ETV Bharat / state

ଲଞ୍ଚ ହେଲା ‘ମୋ କେନ୍ଦ୍ରାପଡ଼ା’ ଆପ୍, ଦୁର୍ନୀତି ମୁକ୍ତ ହେବ ଜିଲ୍ଲା - ଲଞ୍ଚ ହେଲା ମୋ କେନ୍ଦ୍ରାପଡ଼ା ଆପ୍

କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ଭ୍ରଷ୍ଟାଚାର ମୁକ୍ତ, ସ୍ଵଚ୍ଛ ନିର୍ମଳ ଶାସନ ଏବଂ ଉତ୍ତରଦାୟୀ ସେବା ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦ୍ବାରା ‘mo kendrapara’ (ମୋ କେନ୍ଦ୍ରାପଡ଼ା) ଆପ୍‌ର ଉଦଘାଟନ ହୋଇଛି ।

ଲଞ୍ଚ ହେଲା ‘ମୋ କେନ୍ଦ୍ରାପଡ଼ା’ ଆପ୍, ଦୁର୍ନୀତି ମୁକ୍ତ ହେବ ଜିଲ୍ଲା
author img

By

Published : Nov 26, 2019, 8:18 AM IST

କେନ୍ଦ୍ରାପଡ଼ା: ଜିଲ୍ଲା ପ୍ରଶାସନକୁ ଭ୍ରଷ୍ଟାଚାର ମୁକ୍ତ, ସ୍ଵଛ ନିର୍ମଳ ଶାସନ ଏବଂ ଉତ୍ତରଦାୟୀ ସେବା ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦ୍ବାରା ‘mokendrapara’ (ମୋ କେନ୍ଦ୍ରାପଡ଼ା) ଆପ୍‌ର ଉଦଘାଟନ ହୋଇଛି । ସୋମବାର ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ଏହି ଆପ୍ ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସମସ୍ତ ବରିଷ୍ଠ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ଲଞ୍ଚ ହେଲା ‘ମୋ କେନ୍ଦ୍ରାପଡ଼ା’ ଆପ୍, ଦୁର୍ନୀତି ମୁକ୍ତ ହେବ ଜିଲ୍ଲା

ଏହି ଆପ୍‌ରେ ଜିଲ୍ଲା ପ୍ରଶାସନର ୧୩ଗୋଟି ସେବା ଅନ୍ତର୍ଭୁକ୍ତ ରହିଥିବା ସୂଚନା ମିଳିଛି । ଜିଲ୍ଲାର ବିଭିନ୍ନ ଦର୍ଶନୀୟ ସ୍ଥାନ ଯଥା ବଳଦେବଜୀୟୁ ମନ୍ଦିର, ଭିତରକନିକା ଜାତୀୟ ଉଦ୍ୟାନ, ବତୀଘର ଆଦିର ଗମନାଗମନ ସମ୍ବନ୍ଧୀୟ ସୂଚନା ଏହି ଆପରେ ସ୍ଥାନ ପାଇଛି । ଏହାସହ ଆଗାମୀ ଦିନରେ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ମହୋତ୍ସବ, କାର୍ଯ୍ୟକ୍ରମ ଓ ସଭାସମିତି ସମ୍ବନ୍ଧରେ ଜନସାଧାରଣ ଏହି ଆପ ମାଧ୍ୟମରେ ସୂଚନା ପାଇପାରିବେ।

