ETV Bharat / state

ଦଳିତ ସୂଚନାଧିକାର କର୍ମୀଙ୍କୁ ଆକ୍ରମଣ ଘଟଣା, ଜାଣିଶୁଣି ପୋଲିସ ଚୁପ୍‌ ଅଭିଯୋଗ - କେନ୍ଦ୍ରପଡା ଖବର

କେନ୍ଦ୍ରପଡାରେ ଦଳିତ ସୂଚନାଧିକାର କର୍ମୀଙ୍କୁ ମାଡ଼ ମାରିବା ଘଟଣାକୁ ୫ ଦିନ ବିତିଥିଲେ ବି ପୋଲିସର ହାତ ଖାଲି । ଅଧିକ ପଢନ୍ତୁ

ଦଳିତ ସୂଚନାଧିକାର କର୍ମୀଙ୍କୁ ମାଡ଼ ମାରିବା ଘଟଣା, ଅଭିଯୁକ୍ତ ଗିରଫ ଦାବିରେ ଓସା

author img

By

Published : Aug 25, 2022, 2:27 PM IST

କେନ୍ଦ୍ରାପଡା: ଦଳିତ ସୂଚନାଧିକାର କର୍ମୀଙ୍କୁ ଆକ୍ରମଣ ଘଟଣାକୁ ୫ଦିନ ବିତିଥିଲେ ମଧ୍ୟ ପୋଲିସର ହାତ ଖାଲି । ଅଭିଯୁକ୍ତଙ୍କୁ ଧରିବା ବଦଳରେ ଅଭିଯୋଗକାରୀଙ୍କୁ ବାରମ୍ବାର ଥାନାକୁ ଡକାଇ ମାନସିକ ଚାପ ଦେଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଅଭିଯୁକ୍ତ ଜଣଙ୍କ ଶାସକ ଦଳର ଜିଲ୍ଲା ପରିଷଦ ସଦସ୍ୟ ହୋଇଥିବାରୁ ପୋଲିସ ଚୁପ୍‌ ରହୁଥିବା ମଧ୍ୟ ଅଭିଯୋଗ ହୋଇଛି। ଘଟଣା ନେଇ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ନେତୃମଣ୍ଡଳୀ ମହାକାଳପଡ଼ା ଆଇଆଇସି ଓ କେନ୍ଦ୍ରାପଡ଼ା ଏସପିଙ୍କୁ ଭେଟିଛନ୍ତି ।

ସୂଚନା ଅନୁସାରେ, କରଞ୍ଜ ଗାଁର ଦଳିତ ସୂଚନା ଅଧିକାରୀ କର୍ମୀ ଜନକର ଜେନା ବିଭିନ୍ନ ଦୁର୍ନୀତି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ସୂଚନାଧିକାର ଆଇନ ବଳରେ ତଥ୍ୟ ମାଗିବାରୁ ୨୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜେଡି ନେତା ଟୁଟୁ ଲେଙ୍କା ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ ଜାତିଆଣ ଆକ୍ଷେପ କରିଥିବା ନେଇ ମାର୍ଶାଘାଇ ଥାନାରେ ଏତଲା ମଧ୍ୟ ହୋଇଥିଲା । ଏହା ଏକ ଦଳିତ ମାମଲା ହୋଇଥିବା କାରଣରୁ ଡ଼ିଏସପି ପାହ୍ୟାର ଜଣେ ଅଧିକାରୀ ତଥା ମହାକାଳପଡ଼ା ଥାନାଧିକାରୀ ଏହାର ତଦନ୍ତ ଦାୟିତ୍ବ ନେଇଥିଲେ ।

ଦଳିତ ସୂଚନାଧିକାର କର୍ମୀଙ୍କୁ ମାଡ଼ ମାରିବା ଘଟଣା, ଅଭିଯୁକ୍ତ ଗିରଫ ଦାବିରେ ଓସା

ଏହା ବି ପଢନ୍ତୁ...ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ, ନିର୍ଯାତନା ସହିନପାରି ଘରକୁ ଫେରିଲେ ପୀଡ଼ିତ

ଏହି ଘଟଣାକୁ ୫ ଦିନ ବିିତିଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ସାଇକେଲ ଦୋକାନ କରି ପେଟ ପୋଷୁଥିବା ଜନକରଙ୍କୁ ବାରମ୍ବାର ଥାନାକୁ ଡକାଇ ଘଟଣାକୁ ଚାପି ଦେବା ପାଇଁ ଚାପ ପ୍ରୟୋଗ କରୁଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ସଂଯୋଜକ ।

ଯଦି ତିନିଦିନ ମଧ୍ୟରେ ଅଭିଯୁକ୍ତ ଟୁଟୁଙ୍କୁ ଗିରଫ କରାନଯାଏ ତେବେ ଓସାର ସଦସ୍ୟମାନେ ଏସପି ଅଫିସ, ଜିଲ୍ଲାପାଳ ଅଫିସ ଏପରିକି ରାଜଭବନ ଘେରାଉ କରିବାର ଚେତାବନୀ ଦେଇଛନ୍ତି । ଅଭିଯୁକ୍ତ ଖୁଲମଖୁଲା ବୁଲୁଥିବା ବେଳେ ଅଭିଯୋଗକାରୀଙ୍କୁ ମାମଲା ପ୍ରତ୍ୟାହାର ନକଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିବା ଅଭିଯୋଗ ହୋଇଛି ।

ଇଟିିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.