ETV Bharat / state

ଶିଳ୍ପ ସମ୍ଭାର ଦୂର କରିବ ଅପନିନ୍ଦା, ବଦଳିବ କେନ୍ଦ୍ରାପଡ଼ାର ରୂପରେଖ

author img

By ETV Bharat Odisha Team

Published : Dec 22, 2023, 10:37 PM IST

New Steel plant To be setup in Kendrapara: କେନ୍ଦ୍ରାପଡ଼ା ଜିଲ୍ଲାରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ଶିଳ୍ପ । ଆତ୍ମନିଯୁକ୍ତି ପାଇବେ ଜିଲ୍ଲାର ଯୁବକ ଯୁବତୀ । ବାର୍ଷିକ 24 ମେଟ୍ରିକ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି ଷ୍ଟିଲ ପ୍ଲାଣ୍ଟ ପାଇଁ ମୋଟ ୧,୪୫,୧୨୦ କୋଟି ଟଙ୍କା ବ୍ୟୟ କରିବେ ଏଏମ (ଆର୍ସେଲର ମିତ୍ତଲ) ଏବଂ ଏନଏସ (ନିପ୍ପନ ଷ୍ଟିଲ) । ଅଧିକ ପଢ଼ନ୍ତୁ

Etv Bharat
Etv Bharat
ଅନ୍ତଃ ହେବ ଶିଳ୍ପ ବିହୀନର ଅପନିନ୍ଦା

କେନ୍ଦ୍ରାପଡ଼ା: ସଞ୍ଚାର ହୋଇଛି ଶିଳ୍ପର ଆଶା । ଅନ୍ତଃ ହେବାକୁ ଯାଉଛି ଶିଳ୍ପ ବିହୀନର ଅପନିନ୍ଦାର । ଖୁବଶୀଘ୍ର କେନ୍ଦ୍ରାପଡ଼ା ଦେଖିବ ପ୍ରଥମ ବୃହତ ତଥା ଶତାବ୍ଦୀର ସର୍ବ ବୃହତ ଶିଳ୍ପ । ଶିକ୍ଷା ଠାରୁ ଆରମ୍ଭ କରି ଗମନାଗମନ ପର୍ଯ୍ୟନ୍ତ, ସବୁଥିରେ ବଦଳିବ ଜିଲ୍ଲାର ରୂପରେଖ । ଜିଲ୍ଲା ସହ ଯୋଡ଼ି ହେବାକୁ ଯାଉଛି ଶିଳ୍ପର ନାଁ । ଶିଳ୍ପ ପ୍ରତିଷ୍ଠା ପରେ ଆତ୍ମନିଯୁକ୍ତି ପାଇବେ ଜିଲ୍ଲାର ଶହ ଶହ ଯୁବକ ଯୁବତୀ । ଏନେଇ MOU ସ୍ଵାକ୍ଷର ହେବା ପରେ ଏବେ ବିକାଶ ଦିଗରେ ଶିଳ୍ପ ବିହୀନ ଜିଲ୍ଲା କେନ୍ଦ୍ରାପଡ଼ା ।

କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ରାମନଗର, ଖରିନାସୀ, ବତୀଘର ପଞ୍ଚାୟତର ଅନ୍ୟୁନ ୭ ଖଣ୍ଡ ମୌଜାରେ ଏଥିପାଇଁ ସରକାରୀ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତବର୍ଷ ଜୁଲାଇ ମାସରୁ "ଶାରଦା" ନାମକ ଏକ ଘରୋଇ ଏନଜିଓ କମ୍ପାନୀ ପ୍ରତିଷ୍ଠା ଦ୍ୱାରା ପଡ଼ିବାକୁ ଥିବା ସାମାଜିକ ଓ ଅର୍ଥନୈତିକ ପ୍ରଭାବ ଉପରେ ତଥ୍ୟ ପ୍ରସ୍ତୁତ କରି ଦେବା ପରେ ଚଳିତମାସ ୧୧, ୧୨ ଓ ୧୩ ତାରିଖରେ ତିନୋଟି ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ଗ୍ରାମସଭା ବା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ତେବେ ଏଠାରେ ପ୍ରକଳ୍ପ ହେଲେ ସମସ୍ତଙ୍କ ଉନ୍ନତି ହେବା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ମିଳିବାର ସମ୍ଭାବନାକୁ ଅଗ୍ରାଧିକାର ଦେଇ ଶୁଣାଣି ଶେଷ ହୋଇଥିବା ବେଳେ ପରିବେଶ ଉପରେ ପ୍ରଭାବକୁ ନେଇ ଆଗକୁ ବୈଠକ ବସିବ । ତେବେ ଶିଳ୍ପର ଆଶା ସଞ୍ଚାର ହେବାକୁ ନେଇ ସ୍ଥାନୀୟ ଲୋକେ ଖୁବ ଉତ୍ସାହିତ ଅଛନ୍ତି ସରକାରଙ୍କ ସପକ୍ଷବାଦୀ ଗୋଷ୍ଠୀ । ଏସିଆ ମହାଦେଶର ଏଭଳି ବୃହତ ଶିଳ୍ପ ମହାକାଳପଡ଼ା ଭଳି ଅଞ୍ଚଳରେ ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଏଥିପାଇଁ ଏନେଇ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲୋକେ ।

