ଭୋଟର ତାଲିକାରେ ଗୋପାଳଙ୍କ ବାପା କେଶବ ମିତ୍ର, ମା କମଳା ମିତ୍ରଙ୍କ ସମେତ ତାଙ୍କ ଚାରି ଜେଜେ ଓ ଅନ୍ୟ ପରିବାରର ସଦସ୍ୟଙ୍କ ନାମ ରହିଥିବା ସେ କହିଛନ୍ତି ।

ତାଙ୍କ ଉପରେ କେହି ଆକ୍ରୋଶମୂଳକ ମନୋଭାବ ରଖି ପ୍ରଶାସନିକ ବାବୁ ମାନଙ୍କ ପାଖରେ ଏହି ନୋଟିସ କରାଇଥିବା ଅଭିଯୋଗ କରିଛନ୍ତି ସେ । ଏହା ସହ ଭାରତ ହେଉଛି ତାଙ୍କ ଜନ୍ମଭୂମି ତେଣୁ ସେ ଭାରତ ଛାଡି, ଓଡିଶା ଛାଡି କିମ୍ବା କେନ୍ଦ୍ରାପଡା ଛାଡି କୁଆଡେ ଯିବେ ନାହିଁ ବୋଲି କାନ୍ଦିକାନ୍ଦି କହିବା ସହ ଦରକାର ହେଲେ ସେ ରହୁଥିବା ସ୍ଥାନରେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି । ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ଗୋପାଳଙ୍କ ପିତାଙ୍କ ଦେହାନ୍ତ ହୋଇଥିବାବେଳେ ଘରେ ବୁଢୀ ମା, ସ୍ତ୍ରୀ ଓ ଦୁଇଟି ଛୋଟ ପୁଅ ଅଛନ୍ତି ।

ଅପରପକ୍ଷରେ ଗୋପାଳ ମିତ୍ରଙ୍କର ଘର ଗତ ନିର୍ବାଚନ ସମୟରେ ପୋଡିଯାଇଥିବା ବେଳେ ସେ ମାଗିଯାଚି ନଡା ଛପର ଘରଖଣ୍ଡିଏ ତୋଳିଛନ୍ତି । ଏହି ପରିସ୍ଥିତିରେ ଏବେ ଏନଆରସି କଥା ଉଠିଲା ବେଳକୁ ତାଙ୍କର ଛାତି ଭୟରେ ଥରି ଉଠୁଥିବା ସେ କହିଛନ୍ତି ।

ସେପଟେ ରାଜସ୍ବ ବିଭାଗ ଦ୍ଵାରା କୌଣସି ତଦନ୍ତ କରାନଯାଇ କେବଳ କାହା ଶୁଣା କଥାରେ ଗୋପାଳ ଓ ତାର ପରିବାରକୁ ନୋଟିସ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ କେବଳ ଗୋପାଳଙ୍କ ପରିବାର ନୁହଁନ୍ତି । 18ଟି ଓଡିଆ ପରିବାର, ସେତେବେଳର 27 ଜଣ ମୃତ ବ୍ୟକ୍ତି, 13 ଜଣ ଶିଶୁଙ୍କ ନାମ ମଧ୍ୟ 2004 ଦେଶାନ୍ତର ନୋଟିସରେ ରହିଥିବା କହିଛନ୍ତି ସିପିଆଇଏମ୍‌ ଜିଲ୍ଲା ସମ୍ପାଦକ ଗୟାଧର ଧଳ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:09.10.2019
Radhakanta Mohanty, Kendrapada
Slug-od_kpr_01_notice gopal_script_7204459
Anchor-NRC ଅପଡେଟକୁ ନେଇ ଚାଲିଛି ବଡ଼ ବିତର୍କ।ସେପଟେ ଗତ କିଛି ବର୍ଷ ହେବ ଆସି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ରହୁଥିବା ଅନୁପ୍ରବେଶକାରୀ ମୁହଁ ଟାଣ ଦେଖାଉଥିବା ବେଳେ ଦୀର୍ଘ ଚାରି ପିଢ଼ି ବା ୧୯୫୨ ମସିହାରୁ ଭାରତରେ ଆସି ରହୁଥିବା ଓ ପରେ ୨୦୦୪ ମସିହାରେ ଭାରତ ଛାଡ଼ ନୋଟିସ ପାଇଥିବା ପରିବାର ଗୁଡିକଙ୍କର ସ୍ଥିତି କଣ ତାହା ଦେଖିବାକୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା ETV BHARAT।
