ETV Bharat / state

୫ ଦିନ ପରେ ୨ ନିଖୋଜ ଛାତ୍ର ଉଦ୍ଧାର - କେନ୍ଦ୍ରାପଡା ଖବର

ଶୁକ୍ରବାର ଠାରୁ ନିଖୋଜ ଥିଲେ, ୫ ଦିନ ପରେ ଉଦ୍ଧାର ହେଲେ ଦୁଇ ଅଷ୍ଟମ ଶ୍ରେଣୀ ଛାତ୍ର । ଅଧିକ ପଢନ୍ତୁ

୫ ଦିନ ପରେ ନିଖୋଜ ଛାତ୍ର ଉଦ୍ଧାର
୫ ଦିନ ପରେ ନିଖୋଜ ଛାତ୍ର ଉଦ୍ଧାର
author img

By ETV Bharat Odisha Team

Published : Sep 15, 2023, 11:39 AM IST

ନିଖୋଜ ଛାତ୍ର ଉଦ୍ଧାର

କେନ୍ଦ୍ରାପଡା: ସ୍କୁଲ ଯିବା ବାଟରେ ନିଖୋଜ ହୋଇଯାଇଥିଲେ କେନ୍ଦ୍ରାପଡା ଜିଲ୍ଲାର ୨ ଜଣ ଅଷ୍ଟମ ଶ୍ରେଣୀ ଛାତ୍ର । ୫ ଦିନ ପରେ ନିଖୋଜ ଛାତ୍ର ଶୁଭଙ୍କର ମଳିକ ଓ ସୋନି ମଳିକଙ୍କୁ ଉଦ୍ଧାର କରିଛି ପୋଲିସ । ସୋନୁଙ୍କୁ ସାଲେପୁର ଅଞ୍ଚଳରୁ ଜଣେ ମହିଳାଙ୍କ ସହ ଉଦ୍ଧାର କରାଯାଇଛି । ସେହିପରି ଶୁଭଙ୍କର ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଠାବ ହୋଇଛି । ଗତ ଶୁକ୍ରବାର ଠାରୁ ଦୁହେଁ ନିଖୋଜ ଥିଲେ । ତେବେ ସେମାନଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁଯାୟୀ, ଶୁଭଙ୍କର ଓ ସୋନ ହରିଅଙ୍କ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢନ୍ତି । ଗତ ଶୁକ୍ରବାର ଦିନ ଦୁହେଁ ସ୍କୁଲ ଯିବାକୁ କହି ଘରୁ ବାହାରିଥିଲେ । ହେଲେ ଆଉ ଫେରି ନଥିଲେ । ବହୁ ଖୋଜାଖୋଜି କରିବା ପରେ ସୋନୁଙ୍କ ଘର ଲୋକେ କେନ୍ଦ୍ରାପଡ଼ା ସଦର ଥାନାରେ ଓ ଶୁଭଙ୍କରଙ୍କ ଘର ଲୋକେ କୁଦାନଗରୀ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଛାତ୍ରଙ୍କୁ ଠାବ କରିବାରେ ପୋଲିସର ନିଷ୍କ୍ରିୟତା ଅଭିଯୋଗ ଆଣି ବିଜେପି ରାଜ୍ୟ ପ୍ରବକ୍ତା ତେଜେଶ୍ଵର ପରିଡା ଗତ ସୋମବାର ଦିନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଥିଲେ । ଏହାପରେ ଦୁଇ ଥାନା ଓ ଚାନ୍ଦୋଳ ଫାଣ୍ଡି ପୋଲିସ ତତ୍ପରତା ପ୍ରକାଶ କରି ଛାତ୍ରଙ୍କୁ ଖୋଜିବାକୁ ପ୍ରଚେଷ୍ଟା କରିଥିଲେ ।

ଏହାମଧ୍ୟ ପଢନ୍ତୁ: କୁଖ୍ୟାତ ଅପରାଧି ବିଭୁ ସାହୁ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଶେଷରେ ସୋନୁ ମଳିକଙ୍କୁ ସାଲେପୁର ଅଞ୍ଚଳରେ ରିତା ମଳିକ ନାମକ ମହିଳାଙ୍କ ସହ ଉଦ୍ଧାର କରାଯାଇଥିଲା । ତେବେ ରିତା ମଳିକ ଓ ଛାତ୍ରଙ୍କ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା ଥିବାରୁ ସେ ତାକୁ ଅପହରଣ କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଶୁଭଙ୍କରକୁ ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ଉଦ୍ଧାର କରାଯାଇଛି । ଦୁଇ ଛାତ୍ରଙ୍କ ବୟାନ ରେକର୍ଡ ପାଇଁ ଯଥାକ୍ରମେ ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଫାଣ୍ଡି ଓ କୁଦାନଗରୀ ଥାନାକୁ ନିଆଯାଇଛି । ରିତା ମଳିକ ଓ ତାଙ୍କର ସହଯୋଗୀ ମିଶି ଦୁଇ ଛୁଆଙ୍କ ଅପହରଣ କରିଥିବା ସୋନୁଙ୍କ ବାପାମାଆ ଅଭିଯୋଗ କରିବା ପରେ ସମ୍ପୃକ୍ତ ମହିଳାଙ୍କୁ ଫାଣ୍ଡିରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।

ଏନେଇ ତଦନ୍ତ ଜାରି ରହିଥିବାରୁ ପୋଲିସ କୌଣସି ପ୍ରତିକ୍ରିୟା ଦେଇନାହିଁ । ତଦନ୍ତ ଚାଲିଛି ଓ ଅଧିକ ତଥ୍ୟ ମିଳିବା ପରେ ଯାହା କହିହେବ ବୋଲି ଚାନ୍ଦୋଳ ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ପାଣିଗ୍ରାହୀ କହିଛନ୍ତି । ତେବେ ଛାତ୍ର ଦ୍ୱୟଙ୍କୁ ଗୁରୁବାର ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ହାଜର କରାଯାଇଛି।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.