ବିଭିନ୍ନ ସରକାରୀ ଯୋଜନା ଯଥା ଶିକ୍ଷା, ସ୍ବାସ୍ଥ୍ୟ, ପରିବହନ, ପର୍ଯ୍ୟଟନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ହିତକାରୀ ଯୋଜନାର ବିସ୍ତୃତ ତଥ୍ୟ ଏହି ଆପ୍ ମାଧ୍ୟମରେ ଜନସାଧାରଣ ସୂଚନା ପାଇପାରିବେ । ସେହିପରି ଜିଲ୍ଲାର ହସ୍ତଶିଳ୍ପ କାଇଞ୍ଚ, ଜିଲ୍ଲାର ପର୍ବପର୍ବାଣି, ଜିଲ୍ଲାର ପ୍ରସିଦ୍ଧ କିମ୍ବଦନ୍ତୀ, ଐତିହ୍ୟ ଓ ସଂସ୍କୃତି ତଥା କେନ୍ଦ୍ରାପଡ଼ା ପ୍ରସିଦ୍ଧ ରସାବଳୀ, ମଗଜଲଡୁ ସମ୍ବନ୍ଧରେ ତଥ୍ୟ ଏହି ଆପ୍‌ ମାଧ୍ୟମରେ ମିଳିପାରିବ। ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ତଥା କଳାକାର ଭତ୍ତା, ଭିନ୍ନକ୍ଷମ ଭତ୍ତା, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ହିତାଧିକାରୀଙ୍କ ତାଲିକା ମଧ୍ୟ ଏହି ଆପ ମାଧ୍ୟମ ହେବ।

ବିଶେଷ ଭାବରେ ବିଭିନ୍ନ ବ୍ଳକରେ କାର୍ଯ୍ୟରତ କର୍ମଚାରୀ ତଥା ଶିକ୍ଷା, ସ୍ବାସ୍ଥ୍ୟ ଓ ତହସିଲରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଆଗାମୀ ଛୁଟି ତାଲିକା ଏହି ମୋବାଇଲ ଆପ୍‌ରେ ଉପଲବ୍ଧ ହୋଇ କିଏ କେଉଁଦିନ ଉପସ୍ଥିତ ଓ ଅନୁପସ୍ଥିତ ରହିବେ ତାହା ମଧ୍ୟ ସୂଚନା ପାଇବେ ଜନସାଧାରଣ । ତେବେ ଏହି ଆପ୍‌ର ପ୍ରଚାର ପ୍ରସାର ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତ ଗଣମାଧ୍ୟମର ସହଯୋଗ ଲୋଡିଛନ୍ତି । ତେବେ ଭବିଷ୍ୟତରେ ଏହି ଆପ୍‌ର ଅପଡେଟ କରାଯିବ ବୋଲି ସୂଚନା ମିଳିଛି।

କିପରି ଇନଷ୍ଟଲ କରିବେ ଏହି ଆପ?
Playstore>mokendrapara>continue>login>signal>user registration>title>full name>mobile number>email>password>confirm password>request otp

