ETV Bharat / state

ଲଭ ଷ୍ଟୋରୀରେ ପାଚେରୀ ଥିଲା ପିଲା, ହତ୍ୟା କରି ପୋତିଦେଲା ମାଆ - ପ୍ରେମ ପାଇଁ ପୁଅକୁ ହତ୍ୟା କରି ପୋତିଦେଲା ମାଆ

ପରପୁରୁଷ ପ୍ରେମରେ ପାଗେଳି ହେଲା ମାଆ । ଆଉ ନିଜ ପ୍ରେମକୁ ସଫଳ କରିବା ପାଇଁ ପ୍ରେମିକ ସହ ମିଶି ମାରି ଦେଲା ପୁଅକୁ । ଅଧିକ ପଢ଼ନ୍ତୁ

ପ୍ରେମ ପାଇଁ ପୁଅକୁ ହତ୍ୟା କରି ପୋତିଦେଲା ମାଆ
ପ୍ରେମ ପାଇଁ ପୁଅକୁ ହତ୍ୟା କରି ପୋତିଦେଲା ମାଆ
author img

By

Published : Oct 3, 2022, 9:51 PM IST

କେନ୍ଦ୍ରାପଡ଼ା: ପରପୁରୁଷ ପ୍ରେମରେ ପାଗେଳି ହେଲା ମାଆ । ନିଜ ପ୍ରେମକୁ ସଫଳ କରିବା ପାଇଁ ପ୍ରେମିକ ସହ ମିଶି ଜନ୍ମକଲା ପୁଅକୁ ମାରିଦେଲା (mother killed her son over love affair with another man ) । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମାଟିଆପଡା ଗାଁର ସୁକାନ୍ତ ନାଥଙ୍କ ପରିବାରରେ ।

ଦିହୁଡିପୁର ଗାଁର ସସ୍ମିତା ନାଥ ମାଟିଆପଡା ଗାଁର ସୁକାନ୍ତ ନାଥକୁ ବିବାହ କରିଥିଲେ। ସସ୍ମିତାଙ୍କ ତିନୋଟି ପିଲା ଥିବାବେଳେ ସସ୍ମିତାଙ୍କ ସ୍ବାମୀ ସୁକାନ୍ତ ସୁଦୂର ବାଙ୍ଗାଲୋରରେ କାମ କରୁଛନ୍ତି । ତେବେ ପିଲାମାନଙ୍କ ପାଠପଢ଼ା ପାଇଁ ସସ୍ମିତା ପଟ୍ଟାମୁଣ୍ଡାଇରେ ରହୁଛନ୍ତି । ଇତି ମଧ୍ୟରେ ସ୍ବାମୀଙ୍କ ଅନୁପସ୍ଥିତିରେ ସସ୍ମିତା ଗୁପ୍ତିରା ଗାଁର ଲଷ୍ମୀଧର ବାଇ ସହ ଗଢ଼ିଥିଲେ ସମ୍ପର୍କ । ଏହାପରେ ଉଭୟଙ୍କ ଭିତରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ ।

ପ୍ରେମ ପାଇଁ ପୁଅକୁ ହତ୍ୟା କରି ପୋତିଦେଲା ମାଆ

ତଥାକଥିତ ଟ୍ୟୁସନ ସାର ହୋଇ ଲକ୍ଷ୍ମୀଧର ପାଠ ପଢ଼ାଇବା ବାହାନାରେ ଦୀର୍ଘଦିନ ଧରି ସସ୍ମିତାଙ୍କ ସହ ନିବିଡ଼ତା ବଢ଼ାଇଥିଲ। ଏହାପରେ ସସ୍ମିତା ଓ ଲକ୍ଷ୍ମୀଧର ଉଭୟେ ଘରଛାଡି ବାହାରେ ରହିବେ ବୋଲି ଚିନ୍ତା କରିଥିଲେ । ଏପରିକି ପରିବାର ଛାଡି ବିବାହ କରି ଅନ୍ୟତ୍ର ରହିବେ ବୋଲି ଯୋଜନା କରିଥିଲେ । ଏନେଇ ସସ୍ମିତାଙ୍କ ବଡ଼ଝିଅ ଓ ପୁଅକୁ ନିଜ ବାପଘରେ ଛାଡି ନିଜ ପ୍ରେମକୁ ପାଇବାକୁ ଚେଷ୍ଟା କରିଥିଲେ ।

କିନ୍ତୁ ସସ୍ମିତାଙ୍କ ପ୍ରେମରେ କଣ୍ଟା ହେଉଥିଲା ତିନି ବର୍ଷ ବୟସର ସାନପୁଅ। ସାନପୁଅକୁ ନେଇ ବିଭିନ୍ନ ସମୟରେ ସସ୍ମିତା ଓ ଲକ୍ଷ୍ମୀଧରଙ୍କ ମଧ୍ୟରେ ମନ ମାଳିନ୍ୟ ଲାଗି ରହୁଥିଲା। ଶେଷରେ ସାନପୁଅକୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ ସସ୍ମିତା ଏବଂ ଲକ୍ଷ୍ମୀଧର । ପରେ ଯୋଜନା ମୁତାବକ ଗତ ଶନିବାର ଶିଶୁ ପୁତ୍ରକୁ ସସ୍ମିତା ଲକ୍ଷ୍ମୀଧରଙ୍କ ଉପରକୁ ଫୋପାଡିବା ପରେ ଲକ୍ଷ୍ମୀଧର ଉକ୍ତ ଶିଶୁ ପୁତ୍ରକୁ କଚାଡି ଦେଇଥିଲେ। ଆଉ ଏହି ସବୁ ଘଟଣା ଦେଖିଥିଲେ ମୃତ ଶିଶୁ ପୁତ୍ରର ଭାଇଭଉଣୀ ।

