କେନ୍ଦ୍ରାପଡା: ଜିଲ୍ଲାର ଅନ୍ତରୀଣ ଗ୍ରାମ ଗୁଡିକରେ ଗଡିବ ଏଚଡିଏଫସି ବ୍ୟାଙ୍କର ମୋବାଇଲ ଏଟିଏମ। ଜିଲ୍ଲାର ମୋଟ ୯ଟି ବ୍ଲକରେ ଥିବା ଅନ୍ତରୀଣ ଗ୍ରାମ ଯେଉଁଠାରେ କି ଏଟିଏମର ସୁବିଧା ନାହିଁ ସେଭଳି ସ୍ଥାନ ମାନଙ୍କରେ ବ୍ୟାଙ୍କ ଏହି ମୋବାଇଲ ଏଟିଏମ ଟଙ୍କା ନେଇ ପହଞ୍ଚିବ।
ଏହି ଗାଡ଼ିରେ 80 ଡେସିବେଲ ଶବ୍ଦର ଏକ ମାଇକ ସେଟ ରହିଥିବା ବେଳେ ଅନ୍ତରୀଣ ଗ୍ରାମ ଗୁଡିକରେ ଲୋକ ମାନଙ୍କ ପାଖରେ ପହଞ୍ଚି ଟଙ୍କା ଯୋଗାଇବ ଏହି ଗାଡି।
ଟଙ୍କା ଉଠାଣ ପାଇଁ ବ୍ୟାଙ୍କ ପକ୍ଷରୁ କୌଣସି ଚାର୍ଜ ନିଆଯିବ ନାହିଁ ବୋଲି ଶାଖା ପରିଚାଳକ ପ୍ରଶାନ୍ତ ମିଶ୍ର ସୂଚନା ଦେଇଛନ୍ତି। ଗୁରୁବାର ଜିଲ୍ଲାପାଳଙ୍କ ଦ୍ୱାରା ଏହି ମୋବାଇଲ ଏଟିଏମର ଉଦଘାଟନ କରାଯାଇ ପ୍ରାଥମିକ ଭାବରେ ପେଣ୍ଠପାଳ,ଚଉଦକୁଲାଟ ଓ ଧୂମାତ ଗାଁରେ ପରୀକ୍ଷାମୂଳକ ଭାବେ ଗଡିଥିବା ସୂଚନା ମିଳିଛି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