ପରେ ଆପଣଙ୍କ ମୋବାଇଲ ରେ ଏହି ଆପ ଇନଷ୍ଟଲ ହୋଇଯିବ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:25.11.2019
Radhakanta Mohanty, Kendrapada
Slug-od_kpr_02_app launch_script_7204459
Anchor-ଜିଲ୍ଲା ପ୍ରଶାସନକୁ ଭ୍ରଷ୍ଟାଚାର ମୁକ୍ତ,ସ୍ଵଛ ନିର୍ମଳ ଶାସନ ଏବଂ ଉତ୍ତରଦାୟୀ ସେବା ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦ୍ୱାରା ଆଜି ସନ୍ଧ୍ୟାରେ
"mokendrapara"ଆପର ଉଦଘାଟନ ହୋଇଛି।ଆଜି ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ଏହି ଆପ ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସମସ୍ତ ବରିଷ୍ଠ ଅଧିକାରୀ,ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।ଏହି ଆପରେ ଜିଲ୍ଲା ପ୍ରଶାସନର ୧୩ଗୋଟି ସେବା ଅନ୍ତର୍ଭୁକ୍ତ ରହିଥିବା ସୂଚନା ମିଳିଛି।ଜିଲ୍ଲାର ବିଭିନ୍ନ ଦର୍ଶନୀୟ ସ୍ଥାନ ଯଥା ବଳଦେବଜୀୟୁ ମନ୍ଦିର,ଭିତରକନିକା ଜାତୀୟ ଉଦ୍ୟାନ, ବତୀଘର ଆଦିର ଗମନାଗମନ ସମ୍ବନ୍ଧୀୟ ସୂଚନା ଏହି ଆପରେ ସ୍ଥାନ ପାଇଥିବା ବେଳେ ଆଗାମୀ ଦିନରେ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ମହୋତ୍ସବ,କାର୍ଯ୍ୟକ୍ରମ ଓ ସଭାସମିତି ସମ୍ବନ୍ଧରେ ଜନସାଧାରଣ ଏହି ଆପ ମାଧ୍ୟମରେ ସୂଚନା ପାଇପାରିବେ।ବିଭିନ୍ନ ସରକାରୀ ଯୋଜନା ଯଥା ଶିକ୍ଷା,ସ୍ୱାସ୍ଥ୍ୟ,ପରିବହନ,ପର୍ଯ୍ୟଟନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ହିତକାରୀ ଯୋଜନାର ବିସ୍ତୃତ ତଥ୍ୟ ଏହି ଆପ ମାଧ୍ୟମରେ ଜନସାଧାରଣ ସୂଚନା ପାଇପାରିବେ।ସେହିପରି ଜିଲ୍ଲାର ହସ୍ତଶିଳ୍ପ କାଇଞ୍ଚ,ଜିଲ୍ଲାର ପର୍ବପର୍ବାଣି, ଜିଲ୍ଲାର ପ୍ରସିଦ୍ଧ କିମ୍ବଦନ୍ତୀ,ଐତିହ୍ୟ ଓ ସଂସ୍କୃତି ତଥା କେନ୍ଦ୍ରାପଡ଼ା ପ୍ରସିଦ୍ଧ ରସାବଳୀ,ମଗଜଲଡୁ ସମ୍ବନ୍ଧରେ ତଥ୍ୟ ଏହି ଆପ ମାଧ୍ୟମରେ ମିଳିପାରିବ।ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ତଥା କଳାକାର ଭତ୍ତା,ଭିନ୍ନକ୍ଷମ ଭତ୍ତା,ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ହିତାଧିକାରୀଙ୍କ ତାଲିକା ମଧ୍ୟ ଏହି ଆପ ମାଧ୍ୟମ ହେବ।ବିଶେଷ ଭାବରେ ବିଭିନ୍ନ ବ୍ଳକରେ କାର୍ଯ୍ୟରତ କର୍ମଚାରୀ ତଥା ଶିକ୍ଷା,ସ୍ୱାସ୍ଥ୍ୟ ଓ ତହସିଲରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଆଗାମୀ ଛୁଟି ତାଲିକା ଏହି ମୋବାଇଲ ଆପରେ ଉପଲବ୍ଧ ହୋଇ କିଏ କେଉଁଦିନ ଉପସ୍ଥିତ ଓ ଅନୁପସ୍ଥିତ ରହିବେ ତାହା ମଧ୍ୟ ସୂଚନା ପାଇବେ ଜନସାଧାରଣ।ତେବେ ଏହି ଆପର ପ୍ରଚାର ପ୍ରସାର ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତ ଗଣମାଧ୍ୟମର ସହଯୋଗ ଲୋଡିଛନ୍ତି।ତେବେ ଭବିଷ୍ୟତରେ ଏହି ଆପର ଅପଡେଟ କରାଯିବ ବୋଲି ସୂଚନା ମିଳିଛି।
କିପରି ଇନଷ୍ଟଲ କରିବେ ଏହି ଆପ?
Playstore>mokendrapara>continue>login>signal>user registration>title>full name>mobile number>email>password>confirm password>request otp
ପରେ ଆପଣଙ୍କ ମୋବାଇଲ ରେ ଏହି ଆପ ଇନଷ୍ଟଲ ହୋଇଯିବ।
Byt-ସମ୍ବିତ କୁମାର ପଣ୍ଡା(ଜେନେରାଲ ମ୍ୟାନେଜର ନିକ୍ସି,ଭୁବନେଶ୍ୱର)
Byt-ସମର୍ଥ ବର୍ମା(ଜିଲ୍ଲାପାଳ,କେନ୍ଦ୍ରାପଡ଼ା)Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.