ETV Bharat / state

ନିଶୁଳ୍କ ଋଣ ମୁକ୍ତି ଅଭିଯାନ, ଏନ୍‌ଜିଓର ଋଣ ଛାଡ ପ୍ରଚାର

author img

By ETV Bharat Odisha Team

Published : Nov 27, 2023, 7:17 AM IST

ଏକ ଗୁଜରାଟ ଆଧାରିତ ଏନଜିଓର "ନିଶୁଳ୍କ ଋଣ ମୁକ୍ତି ଅଭିଯାନ" । ଅଭିଯାନର ପ୍ରକୃତ ଉଦ୍ଦେଶ୍ଯ ଅସ୍ପଷ୍ଟ । ତଦନ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନଙ୍କୁ ଦାବି । ଅଗକୁ ପଢ଼ନ୍ତୁ

ନିଶୁଳ୍କ ଋଣ ମୁକ୍ତି ଅଭିଯାନ
ନିଶୁଳ୍କ ଋଣ ମୁକ୍ତି ଅଭିଯାନ
ନିଶୁଳ୍କ ଋଣ ମୁକ୍ତି ଅଭିଯାନ

କେନ୍ଦ୍ରାପଡା : ଋଣ ମୁକ୍ତ କରାଇବା ପାଇଁ ଲାଗିଥିଲା ମେଳା । ଲାଗିଥିଲା ହଜାର ହଜାର ମହିଳାଙ୍କ ଭିଡ଼ । ଏକ ଗୁଜରାଟ ଆଧାରିତ ଏନଜିଓର "ନିଶୁଳ୍କ ଋଣ ମୁକ୍ତି ଅଭିଯାନ" କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ାରେ ଅନୁଷ୍ଠିତ ହୋଇଛି । ଆଧାର କାର୍ଡ ଏବଂ ଅନ୍ୟାନ୍ୟ ସାର୍ଟିଫିକେଟ ଯୋଗେ କରାଯାଉଥିଲା ପଞ୍ଜୀକରଣ । ତେବେ ଏଭଳି ଏକ ଅଭିଯାନର ପ୍ରକୃତ ଉଦ୍ଦେଶ୍ଯ ଅସ୍ପଷ୍ଟ ରହିଥିଲା । ଏନେଇ ଜିଲ୍ଲା ପ୍ରଶାସନ ପାଖରେ ଖବର ନାହିଁ । ଏଭଳି କାର୍ଯ୍ୟକ୍ରମକୁ ନେଇ ତଦନ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ହୋଇଛି ।

କେନ୍ଦ୍ରାପଡା ତିନିମୁହାଣି ସ୍ଥିତ ଭାରତୀ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ହୋଇଥିଲା "ନିଶୁଳ୍କ ଋଣ ମୁକ୍ତି ଅଭିଯାନ" । ଋଣ ମୁକ୍ତ କରିବା ପାଇଁ ମେଳା ଲାଗିଥିବା ଜାଣିବା ପରେ ହଜାର ହଜାର ମହିଳା ଭିଡ଼ ଜମାଇଲେ । ଏକ ଗୁଜରାଟ ଆଧାରିତ ଏନଜିଓ କେନ୍ଦ୍ରାପଡାରେ ଏହି "ନିଶୁଳ୍କ ଋଣ ମୁକ୍ତି ଅଭିଯାନ" ମାଧ୍ୟମରେ ଏକ ପ୍ରମାଣପତ୍ର ବିତରଣ ଆରମ୍ଭ କରିଥିଲା । ଏ ଖବର ପ୍ରଚାର ହୋଇଯିବା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ମହିଳା ପହଞ୍ଚି ନିଜ ନାମ ପଞ୍ଜୀକରଣ କରିବା ପାଇଁ ଚାହିଁଥିଲେ । ଏଥିପାଇଁ ଆଧାର କାର୍ଡ ଏବଂ ଅନ୍ୟାନ୍ୟ ସାର୍ଟିଫିକେଟର ମଧ୍ୟ ଆବଶ୍ୟକତା ପଡୁଥିଲା । ତେବେ ଏନଜିଓର ମୁଖ୍ୟ ରାଜେଶ୍ୱର ବ୍ରହ୍ମଭଟ ଅଭିଯାନର ଉଦ୍ଦେଶ୍ଯ ସମ୍ପର୍କରେ ସୂଚନା ଦେଇଥିଲେ ସୁଦ୍ଧା ଅଭିଯାନର ପ୍ରକୃତ ଉଦ୍ଦେଶ୍ଯ ଅସ୍ପଷ୍ଟ ରହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ....ମୁମ୍ବାଇରେ ଠକି ଓଡ଼ିଶା ଲୁଚିଥିଲେ, ୨ ଠକଙ୍କୁ ଭୁବନେଶ୍ୱରରୁ ବାନ୍ଧିଲା ଥାନେ ପୋଲିସ

ତେବେ ଗାଁ ଗାଁ ବୁଲି ଏଜେଣ୍ଟଙ୍କ ମାଧ୍ୟମରେ ମହିଳାଙ୍କୁ ଏକଜୁଟ କରାଇ ଏହି ନିଃଶୁଳ୍କ ଋଣ ମୁକ୍ତି ଅଭିଯାନ ପାଇଁ ଡାକିଥିଲେ । ମହିଳା ମାନଙ୍କୁ ଟ୍ରଷ୍ଟର ପ୍ରମାଣ ପାତ୍ର ଦେବା ଆଳରେ ଆଧାର କାର୍ଡ ଏବଂ ମୋବାଇଲ ନମ୍ବର ମଧ୍ୟ ମାଗି ନେଇଥିଲେ । ଜିଲ୍ଲାର ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ମହାକାଳପଡ଼ା ବ୍ଲକର ମହିଳାମାନଙ୍କୁ ସେମାନେ କରିଥିବା ସମସ୍ତ ଋଣକୁ ଶୁଝିଦେବେ ବୋଲି ଭରଷା ଦେଖାଇଥିଲା ଏହି ଟ୍ରଷ୍ଟ । 4 ମାସ ତଳୁ ଚଳାଇଥିବା ଏହି ଅଭିଯାନରେ ଅନେକ ମହିଳାଙ୍କୁ ସାମିଲ କରାଇଥିଲେ ।

ନିକଟ ଅତୀତରେ ଡିଜିଟାଲ ଡୋର ଠକେଇର ଶିକାର ହୋଇଥିଲେ କେନ୍ଦ୍ରାପଡ଼ାବାସୀ । ପୁଣି ଏପରି ଏକ ଅନୁଷ୍ଠାନକୁ ମହିଳା ମାନଙ୍କ ଆଧାର କାର୍ଡ ଏବଂ ମୋବାଇଲ ନମ୍ବର ଆଦାୟ ପାଇଁ ଜିଲ୍ଲାପ୍ରଶାସନ କେମିତି ଅନୁମତି ଦେଲେ ପ୍ରଶ୍ନ ଉଠୁଛି । ଯଦି ଲୋକ ମାନଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କିଛି ଅଘଟଣ ଘଟେ ଅଥବା ପୁଣି ଆଉ କେଉଁ ଠକାମୀର ଶିକାର ହୁଅନ୍ତି ସେଥିପାଇଁ ଦାୟୀ କିଏ ରହିବ । ଜିଲ୍ଲାରେ ଏଭଳି ବାରମ୍ବାର ଘଟୁଥିବା ଠକେଇକୁ ଜିଲ୍ଲା ପ୍ରଶାସନ ଅଣଦେଖା କରୁଥିବା ଜିଲ୍ଲାବାସୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.