ETV Bharat / state

ମାତିଛନ୍ତି ଏଟିଏମ ଲୁଟେରା ଗ୍ୟାଙ୍ଗ; 6 ମାସରେ 6ରୁ ଊର୍ଦ୍ଧ୍ବ ସ୍ଥାନରେ ATM ଲୁଟ - 6 ରୁ ଊର୍ଦ୍ଧ୍ବ ସ୍ଥାନରେ ଏଟିଏମ୍ ଲୁଟ

କେନ୍ଦ୍ରାପଡାରେ 6 ମାସ ଭିତରେ ଜିଲ୍ଲାରେ 6ରୁ ଊର୍ଦ୍ଧ୍ବ ସ୍ଥାନରେ ଏଟିଏମ୍ ଲୁଟ । ହେଲେ ନିରବଦ୍ରଷ୍ଟା ବ୍ୟାଙ୍କ ଏବଂ ପୋଲିସ ପ୍ରଶାସନ । ଅଧିକ ପଢନ୍ତୁ

Miscreants Loot ATM
Miscreants Loot ATM
author img

By

Published : Jul 9, 2023, 1:39 PM IST

Miscreants Loot ATM

କେନ୍ଦ୍ରାପଡା: ଦୁର୍ବୃତ୍ତଙ୍କ ଟାର୍ଗେଟରେ ଏଟିଏମ । 6 ମାସ ଭିତରେ କେନ୍ଦ୍ରାପଡା ଜିଲ୍ଲାରେ 6ରୁ ଊର୍ଦ୍ଧ୍ବ ସ୍ଥାନରେ ଏଟିଏମ୍ ଲୁଟ । ହେଲେ ନିରବଦ୍ରଷ୍ଟା ବ୍ୟାଙ୍କ ଏବଂ ପୋଲିସ ପ୍ରଶାସନ । ସହର ହେଉ ଅବା ଗ୍ରାମାଞ୍ଚଳ ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ ବିଭିନ୍ନ ବ୍ୟାଙ୍କର ଏଟିଏମ(ATM) ରହିଛି । କେତେବେଳେ ଏଟିଏମ ତାଡି ଦୁର୍ବୁତ୍ତ ବିଫଳ ହେଉଛନ୍ତି ତ ଆଉ କେତେବେଳେ ଏଟିଏମର ଆନୁସଙ୍ଗିକ ସାମଗ୍ରୀ ଚୋରି କରି ନେଉଛନ୍ତି । ଗୋଟିଏ ପଟେ ଏଟିଏମରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଫେଲ ମାରିଥିବା ବେଳେ ଅନ୍ୟପଟେ ପୋଲିସ ପାଟ୍ରୋଲିଂକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଗତ ଏପ୍ରିଲ ମାସରେ ସଦର ଓ ଟାଉନ ଥାନା ଅଞ୍ଚଳରେ ବିଭିନ୍ନ ବ୍ୟାଙ୍କ୍ ଏଟିଏମ୍ ତଡା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଗୋଟିଏ ଏଟିଏମ୍ ତାଡ଼ି ଟଙ୍କା ଲୁଟ କରିବାକୁ ଚେଷ୍ଟା କରି ବିଫଳ ହୋଇ ୟୁପିଏସ ବ୍ୟାଟେରୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ଚୋରି କରି ନେଇଯାଇଥିଲେ ଦୁର୍ବୁତ୍ତ । ସେହିପରି ଜିଲ୍ଲା ପୋଲିସ ମୁଖ୍ୟ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖ ଜଜାଙ୍ଗ ସ୍ଥିତ ଥିବା ଏକ ଏଟିଏମକୁ ମଧ୍ୟ ଦୁର୍ବୃତ୍ତ ବାଦ୍ ଦେଇନଥିଲେ । ଏସ୍‌ବିଆଇ ଏଟିଏମ୍‌ରୁ ବ୍ୟାଟେରୀ ତାଡ଼ି ନେଇ ଯାଇଥିବା ଅଭିଯୋଗ ହୋଇଥିଲା ।

ସେହିଭଳି ଗତ ଫେବୃଆରୀ ୨୨ ତାରିଖରେ ଗୋପ ହାଟ ଛକ ନିକଟରେ ଥିବା ଅନ୍ୟ ଏକ ଏସବିଆଇ ଏଟିଏମ୍‌ରୁ ବ୍ୟାଟେରୀ ଚୋରି ହୋଇଥିଲା । ୧୨ ଭୋଲ୍‌ଟର ୬ଟି ୟୁପିଏସ୍‌ ବ୍ୟାଟେରୀ ଚୋରି ହୋଇଥିବା ନେଇ ବ୍ୟାଙ୍କ ମ୍ୟାନେଜର‌୍‌ ସଦର ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଚୁପ୍ ବସିଛି । ସେହିପରି ଜଜାଙ୍ଗସ୍ଥିତ ଏସ୍‌ପି ଅଫିସ୍‌ ଆଗରେ ଥିବା ଏସବିଆଇ ଏଟିଏମ୍‌ରୁ ଦୁର୍ବୃତ୍ତମାନେ ପଛ କବାଟ ଭାଙ୍ଗି ଗତ ମାର୍ଚ୍ଚ ୨୯ ତାରିଖ ଭୋର‌୍‌ ପ୍ରାୟ ୪ ଟାରୁ ୫ଟା ଭିତରେ ୧୨ ଭୋଲ୍‌ଟର ୮ଟି ୟୁପିଏସ୍‌ ବ୍ୟାଟେରୀ ଚୋରି କରି ନେଇଥିବା ନେଇ ଉପ ଶାଖା ମ୍ୟାନେଜର‌୍‌ ସୁରେଶ କୁମାର ପୃଷ୍ଟି ସଦର ଥାନାରେ ଏକ ଏତଲା ଦେଇଥିଲେ ।

