ETV Bharat / state

ଦୁଷ୍କର୍ମର 15 ଦିନ ପରେବି ପୋଲିସ ହାତ ଖାଲି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାରାବାଜି

ମହାକାଳପଡା ଅଞ୍ଚଳରେ ଲଜ୍ୟା । ନାବାଳିକାକୁ ଦୁଷ୍କର୍ମ ଘଟଣାର 15 ଦିନ ପରେ ବି ପୋଲିସ ହାତ ଖାଲି । ଅଭିଯୁକ୍ତକୁ ଗିରଫ ଦାବିରେ ପୀଡିତାଙ୍କ ସହ ଆସି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ସ୍ଥାନୀୟ ମହିଳା ।

minor girl rape
ପ୍ରତିକାତ୍ମକ ଫଟୋ
author img

By

Published : Nov 29, 2019, 10:39 PM IST

କେନ୍ଦ୍ରାପଡା: ମହାକାଳପଡା ଅଞ୍ଚଳରେ ଲଜ୍ୟା । ନାବାଳିକାକୁ ଦୁଷ୍କର୍ମ ଘଟଣାର 15 ଦିନ ପରେ ବି ପୋଲିସ ହାତ ଖାଲି । ଅଭିଯୁକ୍ତକୁ ଗିରଫ ଦାବିରେ ପୀଡିତାଙ୍କ ସହ ଆସି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ସ୍ଥାନୀୟ ମହିଳା ।

ମହାକାଳପଡା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗତ 14 ତାରିଖରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ, 14 ତାରିଖ ରାତି 9ଟାରେ ସମ୍ପର୍କୀୟ ଭାଉଜଙ୍କ ଭାଇ ତଥା ଆଡୋଇ ଗ୍ରାମର ପ୍ରମୋଦ ଗୋଛାୟତଙ୍କ ପୁଅ ବିଜ୍ଞାନ ଗୋଛାୟତ ଛାତ୍ରୀଙ୍କୁ ବିସ୍କୁଟ, ମିକ୍ସଚର ଦେବା ନାଁରେ ଗାଁଠୁ କିଛି ବାଟ ଡାକି ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ କରିବା ପରେ ସେଠାରେ ଛାତ୍ରୀ ଜଣଙ୍କୁ ଧମକ ଦେଇ ପଳାଇଥିଲା ।

ଏହା ଜାଣିବା ପରେ ଘଟଣାର ପରଦିନ ପୀଡିତାଙ୍କ ବାପା ଆଡୋଇ ଗ୍ରାମକୁ ଯାଇ ବିଜ୍ଞାନ ଓ ତାଙ୍କ ପରିବାର ଏବାବଦରେ କହିବାରୁ ତାଙ୍କୁ ସେମାନେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ସେଠାରୁ ନିରାଶ ହୋଇ ପୀଡିତାଙ୍କ ବାପା ମହାକାଳପଡା ଥାନାରେ ବିଜ୍ଞାନଙ୍କ ବିରୋଧରେ ଏତଲା ଦାୟର କରିଥିଲେ ।

