ETV Bharat / state

ଭିଜିଲାନ୍ସ ଜାଲରେ ସବ ରେଜିଷ୍ଟ୍ରାର, ପୈତୃକ ଘର ସମେତ ଏକାଧିକ ସ୍ଥାନରେ ରେଡ୍ - ନାୟଗଡରେ ଭିଜିଲାନ୍ସ ଚଢାଉ

Sub registrar in Vigilance Scanner: ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ସବ୍‌ ରେଜିଷ୍ଟ୍ରାର ଭାବେ କାର୍ଯ୍ୟରତ ଶାଶ୍ୱତ ପଟ୍ଟନାୟକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡା, ନୟାଗଡର ଏକାଧିକ ସ୍ଥାନରେ ଚଢାଉ ଜାରି ରହିଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Dec 13, 2023, 1:28 PM IST

Updated : Dec 13, 2023, 2:13 PM IST

ସବ୍‌ ରେଜିଷ୍ଟ୍ରାର ଭାବେ କାର୍ଯ୍ୟରତ ଶାଶ୍ୱତ ପଟ୍ଟନାୟକ

କେନ୍ଦ୍ରାପଡା: ଭିଜିଲାନ୍ସ ଜାଲରେ ସବ୍‌ ରେଜିଷ୍ଟ୍ରାର ଅଫିସର । ନୟାଗଡ ଜିଲ୍ଲା ସବରେଜିଷ୍ଟାର ଭାବେ କାର୍ଯ୍ୟରତ ଶାଶ୍ୱତ ପଟ୍ଟନାୟକଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରୁଛି ଭିଜିଲାନ୍ସ ଟିମ । କେନ୍ଦ୍ରାପଡା, ନୟାଗଡର ବିଭିନ୍ନ ସ୍ଥାନରେ ଏକକାଳୀନ ରେଡ୍ ଜାରି ରଖିଛି ଭିଜିଲାନ୍ସ ଟିମ । ଭୁବନେଶ୍ବରର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ଦ୍ବାରା ଜାରି ସର୍ଚ୍ଚ ଓ୍ବାରେଣ୍ଟ ବଳରେ 8 ଜଣ ଡିଏସପି, 6 ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ବରେ ଓଡିଶା ଭିଜିଲାନ୍ସ ଏହି ରେଡ ଜାରି ରଖିଛି ।

ଭିଜିଲାନ୍ସ ସ୍କାନରରେ ସବ୍‌ ରେଜିଷ୍ଟ୍ରାର ଶାଶ୍ୱତ ପଟ୍ଟନାୟକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡରେ ଦେବୋତ୍ତର କଲୋନୀରେ ତାଙ୍କର ଭଡା ଘର, ନୟାଗଡରେ ତାଙ୍କ କାର୍ଯ୍ଯାଳୟ, କେନ୍ଦ୍ରାପଡ଼ା ଜିଲ୍ଲା ତଳବରଙ୍ଗାଠାରେ ଥିବା ଘର, ତଳଗାଁରେ ଥିବା ପୈତୃକ ଘର ଓ ଦଳନ୍ତ ଗାଁରେ ଥିବା ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଉଥିବା ସୂଚନା ମିଳିଛି ।

ତେବେ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ନିର୍ବାଚନ ମଣ୍ଡଳୀ କୁଦାନଗରୀ ଥାନା ଅନ୍ତର୍ଗତ କରିଲୋପାଟଣା ପଞ୍ଚାୟତ ତଳଗାଁରେ ସବ ରେଜିଷ୍ଟ୍ରାର ଶାଶ୍ୱତ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ବୁଧବାର ସକାଳ 5ଟାରୁ ଭିଜିଲାନ୍ସ ରେଡ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏହି ସମୟରେ ଘରେ କେବଳ ଶାଶ୍ୱତଙ୍କ ମା' ଲକ୍ଷ୍ମୀପ୍ରିୟା ଥିଲେ । ଭିଜିଲାନ୍ସ ବିଭାଗର ଜଣେ ଡ଼ିଏସପିଙ୍କ ନେତୃତ୍ୱରେ ଛଅ ଜଣିଆ ଟିମ ଆସି ଶାଶ୍ୱତଙ୍କ ଘରେ ପହଞ୍ଚି ସମସ୍ତ ଦସ୍ତାବିଜ ଛାନଭିନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, 5 ହଜାର ଲାଞ୍ଚ ନେଇ ଗିରଫ

ଶାଶ୍ୱତ ଘରର ସାନ ପୁଅ ଓ ସେ ପ୍ରଥମେ ଗରଦପୁର ବ୍ଲକ ନଡ଼ିଆ ବରେଇ ପଞ୍ଚାୟତର ଏକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ପରେ ଓଆରଏସ ପାଇ ସବରେଜିଷ୍ଟର ଭାବେ ନୟାଗଡ଼ରେ ଚାକିରି କରୁଥିଲେ । ତାଙ୍କ ବଡ଼ ଭାଇ ଶିବ ସୌମେନ୍ଦ୍ର ପଟ୍ଟନାୟକ, ଭୁବନେଶ୍ୱରରେ ସଫ୍ଟୱେୟାର ଇଞ୍ଜିନିଅର ଭାବେ କାର୍ଯ୍ୟ କରୁଛନ୍ତି । ଶାଶ୍ୱତ ପ୍ରଥମେ ଯାଜପୁର ଜିଲ୍ଲାରେ ସବ୍‌ ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରୁଥିଲେ ଓ ପରେ ଦୁଇ ବର୍ଷ ତଳେ ନୟାଗଡକୁ ତାଙ୍କର ବଦଳି ହୋଇଥିଲା ।

ନୟାଗଡ ଜିଲ୍ଲା ସବ୍‌ ରେଜିଷ୍ଟ୍ରାରଙ୍କ ଘର ସମେତ 6 ସ୍ଥାନରେ ଏକାକାଳୀନ ରେଡ କରିଛି ଭିଜିଲାନ୍ସ । ଭୁବନେଶ୍ବରର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ଦ୍ବାରା ଜାରି ସର୍ଚ୍ଚ ଓ୍ବାରେଣ୍ଟର କ୍ଷମତା ବଳରେ 8 ଜଣ ଡିଏସପି, 6 ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ବରେ ଓଡିଶା ଭିଜିଲାନ୍ସ ଦ୍ବାରା ରେଡ ଜାରି ରହିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Dec 13, 2023, 2:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.