ETV Bharat / state

ମହାକାଳପଡ଼ାରେ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ, କେଉଁଠି ଭୋଜିଭାତ ତ କେଉଁଠି ରାଲି - ମହାକାଳପଡାରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ

କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ନିର୍ବାଚନମଣ୍ଡଳୀରେ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ । ସଭାରେ ଯୋଗଦେଲେ ସାଲେପୁର ଏସଡିପିଓ ଓ କଲେଜ ଅଧ୍ୟକ୍ଷ । ଅଧିକ ପଢନ୍ତୁ

ମହାକାଳପଡ଼ାରେ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ

author img

By

Published : Jan 17, 2022, 7:41 PM IST

କେନ୍ଦ୍ରାପଡା: ଜିଲ୍ଲା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ନିର୍ବାଚନ ଆଚରଣବିଧି ଉଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି । କେଉଁଠାରେ ଖୋଲା ମଞ୍ଚରେ ନିର୍ବାଚନୀ ସଭା ହେଉଛି ତ କେଉଁଠି ସରକାରୀ କଲେଜ ଭିତରେ ଶତାଧିକ ଲୋକଙ୍କୁ ନେଇ ସଭା ସହ ଭୋଜିଭାତର ଆୟୋଜନ କରାଯାଉଛି ।

ମହାକାଳପଡ଼ାରେ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ

ମହାକାଳପଡ଼ା ଟିକରପଙ୍କା ଗାଁରେ ଖୋଲା ମଞ୍ଚରେ ନିର୍ବାଚନୀ ସଭା ଚାଲୁଥିବାବେଳେ ପୋଲିସ ଗାଡି ପହଞ୍ଚିବାରୁ ଛତ୍ରଭଙ୍ଗ ଦେଇଥିଲେ ସଭାରେ ଉପସ୍ଥିତ ଥିବା ନେତା ଓ କର୍ମୀ। ସେହିପରି ମା' ତାରିଣୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ବିକାଶ ଦାସ ଏବଂ ସାଲେପୁର ଏସଡିପିଓ ପ୍ରଶାନ୍ତ ମାଝୀ ଗଡରୋମିତ ପଞ୍ଚାୟତ ପାଇଁ ନିର୍ବାଚନୀ ସଭା ଡକାଇ ପ୍ରାର୍ଥିନୀଙ୍କ ପାଇଁ ଭୋଟ ଭିକ୍ଷା କରିଥିବାର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ।

ଏହା ମଧ୍ୟ ପଢନ୍ତୁ: Explosion In Abu Dhabi: ଆବୁଧାବି ଏୟାରପୋର୍ଟରେ ଡ୍ରୋନ ଆକ୍ରମଣ, 2 ଭାରତୀୟଙ୍କ ସମେତ 3 ମୃତ

ବିଜେଡ଼ି କର୍ମୀ,ନେତା ଏବଂ ସରକାରୀ କର୍ମଚାରୀଙ୍କର ଖୋଲାଖୋଲି ନିର୍ଵାଚନ ଆଚରଣ ବିଧି ଉଲଙ୍ଘନ ପ୍ରତି ନିର୍ବାଚନ କମିଶନ ଦୃଷ୍ଟି ଦେବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି। କାର୍ଯ୍ୟାନୁଷ୍ଠାନ ନହେଲେ ନିରପେକ୍ଷ ନିର୍ବାଚନ କେବଳ ଭାଷଣରେ ସୀମିତ ରହିଯିବ ବୋଲି ବୁଦ୍ଧିଜୀବୀ କହିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.