କେବଳ ସେତିକି ନୁହେଁ, ସେହି ରାତିରେ ମୀରପାଟଣାରେ ଥିବା ଆଉ ଏକ ଏସ୍‌ବିଆଇ ଏଟିଏମ୍‌କୁ ତାଡି ଚୋରି କରିବାକୁ ଉଦ୍ୟମ କରି ବିଫଳ ହୋଇଥିବା ନେଇ ଟାଉନ ଥାନାରେ ବ୍ୟାଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ଏନେଇ ମାମଲା ରୁଜ୍ଜୁ ହୋଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ଆଜି ପର୍ଯ୍ୟନ୍ତ ସକ୍ଷମ ହୋଇନି |

ଏହା ମଧ୍ୟ ପଢନ୍ତୁ- ମାରଣାସ୍ତ୍ର ଧରି ବୁଲୁଛନ୍ତି ଡକାୟତ ଗ୍ୟାଙ୍ଗ୍, ATM ଲୁଟ୍‌ ଯୋଜନା ଭଣ୍ଡୁର କଲା ପୋଲିସ୍

ତେବେ ଦୁଇ ମାସ ପରେ ପୁଣିଥରେ ସଦର ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଲକ୍ଷ ଲକ୍ଷ ଟଙ୍କା ଏଟିଏମ୍ ତାଡ଼ି ଲୁଟିବା ସହିତ ପ୍ରମାଣ ନଷ୍ଟ ପାଇଁ କାଉଣ୍ଟରରେ ନିଆଁ ଲଗାଇ ପୋଡି ଦେଇଥିଲେ ଦୁର୍ବୃତ୍ତ । ଏମିତିକି ଏଟିଏମ୍ କାଉଣ୍ଟରରେ ସିସିଟିଭିକୁ ଭାଙ୍ଗି ଚୂରମାର କରି ଦେଇଥିଲେ । ସଦର ଥାନା ଅଧୀନ ଠାକୁରପାଟଣା ୟୁକୋ ବ୍ୟାଙ୍କ ଏଟିଏମରୁ ବିଳମ୍ବିତ ରାତିରେ ୯ ଲକ୍ଷ ୨୨ ହଜାର ଟଙ୍କା ଲୁଟ କରିଥିବା ବେଳେ ୟୁପିଏସ ଏବଂ ବ୍ୟାଟେରୀକୁ ମଧ୍ୟ ନେଇ ଯାଇଥିଲେ । କାଉଣ୍ଟର ସିସିଟିଭିକୁ ଦୁର୍ବୃତ୍ତ ନଷ୍ଟ କରି ଦେଇଥିଲେ ମଧ୍ୟ ବ୍ୟାଙ୍କରେ ଲଗା ଯାଇଥିବା ସିସିଟିଭିରେ 3 ଦୁର୍ବୁତ୍ତଙ୍କ କାର୍ଯ୍ୟକଳାପ କଏଦ ହୋଇଥିଲା ।

ଏହିସବୁ ଲୁଟ ପଛରେ ଏକ ବିହାରୀ ଗ୍ୟାଙ୍ଗର ସଦସ୍ୟ ସାମିଲ ଥିବା ନେଇ ପୋଲିସ ସନ୍ଦେହ କରିଛି । ତେବେ 6 ମାସ ଭିତରେ 6 ଏଟିଏମ ଚୋରି ଏବଂ ସିସିଟିଭିରେ ଚୋରମାନଙ୍କର କାର୍ଯ୍ୟକଳାପର ଦୃଶ୍ୟ କଏଦ ହୋଇଥିଲେ ମଧ୍ୟ ପୋଲିସର ନୀରବତା ଏବେ ବୁଦ୍ଧିଜୀବୀ ମହଲରେ ନିନ୍ଦାର ବିଷୟ ପାଲଟିଛି | ଜିଲ୍ଲା ବାହାରୁ ଆସି ରାତିରେ ଚୋରି କରି ଦୁର୍ବୁତ୍ତ ପୁଣି ଫେରାର ହୋଇଯାଉଥିବାରୁ ସେମାନଙ୍କୁ ଧରିବା ପୋଲିସ ପକ୍ଷରେ ଟିକେ କଷ୍ଟକର ହୋଇପଡୁଛି ବୋଲି ପୋଲିସ ପରୋକ୍ଷରେ ମନ୍ତବ୍ୟ ଦେଇଛନ୍ତି |

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.