ETV Bharat / state

ନୀତି ମାନିଲେନି ନୀତିଶେଖର, ସାମ୍ବାଦିକଙ୍କୁ କଲେ ଦୁର୍ବ୍ୟବହାର - working

ନୀତି, ନିୟମ ଆଇନ ଓ କାନୁନର ପାଠ ପଢାଉଥିବା ଜିଲ୍ଲା ଆରକ୍ଷୀ ଅଧିକାରୀ ବାବୁ ନୀତିଶେଖରଙ୍କ ନାଲି ଆଖି । ପୁଣି କାର୍ଯ୍ୟରତ ସାମ୍ବାଦିକଙ୍କୁ । ମାଡ଼ ମାରିବାକୁ ଚିହିଙ୍କିବା ସହ ହାତ ଉଠାଇବା ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କେନ୍ଦ୍ରାପଡ଼ା
author img

By

Published : Jul 18, 2019, 7:52 AM IST

କେନ୍ଦ୍ରାପଡ଼ା: କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସ ବାବୁଙ୍କ ଦୁର୍ବ୍ୟବହାର । ନାଲି ଆଖି ଦେଖାଇବା ସହ ହାତ ଉଠାଇଲେ ନିୟମ ଦେଖାଉଥିବା ନୀତିଶେଖର । ଘଟଣାନୁଯାୟୀ ବୁଧବାର ପାଟକୁରା ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀ ପ୍ରଚାର ଗସ୍ତ ଥିଲା । ଏହି ଅବସରରେ କେନ୍ଦ୍ରାପଡ଼ା ବାରିମୂଳସ୍ଥିତ ହେଲିପ୍ୟାଡ଼ ନିକଟରେ ଖବର ସଂଗ୍ରହ ପାଇଁ ବୈଦ୍ୟୁତିକ ଗଣମାଧ୍ୟମର ଉକ୍ତ ସାମ୍ବାଦିକ ଉପସ୍ଥିତ ରହିଥିଲେ ।

ଏହି ସମୟରେ କେନ୍ଦ୍ରାପଡ଼ା ଆରକ୍ଷୀ ଅଧିକ୍ଷକ ନୀତିଶେଖର ସମସ୍ତ ସାଧାରଣ ଜନତାଙ୍କୁ ଉକ୍ତ ସ୍ଥାନରୁ ଦୂରେଇ ଯିବା ପାଇଁ କହିଥିଲେ ଓ ଉକ୍ତ ସାମ୍ବାଦିକଙ୍କୁ ମଧ୍ୟ ଠେଲି ଦେଇଥିଲେ । ସେ ନିଜକୁ ଗଣମାଧ୍ୟମ ପ୍ରତିନିଧି ବୋଲି ପରିଚୟ ଦେଇଥିଲେ ଏବଂ ତାଙ୍କ ହାତରେ ବୁମ ମଧ୍ୟ ରହିଥିଲା । କିନ୍ତୁ ଏସପି ମହାଶୟ କିଛି ଶୁଣିବାକୁ ପ୍ରସ୍ତୁତ ନ ଥିଲେ । ପରେ ତାଙ୍କୁ ଦୁର୍ବ୍ୟବହାର କରିବା ସହ ସର୍ବସମ୍ମୁଖରେ ଧକ୍କା ମାରିଥିବା ଓ ହାତ ଉଠାଇଥିବା ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କେନ୍ଦ୍ରାପଡ଼ା

