ETV Bharat / state

ସ୍ବାଧୀନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ହତ୍ୟା ଧମକ ! - ମାର୍ଶାଘାଇରେ ସ୍ବାଧୀନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ହତ୍ୟା ଧମକ

ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ନିର୍ବାଚନରୁ ଓହରିବା ପାଇଁ ଧମକ । ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଲେ ଜୀବନରୁ ମାରିଦେବାକୁ ଏବଂ ପରିବାରର ସସ୍ତଙ୍କୁ ଗୁଳି କରି ମାରିଦେବେ ବୋଲି ଧମକ ଦେଇଛି ଅଜଣା ଫୋନ କଲ । ଅଧିକ ପଢ଼ନ୍ତୁ

threatened kill to zilla parishad candidate in marshaghai
ସ୍ବାଧିନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ହତ୍ୟା ଧମକ
author img

By

Published : Feb 1, 2022, 10:59 AM IST

କେନ୍ଦ୍ରାପଡ଼ା: ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ନିର୍ବାଚନରୁ ଓହରିବା ପାଇଁ ଧମକ। ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ୨୬ ନମ୍ବର ଜୋନରୁ । ସ୍ଵାଧୀନ ଜିଲ୍ଲା ପରିଷଦ ପଦବୀ ପାଇଁ ଲଢ଼ୁଥିବା ପ୍ରାର୍ଥୀ ଆଣିଛନ୍ତି ସାଂଘାତିକ ଅଭିଯୋଗ।

ସ୍ବାଧିନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ହତ୍ୟା ଧମକ

ସ୍ଵାଧୀନ ଜିଲ୍ଲା ପରିଷଦ ପ୍ରାର୍ଥୀ ତଥା ସୂଚନାଧିକାର କର୍ମୀ ଦୀପକ କୁମାର ଚୌଧୁରୀଙ୍କ ଅଭିଯୋଗ ଅନୁଯାୟୀ,ଗତକାଲି ବିଳମ୍ବିତ ରାତି ୧.୧୩ ମିନିଟରେ ଏକ ଅଜଣା ଫୋନ ନମ୍ବରରୁ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଫୋନ କରିଥିଲା। ଫୋନ ଉଠାଇବା ପରେ ଦୁର୍ବୃତ୍ତ ଜଣଙ୍କ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ଏଥିସହ ନିର୍ବାଚନରୁ ଓହରି ଯିବା ପାଇଁ ମଧ୍ୟ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଦୀପକ। କେବଳ ସେତିକି ନୁହେଁ, ଫୋନ କରିଥିବା ଦୁର୍ବୃତ୍ତ ତାଙ୍କୁ ଜୀବନରୁ ମାରିଦେବାକୁ ଏବଂ ପରିବାରର ସସ୍ତଙ୍କୁ ଗୁଳି କରି ମାରିଦେବେ ବୋଲି ଧମକ ଦେଇଛନ୍ତି। ନିର୍ବାଚନରେ ଯଦି ପ୍ରଚାରକୁ ଓହ୍ଲାନ୍ତି ତେବେ ଦୀପକଙ୍କ ଅନେକ କ୍ଷତି କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।

ଏହି ଘଟଣା ନେଇ ଦୀପକ ପାଟକୁରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେ ଜଣେ ସୂଚନାଧିକାର କର୍ମୀ ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ସାରା ରାଜ୍ୟରେ ବେଶ ଚର୍ଚ୍ଚାରେ ଥିଲେ। ଚଳିତ ପଞ୍ଚାୟତ ନିର୍ବାଚନରେ ସେ ୨୬ନଂ ଜୋନରୁ ସ୍ବାଧୀନ ପ୍ରାର୍ଥି ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଯାହା ଫଳରେ ସେ ଅଜଣା ଫୋନ କଲ ଓ ଧମକର ଶିକାର ହୋଇଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.