Body:VO1-ଗୋପାଳ ମିତ୍ର।ଘର ମହାକାଳପଡ଼ା ବ୍ଲକ ଗୋଗୁଆ ପଞ୍ଚାୟତର କଳତୁଙ୍ଗା ପଶ୍ଚିମପଡା।ଗତ ୨୪.୧୨.୨୦୦୪ରେ ଗୋପାଳ, ତାଙ୍କ ମା କମଳା ଓ ବାପା ସ୍ବର୍ଗତ କେଶବ ମିତ୍ରଙ୍କୁ ଦେଶାନ୍ତର ନୋଟିସ ଦିଆଯାଇଥିଲା।ତେବେ ନୋଟିସ ପୂର୍ବରୁ କେଉଁ ଆଧାରରେ ତଦନ୍ତ କରାଯାଇଛି ତାହା ଜଣାନଥିଲା କାରଣ ତଦନ୍ତ ହେବା କେହି ଜାଣିନାହାନ୍ତି।ଗୋପାଳଙ୍କ କହିବାନୁଯାୟୀ ତାଙ୍କ ପୂର୍ବଜ ୫୨ ମସିହାରୁ ଏଠାକୁ ଆସିଛନ୍ତି।୧୯୭୫ମସିହା ଭୋଟର ତାଲିକାରେ ଗୋପାଳଙ୍କ ବାପା କେଶବ ମିତ୍ର,ମା କମଳା ମିତ୍ରଙ୍କ ସମେତ ତାଙ୍କ ଚାରି ଜେଜେ ଓ ଅନ୍ୟ ପରିବାରର ସଦସ୍ୟଙ୍କ ନାମ ମଧ୍ୟ ରହିଛି କିନ୍ତୁ ଏମାନଙ୍କୁ ୨୦୦୪ରେ ନୋଟିସ ଦିଆଯାଇଛି ଯାହାକି ଅନ୍ୟମାନେ ତାଙ୍କ ସହିତ ବା ପରେ ଆସିଥିଲେ ମଧ୍ୟ ସେମାନଙ୍କୁ କୌଣସି ନୋଟିସ ଦିଆଯାଇନାହିଁ ତେଣୁ ତାଙ୍କ ଉପରେ କେହି ଆକ୍ରୋଶମୂଳକ ମନୋଭାବ ରଖି ପ୍ରଶାସନିକ ବାବୁ ମାନଙ୍କ ପାଖରେ ଏହି ନୋଟିସ କରାଇଛି।ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ଗୋପାଳର ବାପା ଆରପାରିକୁ ଚାଲିଯାଇଥିବା ବେଳେ ଘରେ ବୁଢ଼ୀ ମା ଦିବ୍ୟାଙ୍ଗ କମଳା ଯାହା ନାମରେ ନୋଟିସ ମଧ୍ୟ ରହିଛି ଆଉ ସ୍ତ୍ରୀ ସହିତ ଦୁଇଟି ଛୋଟପୁଅ।ଭାରତ ହେଉଛି ତାଙ୍କ ଜନ୍ମଭୂମି ତେଣୁ ସେ ଭାରତ ଛାଡି, ଓଡିଶା ଛାଡି କିମ୍ବା କେନ୍ଦ୍ରାପଡ଼ା ଛାଡି କୁଆଡେ ଯିବେ ନାହିଁ ବୋଲି କାନ୍ଦିକାନ୍ଦି କହିବା ସହ ଦରକାର ହେଲେ ସେ ରହୁଥିବା ସ୍ଥାନରେ ଆତ୍ମହତ୍ୟା କରିବେ ବୋଲି ଗୋପାଳ କହିଛନ୍ତି।ଅନ୍ୟପଟେ ଏହି ଗାଁକୁ ଲାଗି ଥିବା ଓଡ଼ିଆ ଗାଁର ଜଣେ ବୃଦ୍ଧ ବ୍ୟକ୍ତି ଗୋପାଳ ଓ ତାଙ୍କ ପରିବାର ବିଷୟରେ କହିଛନ୍ତି ଯେ ଏମାନଙ୍କର ପୂର୍ବଜ ଏଠାରେ ଆସି ବସବାସ କରୁଥିଲେ ଓ ଗୋପାଳ ଏଠାକାର ବାସିନ୍ଦା।ତେଣୁ ଗୋପାଳ ବିରୋଧରେ ଲାଗିଥିବା ନୋଟିସକୁ ସରକାର ପ୍ରତ୍ୟାହାର କରିନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି।
Byt-ଗୋପାଳ ମିତ୍ର(ଦେଶାନ୍ତର ନୋଟିସ ପାଇଥିବା ବ୍ୟକ୍ତି)
Byt-ଶ୍ରୀସୁମନ୍ତ ଭୂୟାଁ(ଓଡ଼ିଆ ବାସିନ୍ଦା)
