ETV Bharat / state

କାକଟପୁର ଗାଁରେ ସଶସ୍ତ୍ର ଡକାୟତି, ଗୁଳି ଫୁଟାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା - କେନ୍ଦ୍ରାପଡାରେ ବଡ ଧରଣର ଡକାୟତି

କେନ୍ଦ୍ରାପଡାରେ ବଡ ଧରଣର ଡକାୟତି । ଲକ୍ଷାଧିକ ଟଙ୍କାର ସୁନା ଗହଣା, ୧ଲକ୍ଷ ୬୦ହଜାର ଟଙ୍କା ଲୁଟିବା ସହ ପରିବାର ଲୋକଙ୍କୁ ଲହୁଲୁହାଣ କରିଲେ ଡକାୟତ । ଅଧିକ ପଢନ୍ତୁ

ଲୁଟ ସମୟରେ ଗ୍ରାମବାସୀ-ଡକାୟତ ମୁହାମୁହିଁ : ୨ ଜଣକୁ କାବୁ କଲେ ଗ୍ରାମବାସୀ

author img

By

Published : Apr 10, 2022, 10:35 AM IST

Updated : Apr 10, 2022, 11:10 AM IST

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ବଡ ଧରଣର ଡକାୟତି । ଲୁଟ ସମୟରେ ଗ୍ରାମବାସୀ ଓ ଡକାୟତି ମୁହାଁମୁହିଁ । ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ୧ଲକ୍ଷ ୬୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଏହାସହ ଡକାୟତି ପାଇଁ ପରିବାର ଲୋକଙ୍କୁ ଲହୁଲୁହାଣ କରିଛନ୍ତି ଡକାୟତ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ତନ୍ତିଆପାଳ ମେରାଇନ ଥାନା କାକଟପୁର ଗ୍ରାମରେ ।

କାକଟପୁରରେ ଗୁଳି ଫଟାଇ ଲୁଟ: 2ଡକାୟତଙ୍କୁ କାବୁ କଲେ ଗ୍ରାମବାସୀ

ସୂଚନାଅନୁସାରେ, କେନ୍ଦ୍ରାପଡା ତନ୍ତିଆପାଳ ମେରାଇନ ଥାନା କାକଟପୁର ଗାଁର କାର୍ତ୍ତିକ ସ୍ୱାଇଁଙ୍କ ପରିବାରରେ ବିଳମ୍ବିତ ରାତିରେ ୬ଜଣ ଦୁର୍ବୃତ୍ତ ଘର କବାଟ ତାଡି ଭିତରକୁ ପଶିଥିଲେ । ତେବେ ଗୃହକର୍ତ୍ତା କାର୍ତ୍ତିକ ସେମାନଙ୍କୁ କୌଣସି କଥା ପଚାରିବା ଆଗରୁ ଦୁର୍ବୃତ୍ତ ମାନେ ବନ୍ଧୁକ ଲଗାଇ ଚାବି ମାଗିଥିଲେ । ଚାବି ଦେବାରେ କାର୍ତ୍ତିକ ଅମଙ୍ଗ ହେବାରୁ କାର୍ତ୍ତିକଙ୍କୁ ମାଡ଼ ମାରି ଭୁଜାଲିରେ ଆକ୍ରମଣ କରିବା ସହ କାର୍ତ୍ତିକଙ୍କ ସ୍ତ୍ରୀ ତୁଳସୀ ଓ ବୋହୁ ମାନଙ୍କୁ ଅନ୍ୟ ଏକ ଘରେ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ୧ଲକ୍ଷ ୬୦ହଜାର ଟଙ୍କା ଲୁଟିନେଇଥିଲେ ।

ଫେରାର ହେବା ସମୟରେ କାର୍ତ୍ତିକଙ୍କ ସାନଭାଇ ଗାଁ ଭିତରୁ ଆସି ସେମାନଙ୍କୁ କାବୁ କରିବା ପାଇଁ ପ୍ରୟାସ କରିବା ବେଳେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ଗୁଳି ମଧ୍ୟ ଚଳାଇଥିଲେ । ତେବେ ଠିକ ସମୟରେ ଦୁର୍ବୃତ୍ତମାନେ ଆଣିଥିବା ଦୁଇଟି ନମ୍ବର ବିହୀନ ଗ୍ଲାମର ଓ ପ୍ଲାଟିନା ଗାଡି ଷ୍ଟାର୍ଟ ନହେବାରୁ କାର୍ତ୍ତିକ ଏବଂ ତାଙ୍କ ଭାଇ ଜଣେ ଦୁର୍ବୃତ୍ତକୁ କାବୁ କରିନେଇଥିଲେ ମଧ୍ୟ ଅନ୍ୟ ଅଭିଯୁକ୍ତ ସମସ୍ତ ଲୁଟ ସାମଗ୍ରୀ ନେଇ ଦୌଡ଼ି ପଳାଇବା ବେଳେ ଅନ୍ୟ ଜଣେ ଅଭିଯୁକ୍ତକୁ ଗ୍ରାମବାସୀମାନେ କାବୁ କରିବାରେ ସମର୍ଥ ହୋଇଥିଲେ ।

ତେବେ ଲୋକମାନଙ୍କ ଦ୍ବାରା କାବୁ କରାଯାଇଥିବା ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ାର ସେକ ଲତିଫ ଓ ଅନ୍ୟଜଣେ କଟକର ସେକ ତାହୀର ବୋଲି ସୂଚନା ମିଳିଛି । ସେମାନଙ୍କ ନିକଟରୁ ଗ୍ରାମବାସୀ ଚୋରିରେ ବ୍ୟବହୃତ ଦୁଇଟି ବାଇକ, ଗୋଟିଏ ବନ୍ଧୁକ, ଭୁଜାଲି, ପର୍ସ ସହ ଗୋଟିଏ ମୋବାଇଲ ଉଦ୍ଧାର କରି ତନ୍ତିଆପାଳ ପୋଲିସକୁ ଜିମା ଦେଇଛନ୍ତି। ଅଭିଯୋଗକୁ ଆଧାରକରି କେନ୍ଦ୍ରାପଡ଼ା ଆରକ୍ଷୀ ନିରୀକ୍ଷକ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର କାର୍ତ୍ତିକ,ତାଙ୍କ ପତ୍ନୀ ତୁଳସୀ ଓ ସାନଭାଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଧରା ପଡିଥିବା ଦୁଇ ଦୁବୃର୍ତ୍ତ ମଧ୍ୟ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Apr 10, 2022, 11:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.