ETV Bharat / state

Odisha ULB Polls: କେନ୍ଦ୍ରାପଡ଼ା ପୌରପରିଷଦରେ ଏହି ଦୁଇ କଲୋନୀର ଭୋଟର ନେବେ ନିର୍ଣ୍ଣାୟକ ଭୁମିକା

author img

By

Published : Mar 22, 2022, 4:43 PM IST

ରାଜ୍ୟର ସର୍ବ ପୁରାତନ ଏହି ମ୍ୟୁନିସିପାଲିଟିର ଭୋଟର ସଂଖ୍ୟା ୫୦ ହଜାରରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ୨୧ଟି ୱାର୍ଡ ମଧ୍ୟରୁ ୧୩ନଂ ୱାର୍ଡର ଭୋଟର ସଂଖ୍ୟା ୨୧୦୦ରୁ ଉର୍ଦ୍ଧ୍ବ । ଯେଉଁଥିରେ ସ୍ୱିପର କଲୋନୀର ଭୋଟର ସଂଖ୍ୟା କେବଳ ୧ ହଜାର ଅର୍ଥାତ କାଉନସିଲର ଓ ଅଧ୍ୟକ୍ଷ ପ୍ରାର୍ଥୀ ବିଜୟୀ ହେବା ପାଇଁ ଏଠାକାର ଭୋଟର ନିର୍ଣ୍ଣାୟକ ଭୁମିକା ଗ୍ରହଣ କରିବେ । ଅଧିକ ପଢନ୍ତୁ

Municipal Election: କେନ୍ଦ୍ରାପଡ଼ା ପୌର ନିର୍ବାଚନରେ 2ବସ୍ତିବାସିନ୍ଦା କହାକୁ କରିବେ ବିଶ୍ବାସ ?

କେନ୍ଦ୍ରାପଡା: ଚଳିତ ପୌର ନିର୍ବାଚନରେ କାଉନସିଲର ସହ ସିଧାସଳଖ ଅଧ୍ୟକ୍ଷ ବାଛିବେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିର ଭୋଟର । ରାଜ୍ୟର ସର୍ବ ପୁରାତନ ଏହି ମ୍ୟୁନିସିପାଲିଟିର ଭୋଟର ସଂଖ୍ୟା ୫୦ ହଜାରରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ୨୧ଟି ୱାର୍ଡ ମଧ୍ୟରୁ ୧୩ନଂ ୱାର୍ଡର ଭୋଟର ସଂଖ୍ୟା ୨୧୦୦ରୁ ଉର୍ଦ୍ଧ୍ବ । ଯେଉଁଥିରେ କି ସ୍ୱିପର କଲୋନୀର ଭୋଟର ସଂଖ୍ୟା କେବଳ ୧ ହଜାର ଅର୍ଥାତ କାଉନସିଲର ଓ ଅଧ୍ୟକ୍ଷ ପ୍ରାର୍ଥୀ ବିଜୟୀ ହେବା ପାଇଁ ଏଠାକାର ଭୋଟର ନିର୍ଣ୍ଣାୟକ ଭୁମିକା ଗ୍ରହଣ କରିବେ ।

ଅନ୍ୟପଟେ ବିକାଶର ଚିତ୍ର ଦେଖିନଥିବା ଓ ସହରକୁ ସ୍ବଚ୍ଛ୍ବ ରଖିବାକୁ ଅଳିଆ ଆବର୍ଜନା ସଫା କରୁଥିବା ଏହି ବସ୍ତିବାସିନ୍ଦାଙ୍କ ଦୁଃଖ କହିଲେ ନସରେ। ତେବେ ଚଳିତ ନିର୍ବାଚନରେ ଇତିହାସ ବଦଳିଛି ଓ ଏହି କଲୋନୀରୁ ଜଣେ ଯୁବକ ପ୍ରାର୍ଥୀ ହୋଇଛନ୍ତି । ଲୋକମାନଙ୍କ ସୁଖ, ସୁବିଧା ସହ ପ୍ରତିକୂଳ ପରିସ୍ଥିତିରେ ସେ ନିଜ ସ୍ୱିପର ଭାଇମାନଙ୍କୁ ସହଯୋଗ କରିପାରିବେ ବୋଲି ଆଶା ରଖିଛନ୍ତି ସ୍ୱିପର ବସ୍ତିବାସିନ୍ଦା ।

ପୌର ନିର୍ବାଚନ ପାଇଁ ସରଗରମ ରହିଛି କେନ୍ଦ୍ରାପଡା । ସହରର ଗଳିକନ୍ଦିରେ ପ୍ରଚାର ଗ୍ରୀଷ୍ମର ତାତିକୁ ଦ୍ବିଗୁଣିତ କରିଛି । କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିରେ ଦୀର୍ଘ ୧୧ବର୍ଷ ପରେ ନିର୍ବାଚନ ହେଉଥିବା କାରଣରୁ କିଏ କେଉଁ ଲୋକଙ୍କ ପାଇଁ କାମ କରିଛନ୍ତି, କରୁଛନ୍ତି ଆଉ କରିବେ ସେନେଇ ଅଙ୍କ କଷୁଛନ୍ତି ଭୋଟର। ସହରର ୨୧ନଂ ୱାର୍ଡରେ ସାତପିଢି ଧରି ରହି ଆସୁଥିବା କେଳା ସମ୍ପ୍ରଦାୟର ଲୋକଙ୍କୁ ଏଯାବତ ମୌଳିକ ସୁବିଧା ସୁଯୋଗ ମିଳି ନଥିବାରୁ ଏଠାକାର ଭୋଟ କେଉଁ ଦଳ ହାତେଇବାରେ ସକ୍ଷମ ହେଉଛନ୍ତି, ତାହା ଦେଖିବାର କଥା ।

ସୂଚନାଯୋଗ୍ୟ, ଏହି ୱାର୍ଡରେ ୧୦୦୦ରୁ ଉର୍ଦ୍ଧ୍ବ ଭୋଟର ରହିଥିବା ବେଳେ ସେଥିମଧ୍ୟରୁ ୩୫୦ ଭୋଟର ହେଉଛନ୍ତି ଜନଜାତି ଓ ଆଦିବାସୀ ସମ୍ପ୍ରଦାୟର। ଅନ୍ୟପଟେ ଏଠାରୁ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ କଡା ଟକ୍କର ଦେଉଛନ୍ତି ସ୍ୱାଧୀନ ଭାବେ ପ୍ରତିଦ୍ବନ୍ଦ୍ବୀତା କରୁଥିବା ଯୁବ ସାମ୍ବାଦିକ। ଏଭଳି ସ୍ଥଳେ କିଏ ଏହି ସମ୍ପ୍ରଦାୟର ଲୋକଙ୍କ ବିଶ୍ୱାସଭାଜନ ହେଉଛି ଓ କାହାକୁ ବାଛିବେ ଏଠାକାର ଭୋଟର ସେନେଇ ଏବେ ଅଙ୍କକଷା ଆରମ୍ଭ ହୋଇଛି। ତେବେ ବସ୍ତିବାସିନ୍ଦା କାହା ଉପରେ ଭରଷା କରୁଛନ୍ତି ଏବେ ତାକୁ ହିଁ ଅପେକ୍ଷା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.