VO2-ଆମିକସ କ୍ୟୁରି ମାନ୍ୟବର ନ୍ୟାୟାଳୟଙ୍କୁ ଦେଇଥିବା ତଦନ୍ତ ରିପୋର୍ଟରେ ଆର୍ଦ୍ରଭୂମି ଶେଷ ହେବା ଏବଂ ଅନୁପ୍ରବେଶକାରୀଙ୍କ ଦ୍ୱାରା ଜଙ୍ଗଲଜମି ଜବରଦଖଲ କରାଯାଇ ଚିଙ୍ଗୁଡ଼ି ଘେରି କରାଯିବା ଉଲ୍ଲେଖ କରାଯାଇଛି।ତେବେ ଏହି ପରିବାର ଦ୍ୱାରା ସେମିତି କୌଣସି ଜବରଦଖଲ କରାଯାଇଥିବା ଅନୁମାନ କରାଯାଇନପାରେ।ଅପରପକ୍ଷରେ ଗୋପାଳ ମିତ୍ରଙ୍କର ଘର ଗତ ନିର୍ବାଚନ ସମୟରେ ପୋଡିଯାଇଥିବା ବେଳେ ସେ ମାଗିଯାଚି ନଡାଛପର ଘରଖଣ୍ଡିଏ ତୋଳିଛନ୍ତି।ଏବେ NRC କଥା ଉଠିଲା ବେଳକୁ ଭୟରେ ଛାତି ଥରିଉଠୁଛି ଗୋପାଳଙ୍କର ସେଥିପାଇଁ ଦୀର୍ଘ ୫ ଦିନ ଧରି ଗୋପାଳ ଓ ତାଙ୍କ ପରିବାର ମୁହଁକୁ ଦାନା ମୁଠାଏ ଯାଇନାହିଁ।ରାଜସ୍ୱ ବିଭାଗ ଦ୍ଵାରା କୌଣସି ତଦନ୍ତ କରାନଯାଇ କେବଳ କାହା ଶୁଣା କଥାରେ ଗୋପାଳ ଓ ତାର ପରିବାରକୁ ନୋଟିସ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଅନ୍ୟପକ୍ଷରେ ଗତ ୨୦୦୩ ମସିହାରେ ବାଂଲାଦେଶୀ ଚିହ୍ନଟ ପାଇଁ କରାଯାଇଥିବା ଟିମର ସଦସ୍ୟ ତଥା CPIM ଜିଲ୍ଲା ସମ୍ପାଦକ ଗୟାଧର ଧଳ ମଧ୍ୟ ଏହି ନୋଟିସକୁ ନେଇ ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଏହି ନୋଟିସ ଗୁଡିକ ତ୍ରୁଟିଶୂନ୍ୟ ନୁହେଁ ତ୍ରୁଟିପୂର୍ଣ୍ଣ ଏବଂ ଏହି ନୋଟିସ ଗୁଡିକରେ ୧୮ଟି ଓଡ଼ିଆ ପରିବାର,୨୭ଜଣ ମୃତବ୍ୟକ୍ତି(ତତ୍କାଳୀନ),୧୩ଜଣ ଶିଶୁ ଯେଉଁମାନଙ୍କର ବୟସ ୦-୨ବର୍ଷ ମଧ୍ୟରେ ନାମ ରହିଛି ଯାହାକି ତଦନ୍ତ ନାମରେ କେବଳ ଗୋଟେ ଫାର୍ସ ଥିଲା ତେଣୁ CPIM ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଭେଟି ଏହି ନୋଟିସ ଗୁଡ଼ିକୁ ରଦ୍ଧ କରାଯିବା ସହ ଏହାର ସଠିକ ତଦନ୍ତ ଗ୍ରାମସଭା ମାଧ୍ୟମରେ କରାଯାଉ ବୋଲି ଦାବି ଜଣାଇଥିଲେ।
Byt-ଗୋବିନ୍ଦ ମଣ୍ଡଳ(ବଙ୍ଗଭାଷୀ)
Byt-ଗୟାଧର ଧଳ(ସମ୍ପାଦକ,CPIM)
Conclusion:FVO-ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଗୋପାଳର ପରିବାରକୁ ୨୦୦୪ରେ ନୋଟିସ କରାଯାଇଛି ତେବେ ତାଙ୍କୁ ଆଧାର କାର୍ଡ, ଭୋଟ ପରିଚୟପତ୍ର, ରାସନକାର୍ଡ ସମେତ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ମିଳୁଛି କିପରି?ରାଜନୈତିକ ଦଳ ମାନଙ୍କର ଛକାପଞ୍ଝା ଭିତରେ କେତେ ଗୋପାଳ ନିଜ ପରିଚୟ ଖୋଜୁଛନ୍ତି?ଆହୁରି ମଧ୍ୟ ଏନୀରିହ ମିତ୍ରର ଶତ୍ରୁ କିଏ???
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.