ETV Bharat / state

ନିମ୍ନମାନର କାର୍ଯ୍ୟକୁ ବିରୋଧ କରି ବ୍ଲକ ସମ୍ମୁଖରେ ଗଣଧାରଣା - ଗଣଧାରଣା

ରାଜନଗର ବ୍ଲକ ଓସ୍ତିଆ ଗ୍ରାମପଞ୍ଚାୟତରେ ହେଉଥିବା ନିମ୍ନମାନର କାର୍ଯ୍ୟ ପ୍ରତିବାଦରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଗତକାଲି(ମଙ୍ଗଳବାର)ଗଣଧାରଣା ଦିଆଯାଇଥିଲା । ଏହି ଗଣଧାରଣାକୁ ସମର୍ଥନ ଜଣାଇଛି ବ୍ଲକ କଂଗ୍ରେସ । ଅଧିକ ପଢନ୍ତୁ...

ନିମ୍ନମାନର କାର୍ଯ୍ୟକୁ ବିରୋଧ କରି ବ୍ଲକ ସମ୍ମୁଖରେ ଗଣଧାରଣା

author img

By

Published : Jun 30, 2021, 8:04 AM IST

କେନ୍ଦ୍ରାପଡ଼ା: ରାଜନଗର ବ୍ଲକ ଓସ୍ତିଆ ଗ୍ରାମପଞ୍ଚାୟତରେ ହେଉଥିବା ନିମ୍ନମାନର କାର୍ଯ୍ୟ ପ୍ରତିବାଦରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଗତକାଲି(ମଙ୍ଗଳବାର)ଗଣ ଧାରଣା ଦିଆଯାଇଥିଲା । ବାତ୍ୟା, ନଦୀବଢି ପରେ କ୍ଷୟକ୍ଷତି ହୋଇଥିବା ରାସ୍ତା ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଆସିଥିବା ଅର୍ଥକୁ ଉକ୍ତ ସ୍ଥାନରେ ସଠିକ ଭାବରେ କାମ ନକରି ଚଞ୍ଚକତା ପୂର୍ବକ ନିମ୍ନମାନର କାର୍ଯ୍ୟ କରି କନିଷ୍ଠ ଯନ୍ତ୍ରୀ ଅର୍ଥ ହଡପ କରିବାକୁ ଚେଷ୍ଟା କରୁଛନ୍ତି ।

ନିମ୍ନମାନର କାର୍ଯ୍ୟକୁ ବିରୋଧ କରି ବ୍ଲକ ସମ୍ମୁଖରେ ଗଣଧାରଣା

ଏନେଇ ପଞ୍ଚାୟତବାସୀ ବାରମ୍ବାର ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଯାହାକୁ ବିରୋଧ କରି ଗତକାଲି ପଞ୍ଚାୟତବାସୀଙ୍କ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା ।

ଅନ୍ୟପଟେ ବ୍ଲକ କଂଗ୍ରେସ ମଧ୍ୟ ଏହି ଗଣଧାରଣାକୁ ସମର୍ଥନ ଜଣାଇଛି । ତେବେ ଗଣଧାରଣା ଚାଲିଥିବା ସମୟରେ କେନ୍ଦ୍ରାପଡା ଜିଲ୍ଲାପାଳ ଧାରଣା ସ୍ଥଳକୁ ଆସିଥିଲେ ମଧ୍ୟ ଧାରଣାରେ ବସିଥିବା ସାଧାରଣ ଲୋକଙ୍କ ସହିତ କୌଣସି ଆଲୋଚନା ନକରି ଫେରିଯିବା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.