ତେବେ ବାର୍ଷିକ 24 ମେଟ୍ରିକ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି ଷ୍ଟିଲ ପ୍ଲାଣ୍ଟ ପାଇଁ ମୋଟ ୧,୪୫,୧୨୦ କୋଟି ଟଙ୍କା ବ୍ୟୟ କରିବେ ଏଏମ (ଆର୍ସେଲର ମିତ୍ତଲ) ଏବଂ ଏନଏସ (ନିପ୍ପନ ଷ୍ଟିଲ) । ତେବେ ପ୍ରଥମ ପର୍ଯ୍ୟାୟରେ ଏଏମ ଏବଂ ଏନଏସ ପକ୍ଷରୁ ବାର୍ଷିକ 14 ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଇସ୍ପାତ ନିର୍ମାଣ କାରଖାନା ସାଙ୍ଗକୁ 90 ଏମଟିପିଏ ନିଜସ୍ୱ ଜେଟି ନିର୍ମାଣ କରିବାକୁ ଯୋଜନା ରଖି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ତହସିଲ ଅଧିନ ଖରିନାସୀ, ବଡ଼ଟୁବି, ଯୋଗୀ ଧାନକୁଦ, ରାମନଗର, ସରଳିକୁଦ, ନିପାଣିଆ, ବାହାକୁଦ, ବରଜ ବାହାକୁଦ, ବତୀଘର, ବରକୋଳିଖଳା, ବନବିହାରୀ ପୁର ଏବଂ ହରିଆବାଙ୍କ ଗ୍ରାମର ମୋଟ 4712.522 ଏକର ଜମି ଅଧିଗ୍ରହଣ ପାଇଁ ଇଡକୋ ନିକଟରେ ଆବେଦନ କରିଛି କମ୍ପାନୀ । ₹

ଏହା ମଧ୍ୟ ପଢ଼ନ୍ତୁ.....ପ୍ରସ୍ତାବିତ ଶିଳ୍ପାନୁଷ୍ଠାନ ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ, ଏକର ପିଛା କୋଟିଏ ଟଙ୍କା ଦାବି

ଅନ୍ୟପଟେ ଏହି ତିନୋଟି ପଞ୍ଚାୟତ ସମେତ ପାଖଆଖ ଜମ୍ବୁ, ସୁନୀତି, ଗୋଗୁଆ ଆଦି ପଞ୍ଚାୟତ ଶିଳ୍ପ ହେଲେ କ୍ଷତିଗ୍ରସ୍ତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଏଠାକାର 70%ଲୋକେ ଚାଷ ଉପରେ ନିର୍ଭର କରି ଚଳୁଥିବା ବେଳେ 15% ମତ୍ସ୍ୟଜୀବୀ ଓ ବାକି 15% ଦାଦନ ଶ୍ରମିକ ଭାବରେ ଜୀବିକା ନିର୍ବାହ କରନ୍ତି । ଏଭଳି ସ୍ଥିତିରେ ପ୍ରତି ପରିବାରରେ ନିଯୁକ୍ତି, ଜମି ହରାଇବାକୁ ଥିବା ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପାଇଁ ଦାବି ଉଠୁଥିବା ବେଳେ "K" ଫର୍ମ ପଟ୍ଟା ବା ଜଙ୍ଗଲଜମି କହି ଦୀର୍ଘ 10 ବର୍ଷ ହେବ ସ୍ଥାନୀୟ ବଙ୍ଗଭାଷି ଲୋକଙ୍କୁ ଏଡାଇ ଥିବା ପ୍ରଶାସନ ପାଇଁ ଏମାନଙ୍କୁ ବୁଝାଇ ଜମି ଅଧିଗ୍ରହଣ କରିବା କାଠିକର ପାଠ ହୋଇପାରେ । ତେବେ ଜିଲ୍ଲାରେ ଆରମ୍ଭ ହେବାକୁ ଥିବା ଶିଳ୍ପକୁ ଶାସକ ଦଳ ସପକ୍ଷବାଦୀ ଓ ବିପକ୍ଷବାଦୀ ଜନସାଧାରଣ ସମର୍ଥନ କରୁଥିବା ବେଳେ ପ୍ରଥମେ ସ୍ଥାୟୀ ପଟ୍ଟା ଓ ତାପରେ ଶିଳ୍ପ କାର୍ଯ୍ୟ ବୋଲି ଦଳେ ଦାବି କରିଛନ୍ତି।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.