ETV Bharat / state

Migratory Bird Census: ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ, ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀ ସାମିଲ

author img

By

Published : Jan 12, 2022, 10:03 AM IST

Updated : Jan 12, 2022, 10:15 AM IST

ଆଜିଠୁ (ବୁଧବାର) ଭିତରକନିକାରେ ଆରମ୍ଭ ହେଲା ପକ୍ଷୀ ଗଣନା(migratory bird census) । ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ୧୬ଟି ଟିମ ପକ୍ଷୀ ଗଣନା କରୁଛନ୍ତି। ଅଧିକ ପଢନ୍ତୁ

ଭିତରକନିକାରେ ଆରମ୍ଭ ହେଲା ପକ୍ଷୀ ଗଣନା, ଛାତ୍ରଛାତ୍ରୀଙ୍କ ସମେତ ସ୍ବେଚ୍ଛାସେବୀ ସାମିଲ

କେନ୍ଦ୍ରାପଡ଼ା: ଆଜିଠୁ (ବୁଧବାର) ଭିତରକନିକାରେ ଆରମ୍ଭ ହେଲା ପକ୍ଷୀ ଗଣନା (migratory bird census in Bhitarakanika) । ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ୧୬ଟି ଟିମ ପକ୍ଷୀ ଗଣନା କରୁଛନ୍ତି । ସକାଳ ୫ଟା ୩୦ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଏହି ପକ୍ଷୀଗଣନା ଚାଲୁ ରହିବ । ପ୍ରଥମଥର ପାଇଁ କେନ୍ଦ୍ରାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟ ପ୍ରାଣୀବିଜ୍ଞାନ ଛାତ୍ରଛାତ୍ରୀଙ୍କ ସମେତ ସେଞ୍ଚୁରିଆନ ବିଶ୍ବ ବିଦ୍ୟାଳୟର କିଛି ସ୍ବେଚ୍ଛାସେବୀଙ୍କୁ ଏହି ଗଣନାରେ ସାମିଲ ହେବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।

Migratory Bird Census: ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ, ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀ ସାମିଲ

ତେବେ ଭିତରକନିକା ଜଳବାୟୁ ବିଦେଶୀ ପକ୍ଷୀଙ୍କ ପାଇଁ ଅନୁକୂଳ ହୋଇଥିବାରୁ ଏହି ସମୟରେ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ ଏବଂ ଏଠାକାର ବାସିନ୍ଦା ପକ୍ଷୀମାନଙ୍କ ସୁରକ୍ଷା ପାଇଁ ସଦାସର୍ବଦା ଯତ୍ନଶୀଳ ହୋଇଥିବାରୁ ଭିତରକନିକା, ପକ୍ଷୀଙ୍କ ଅଭୟାରଣ୍ୟ ଭାବେ ମଧ୍ୟ ବେଶ ନାଁ କମାଇଛି। ଏପଟେ ସନ୍ଧ୍ୟାରେ ଗଣନାର ରିପୋର୍ଟ ଆସିବ ବୋଲି ସୂଚନା ମିଳିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jan 12, 2022, 10:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.