ତେବେ ଅଭିଯୋଗ ପରେ ଥାନାଅଧିକାରୀ ଛାତ୍ରୀଙ୍କୁ ଡାକ୍ତରୀ ମାଇନା କରି ଚୁପ୍‌ ବସିଥିବା ଅଭିଯୋଗ ହୋଇଛି । ଘଟଣାର 15 ଦିନ ପରେ ବି ପୋଲିସ ଅଭିଯୁକ୍ତକୁ ଗିରଫ କରିନଥିବାରୁ ପୀଡିତାଙ୍କ ସହ ଅନେକ ମହିଳା ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନ୍ୟାୟ ପାଇଁ ନାରାବାଜି କରିବା ସହ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:29.11.2019
Radhakanta Mohanty, Kendrapada
Slug-od_kpr_03_minor girl rape_script_7204459
Anchor-କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ପୁଣି ଲଜ୍ୟା ଜଣେ ନା ବାଳିକା ନବମ ଶ୍ରେଣୀ ର ଛାତ୍ରୀଙ୍କୁ 14 ଦିନ ତଳେ ବଳତ୍କାର କରାଯାଇଥିଲେ ମଧ୍ୟ ଏଯାବତ ତାଙ୍କୁ ଏବଂ ତାଙ୍କ ପରିବାର କୁ ମିଳୁନି ନ୍ୟାୟ।ଗତ 14-11 ରିଖ ରାତ୍ର 9ଟା ସମୟରେ ମହାକାଳପଡ଼ା ଥାନା ଅନ୍ତର୍ଗତ କେନ୍ତିଆ ଗ୍ରାମର ଜଣେ ନବମ ଶ୍ରେଣୀ ର ଛାତ୍ରୀ ଙ୍କୁ ସେହି ଥାନା ଅଞ୍ଚଳର ଆଡୋଇ ଗ୍ରାମର ପ୍ରମୋଦ ଗୋଛୟତଙ୍କ ପୁଅ ବିଜ୍ଞାନ ଗୋଛୟତ ନାବାଳିକାଙ୍କ ସମ୍ଫର୍କୀୟ ଭାଉଜଙ୍କ ଭାଇ ହୋଇଥିବା ବେଳେ ଚତୁରତା ସହ ମେବାଇଲ ଫୋନ ଯୋଗେ ଗାଁ ଠୁ କିଛି ବାଟ ଡାକି ବିସ୍କୁଟ ମିଶ୍ଚର ଦେବା ପାଇଁ କହିଥିଲେ।ତେବେ ଛାତ୍ରୀ ଜଣଙ୍କ ବିଜ୍ଞାନଙ୍କ କଥାରେ ବିଶ୍ୱାସ କରି ଯାଇଥିଲେ।ମାତ୍ର ପହଞ୍ଚିବା ପରେ ବିଜ୍ଞାନ ପ୍ରଚୁର ପରିମାଣରେ ମଦ୍ୟପାନ କରିଥିବାବେଳେ ଛାତ୍ରୀ ଙ୍କୁ ଅଶିଳ ଇଙ୍ଗିତ କରିଥିଲେ।ତେବେ ସେଠାରୁ ଖସିବାପାଇ ଚେଷ୍ଟା କରିଥିଲେ ମଧ୍ୟ ଜୋର ଜବରଦସ୍ତ ରାସ୍ତା କଡକୁ ଟେକି ନେଇ ବିଜ୍ଞାନ ଦୁସ୍କର୍ମ କରିବା ପରେ ସେଠାରୁ ଧମକ ଦେଇ ଚମ୍ଫଟ ମାରିଥିଲା ।ନାବାଳିକା ଛାତ୍ରୀଙ୍କ ପରିବାର ଗରିବ ଓ ଦିନ ମଜୁରିଆ ହୋଇଥିବା ବେଳେ ନାଚାର ହୋଇପଡିଥିଲେ। ତେବେ ଘଟଣା ଘଟିବାର ପରଦିନ ପିଡିତାଙ୍କ ବାପା ଆଡୋଇ ଗ୍ରାମକୁ ଯାଇ ବିଜ୍ଞାନ ଓ ତାଙ୍କ ପରିବାର ଲୋକ ଙ୍କୁ ଘଟଣା ସମ୍ପର୍କରେ କହିବା ପରେ ପିଡିତାଙ୍କ ବାପାଙ୍କୁ ଗାଳିଗୁଲଜ କରିବା ସହ ଜିବନରୁ ମାରିଦେବାକୁ ଧମକ ଦେଇଥିଲେ। ନିରାଶ ହେବା ପରେ ପିଡିତାଙ୍କ ବାପା ମହାକାଳପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲାକୁ ଭିତ୍ତିକରି ଥାନା ଅଧିକାରୀ ମନୋରଞ୍ଜନ ଚୈଧୁରୀ ମାମଲା ରୁଜୁ କରି ଛାତ୍ରୀଙ୍କୁ ଡାକ୍ତରୀ ମାଇନା କରାଇଥିଲେ। ତେବେ ଘଟଣା ଘଟିବାକୁ 15ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଗିରଫ କରିନଥିବା ବେଳେ ଗ୍ରାମର ମହିଳା ଓ ସାହିର ମହିଳା ମାନେ ପିଡିତାଙ୍କ ସହ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯାଳୟରେ ପହଞ୍ଚି ନ୍ୟାୟ ପାଇଁ ନାରାବାଜିକରିବା ସହ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.