ETV Bharat / state

୪ ଆନ୍ତଃରାଜ୍ୟ ଡକାୟତ ଗିରଫ, ସମିତି ସଭ୍ୟ ପ୍ରାର୍ଥୀଙ୍କ ବାଇକ ଡିକି ଭାଙ୍ଗି ଲୁଟିଥିଲେ ୨ ଲକ୍ଷ

author img

By

Published : Feb 15, 2022, 1:14 PM IST

ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଞ୍ଚଳର ୪ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କଲା ମାର୍ଶାଘାଇ ପୋଲିସ । ସମିତିସଭ୍ୟ ପ୍ରାର୍ଥୀଙ୍କ ବାଇକ ଡିକି ଭାଙ୍ଗି ୨ ଲକ୍ଷ ୨୮ ହଜାର ଟଙ୍କା ଲୁଟ କରିଥିଲେ । ଅଧିକ ପଢନ୍ତୁ

ମାର୍ଶାଘାଇ ପୋଲିସ ଦ୍ୱାରା ୪ ଆନ୍ତଃରାଜ୍ୟ ଡକାୟତ ଗିରଫ

କେନ୍ଦ୍ରାପଡା: ମାର୍ଶାଘାଇ ପୋଲିସକୁ ସଫଳତା। ୪ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କଲା ପୋଲିସ । ଜଣେ ସମିତିସଭ୍ୟ ପ୍ରାର୍ଥୀଙ୍କ ବାଇକ ଡିକି ଭାଙ୍ଗି ୨ ଲକ୍ଷ ୨୮ ହଜାର ଟଙ୍କା ଲୁଟି ନେଇଥିଲେ ଏହି ୪ ଲୁଟେରା । ଗିରଫ ପରେ ସେମାନଙ୍କ ଠାରୁ ୨ଲକ୍ଷ ଟଙ୍କା ଜବତ କଲା ମାର୍ଶାଘାଇ ପୋଲିସ।

ମାର୍ଶାଘାଇ ପୋଲିସ ଦ୍ୱାରା ୪ ଆନ୍ତଃରାଜ୍ୟ ଡକାୟତ ଗିରଫମାର୍ଶାଘାଇ ପୋଲିସ ଦ୍ୱାରା ୪ ଆନ୍ତଃରାଜ୍ୟ ଡକାୟତ ଗିରଫ

ସୂଚନା ଅନୁଯାୟୀ,ଚଳିତ ମାସ ୮ ତାରିଖରେ ମାର୍ଶାଘାଇ ଥାନା ଗତାନଈ ଗାଁର ଗଜେନ୍ଦ୍ର ସ୍ବାଇଁ ୟୁକୋ ବ୍ୟାଙ୍କ ଶାଖାରୁ ୨ ଲକ୍ଷ ୨୮ ହଜାର ଟଙ୍କା ଉଠାଇ ନିଜ ବାଇକ୍ ଡିକିରେ ରଖିଥିଲେ । ତେବେ ସେ କିଛି ସମୟ ପାଇଁ ବାଇକଟକୁ ରାସ୍ତାରେ ରଖି ଅନ୍ୟ ଏକ ଦୋକାନକୁ ଯାଇଥିବା ବେଳେ ଡିକି ତାଡି ଲୁଟେରା ମାନେ ଟଙ୍କା ନେଇ ଫେରାର ହୋଇଯାଇଥିଲେ ।

ଏନେଇ ଗଜେନ୍ଦ୍ର ଥାନାରେ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଯାଞ୍ଚ କରି ଲୁଟ କରିଥିବା ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଞ୍ଚଳର ୪ ଜଣ ଯୁବକକୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.