ଫଳରେ ଶିଶୁ ପୁତ୍ର ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଲୋକ ଦେଖାଣିଆ ଭାବେ ନାଟକୀୟ ଢଙ୍ଗରେ ପୁଅ ଛାତ ଉପରୁ ପଡି ଯାଇଥିବା କହି ମେଡିକାଲ ନେଇଥିଲେ ସସ୍ମିତା । ହେଲେ ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ପରେ ଶିଶୁପୁତ୍ରକୁ ନିଜ ବାପ ଘର ଗାଁରେ ସସ୍ମିତା ପୋତି ଦେଇଥିଲା । ଅନ୍ୟପକ୍ଷରେ ଗତକାଲି (ରବିବାର) ସସ୍ମିତାଙ୍କ ବାପଘର ଗାଁରେ ଲକ୍ଷ୍ମୀଧର ପହଞ୍ଚିଥିଲା ।

ଲକ୍ଷ୍ମୀଧରକୁ ଦେଖି ସସ୍ମିତାଙ୍କ ବଡଝିଅ ଜୋରରେ ଚିତ୍କାର କରିଥିଲେ । ଝିଅର ଚିତ୍କାର ଶୁଣି ଘର ଲୋକେ ବାହାରକୁ ପଳାଇ ଆସିଥିଲେ । ଏହାପରେ ମାମୁଁ ଘର ଲୋକ ଏବଂ ଗ୍ରାମବାସୀଙ୍କ ଆଗରେ ସତ କଥା କହିଥିଲା ଝିଅ । ଲକ୍ଷ୍ମୀଧର ଟ୍ୟୁସନ କରିବା ବାହାନାରେ ଘରକୁ ଆସେ କିନ୍ତୁ ଆମକୁ ପାଠ ପଢ଼ାଏନି । ଆମକୁ ଦୁଇ ଭାଇଭଉଣୀଙ୍କୁ ମାଡ ମାରେ । ତେବେ ମା' ସସ୍ମିତା ଏବଂ ଲକ୍ଷ୍ମୀଧର ମିଶି ତାଙ୍କ ସାନଭାଇକୁ ମାରି ଦେଇଥିବା କହିଥିଲେ ସସ୍ମିତାଙ୍କ ବଡ ଝିଅ । ଏହାସହ ଯଦି ଏ ଘଟଣା ସମ୍ପର୍କରେ କାହାକୁ କହିବ ତାହାଲେ ତମକୁ ବି ମାରି ଦେବୁ ବୋଲି ଲକ୍ଷ୍ମୀଧର ଧମକ ଦେଇଥିବା କହିଥିଲା ସସ୍ମିତାଙ୍କ ବଡ ଝିଅ ।

ଏସବୁ ଶୁଣିବା ପରେ ସସ୍ମିତାଙ୍କ ପରିବାର ଲୋକେ ଓ ଗାଁ ଲୋକେ ଲକ୍ଷ୍ମୀଧରଙ୍କୁ ଅଟକ ରଖି ମାଡ଼ ମାରିଥିଲେ । ପରେ ହତ୍ୟାଘଟଣା ସମ୍ପର୍କରେ ମୁହଁ ଖୋଲିଥିଲା ଲକ୍ଷ୍ମୀଧର। ବିଳମ୍ବିତ ରାତିରେ ଅଭିଯୋଗ ପାଇବାପରେ ପଟ୍ଟାମୁଣ୍ଡାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲକ୍ଷ୍ମୀଧରଙ୍କୁ ଉଦ୍ଧାର କରି ଥାନାକୁ ଆଣି ପଚରାଉଚରା କରିଥିଲା । ସେଠାରେ ମଧ୍ୟ ସତ ଓଗାଳିଥିଲା ହତ୍ୟାକାରୀ ଲକ୍ଷ୍ମୀଧର ।

ଅନ୍ୟପଟେ ନିଜ ଦୋଷକୁ ଲୁଚାଇବାକୁ ଯାଇ ସସ୍ମିତା ଆଜି ସକାଳେ ଲକ୍ଷ୍ମୀଧରଙ୍କ ବିରୋଧରେ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିଲା । ପରେ ପଟ୍ଟାମୁଣ୍ଡାଇ ତହସିଲଦାର ତଥା ଏକଜେକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶିଶୁପୁତ୍ର ପୋତା ଯାଇଥିବା ସ୍ଥାନକୁ ଖୋଳାଯାଇ ତଦନ୍ତ ଆରମ୍ଭ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିଛି।

ଏନେଇ ପଟ୍ଟାମୁଣ୍ଡାଇ ପୋଲିସ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଇଥିଲା । ଯେଉଁଥିରେ ଉଭୟ ସେମାନଙ୍କ ଦୋଷ ସ୍ବୀକାର କରିନେଇଥିବା ସୂଚନା ମିଳିଛି । ପରେ ଉଭୟଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ତଦନ୍ତକାରୀ ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ବାଳ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.