ଏଠାରେ ପ୍ରଶ୍ନ ଉଠୁଛି ଗଣମାଧ୍ୟମ ଯଦି ଏଠାରେ ନିରାପଦ ନୁହେଁ ଏବଂ ଜଣେ ଆରକ୍ଷୀ ଅଧିକାରୀ ଯଦି ଏଭଳି ବ୍ୟବହାର କରନ୍ତି, ତେବେ ତାହା କେଉଁ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିବ? ଗଣତନ୍ତ୍ରର ଚତୁର୍ଥସ୍ତମ୍ବକୁ ନାଲି ଆଖି ଦେଖାଇବା କି ପ୍ରକାର ସମ୍ମାନ ? ଅନ୍ୟପକ୍ଷରେ ଏସପିଙ୍କର ଏପରି ଦୁର୍ବ୍ୟବହାରକୁ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ନ୍ୟାସନାଲ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟର ସଦସ୍ୟ ଚିତ୍ତରଞ୍ଜନ ଦାସ ନିନ୍ଦା କରିବା ସହ ଏସପି ନୀତିଶେଖରଙ୍କ ବିରୋଧରେ ରାଜ୍ୟ ସରକାର କଡା ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:17.07.2019
Prasanta Kumar Nayak, Kendrapada
Slug-SP misbehaved
Anchor-କେନ୍ଦ୍ରାପଡ଼ା ଆରକ୍ଷୀ ଅଧିକ୍ଷକଙ୍କ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର।ଘଟଣନୁଯାୟୀ ଆଜି କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀ ପ୍ରଚାର ଗସ୍ତ ଥିଲା।ଏହି ଅବସରରେ କେନ୍ଦ୍ରାପଡ଼ା ବାରିମୂଳସ୍ଥିତ ହେଲିପ୍ୟାଡ଼ ନିକଟରେ ଖବର ସଂଗ୍ରହ ପାଇଁ ନ୍ୟୁଜ ୧୮ର ଭୁବନେଶ୍ୱର ସାମ୍ବାଦିକ ଅଜେଶ ମଲ୍ଲିକ ଯାଇ ଛିଡା ହୋଇଥିଲେ।ଏହି ସମୟରେ କେନ୍ଦ୍ରାପଡ଼ା ଆରକ୍ଷୀ ଅଧିକ୍ଷକ ନୀତିଶେଖର ସମସ୍ତ ସାଧାରଣ ଜନତାଙ୍କୁ ଉକ୍ତ ସ୍ଥାନରୁ ଦୁରେଇଯିବା ପାଇଁ କହିଥିଲେ ଓ ଅଜେଶଙ୍କୁ ଠେଲି ଦେଇଥିଲେ।ଅଜେଶ ଗଣମାଧ୍ୟମ ପ୍ରତିନିଧି ବୋଲି ପରିଚୟ ଦେଇଥିଲେ ଏବଂ ତାଙ୍କ ହାତରେ ବୁମ ମଧ୍ୟ ରହିଥିଲା।କିନ୍ତୁ ଏସପି ମହାଶୟ ଅଜେଶଙ୍କ କହିବାପରେ ମଧ୍ୟ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଧକ୍କା ମାରିଥିବା ଓ ହାତ ଉଠାଇଥିବା ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି।ଏଠାରେ ପ୍ରଶ୍ନ ଉଠୁଛି ଗଣମାଧ୍ୟମ ଯଦି ଏଠାରେ ନିରାପଦ ନୁହେଁ ଏବଂ ଜଣେ ଆରକ୍ଷୀ ଅଧିକାରୀ ଯଦି ଏଭଳି ବ୍ୟବହାର କରନ୍ତି ତେବେ ତାହା କେଉଁଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିବ?ଅନ୍ୟପକ୍ଷରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ନ୍ୟାସନାଲ ୟୁନିୟନ ଅଫ ଜର୍ଣ୍ଣଲିଷ୍ଟର ସଦସ୍ୟ ଚିତ୍ତରଞ୍ଜନ ଦାସ ଏହି ଘଟଣାକୁ ନିନ୍ଦା କରିବା ସହ ଏସପି ନୀତିଶେଖରଙ୍କ ବିରୋଧରେ ରାଜ୍ୟ ସରକାର କଡା ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି।
Byt-ଚିତ୍ତରଞ୍ଜନ ଦାସ(ବରିଷ୍ଠ ସାମ୍ବାଦିକ,କେନ୍ଦ୍ରାପଡ଼ା)Body:BreakingConclusion:Breaking
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.