ETV Bharat / state

Third Phase of Panchayat Polls: କେନ୍ଦ୍ରାପଡାରେ ମତଦାନ କଲେ ଅଧିକ ମହିଳା ଭୋଟର - କେନ୍ଦ୍ରାପଡାରେ ମତଦାନ କଲେ ଅଧିକ ମହିଳା ଭୋଟର

କେନ୍ଦ୍ରାପଡ଼ା ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ ଗତକାଲି ମତସାବ୍ୟସ୍ତ କରିଥିଲେ ମତଦାତା । କିନ୍ତୁ ମତଦାତାଙ୍କ ମଧ୍ୟରୁ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଭୋଟର ଭୋଟ ଦେଇଛନ୍ତି । ଅଧିକ ପଢନ୍ତୁ

Third Phase of Panchayat Polls: କେନ୍ଦ୍ରାପଡାରେ ମତଦାନ କଲେ ଅଧିକ ମହିଳା ଭୋଟର

author img

By

Published : Feb 21, 2022, 8:00 AM IST

କେନ୍ଦ୍ରାପଡ଼ା: ବଢୁଛି ମହିଳା ଭୋଟରଙ୍କ ସଂଖ୍ୟା, ପୁରୁଷଙ୍କ ତୁଳନାରେ କେନ୍ଦ୍ରାପଡାରେ ରହିଛନ୍ତି ଅଧିକ ମହିଳା ଭୋଟର । ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାରେ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ ଗତକାଲି ମତ ସାବ୍ୟସ୍ତ କରିଥିଲେ ମତଦାତା । କିନ୍ତୁ ମତଦାତାଙ୍କ ମଧ୍ୟରୁ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଭୋଟର ଭୋଟ ଦେଇଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକରେ ୩୧ଟି ପଞ୍ଚାୟତର ୪୨୨ ବୁଥରେ ମୋଟ ୧,୪୨,୬୦୦ ଭୋଟର ରହିଥିବା ବେଳେ ଏଠାରେ ମତଦାତାଙ୍କ ସଂଖ୍ୟା ରହିଛି ୧,୦୧,୦୦୧ । ପୁରୁଷଙ୍କ ତୁଳନାରେ ଏହି ବ୍ଲକରେ ଅଧିକ ମହିଳା ଭୋଟର ମତଦାନ କରିଥିବା ବେଳେ ମୋଟ ମତଦାନ ହାର ରହିଛି ୭୦.୮୩ ପ୍ରତିଶତ।

Third Phase of Panchayat Polls: କେନ୍ଦ୍ରାପଡାରେ ମତଦାନ କଲେ ଅଧିକ ମହିଳା ଭୋଟର

ସେହିପରି ରାଜନଗର ନିର୍ବାଚନ ମଣ୍ଡଳୀ ଅଧିନରେ ୨୯ଟି ପଞ୍ଚାୟତର ୩୬୩ଟି ବୁଥରେ ମତଦାତାଙ୍କ ମୋଟ ସଂଖ୍ୟା ୧,୩୦,୬୩୩ ଜଣ ରହିଥିବା ବେଳେ ୯୬,୪୨୮ଜଣ ମତଦାତା ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଏଠାରେ ମଧ୍ୟ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ସର୍ବାଧିକ ରହିଥିବା ବେଳେ ମୋଟ ମତଦାନ ହାର ୭୩.୮୨ ପ୍ରତିଶତ ରହିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ମିଳିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.