ETV Bharat / state

କାଳ ପାଲଟିଲା ଭସାଣ ଉତ୍ସବ, ବାଣ ବିସ୍ଫୋରଣରେ ଆହତ ହେଲେ ଦେଖଣାହାରି

author img

By

Published : Nov 24, 2022, 5:11 PM IST

Updated : Nov 24, 2022, 5:31 PM IST

କେନ୍ଦ୍ରାପଡ଼ା ବାଲିଆ ବଜାରରେ କାର୍ତ୍ତିକେଶ୍ବରଙ୍କ ଭସାଣ ଚାଲିଥିଲା ବେଳେ ବାଣ ବିସ୍ଫୋରଣ । ୩୩ ଜଣ ଆହତ କଟକ ବଡ ମେଡିକାଲେ ଭର୍ତ୍ତି । ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ବାଣ ବିସ୍ଫୋରଣରେ ଆହତ ହେଲେ ଦେଖଣାହାରି
ବାଣ ବିସ୍ଫୋରଣରେ ଆହତ ହେଲେ ଦେଖଣାହାରି

କେନ୍ଦ୍ରାପଡା: ବାଜୁଥିଲା ବାଜା... ଫୁଟୁଥିଲା ବାଣ... ଗୀତର ତାଳେ ତାଳେ ମସଗୁଲ ହେଉଥିଲେ ଦେଖଣାହାରି । ରାତି ଯେତେ ବଢୁଥିଲା ବାଣର ରଙ୍ଗରେ ରଙ୍ଗୀନ ହେଉଥିଲା ଆକାଶ । ବାଣ ଫୁଟିବା କ୍ଷଣି ନାଲି ନେଳି ସବୁଜ ରଙ୍ଗରେ ପୁରି ଉଠୁଥିଲା ଆକାଶ । ହଠାତ ବିସ୍ଫୋରଣ ଘଟିବାରୁ ୩୫ରୁ ଉର୍ଦ୍ଧ୍ବ ଆହତ ହୋଇ ହସ୍ପିଟାରେ ଭର୍ତ୍ତି ହୋଇଛି । କେନ୍ଦ୍ରାପଡାରେ କାର୍ତ୍ତିକେଶ୍ବର ଭସାଣ ସମୟରେ ଘଟିଛି ଏହି ବଡ଼ ଧରଣର ଅଘଟଣ । ବର୍ତ୍ତମାନ ୩୩ଜଣ ଆହତ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

କାଳ ପାଲଟିଲା ଭସାଣ ଉତ୍ସବ

ଆହତଙ୍କ ମଧ୍ୟରେ 30 ଜଣ ପୁରୁଷ 3 ଜଣ ମହିଳା ରହିଛନ୍ତି । ଏଥି ସହ 3 ଜଣ ଛୋଟ ପିଲା ମଧ୍ୟ ରହିଛନ୍ତି । ସେଥିମଧ୍ୟରୁ 10 ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । 5 ଜଣଙ୍କୁ ପ୍ଲାଷ୍ଟିକ ବର୍ଣ୍ଣ ଆଇସିୟୁ ପଠାଯାଇଛି । ଏହାସହ ଦୁଇ ଜଣ ସେଣ୍ଟ୍ରାଲ ଆଇସିୟୁ ଓ ଅନ୍ୟ 3 ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏହି 33 ଜଣଙ୍କ ମଧ୍ୟରୁ 10 ଜଣ ବର୍ତ୍ତମାନ ଗୁରୁତର ରହିଛନ୍ତି । ସମସ୍ତଙ୍କ ଚିକିତ୍ସା ପାଇଁ ଏସସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରିଛନ୍ତି ସୁପରଟେଣ୍ଡେଣ୍ଟ । ତେବେ ଆଉ ଆହତ ଏସସିବି ମେଡିକାଲ ଆସିବାର ସମ୍ଭାବନା ନାହିଁ ବୋଲି ଏସସିବି ଜରୁରୀକାଳୀନ ଅଧିକାରୀଙ୍କ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ସଦର ଥାନା ଅଧିନ ବାଲିଆ ବଜାରର ଦୁଇଟି ସ୍ଥାନରେ ଗତ ବିଛା ସଂକ୍ରାନ୍ତି ଦିନରୁ ସପ୍ତାହେ ବ୍ୟାପୀ କାର୍ତ୍ତିକେଶ୍ବରଙ୍କ ପୂଜା ହୋଇ ଆସୁଥିଲା । ବୁଧବାର ସନ୍ଧ୍ୟାରୁ ଭସାଣି କାର୍ଯ୍ୟକ୍ରମ ଓ ଆତସବାଜୀ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏହାକୁ ଦେଖିବାକୁ ବାଲିଆ ବଜାରକୁ ଶହ ଶହ ଲୋକଙ୍କ ସମାଗମ ହୋଇଥିଲା । ତେବେ ଡିଜେ ଗୀତରେ ତାଳେ ନାଚୁଥିବା ବେଳେ ତେବେ ଆତସବାଜୀର ଶବ୍ଦରେ କମ୍ପି ଉଠୁଥିଲା ଚତୁର୍ଦ୍ଦିଗ । ହଠାତ ଏହି ସମୟରେ ଆତସବାଜୀରେ ବ୍ୟବହୃତ ନଳି(ବାଉଁଶ ନିର୍ମିତ)ଟି ଦିଗଭ୍ରଷ୍ଟ ହୋଇ ତଳେ ପଡିଯାଇଥିଲା । ଏହି ନଳିରେ ପଛକୁ ପଛ କୋଡିଏରୁ ଅଧିକ ବାଣ ରହିଥିବା ବେଳେ ଏହି ବାଣ ଗୁଡିକ ଏକ ପାନ ଦୋକାନ ବାହାରେ ଛିଡା ହୋଇ ରହିଥିବା ଦେଖଣାହାରିଙ୍କ ପାଖରେ ବିସ୍ଫୋରଣ ହୋଇଥିଲା(firecracker burst in Balia Bazar) ।

ଏହାପରେ ପ୍ରାୟ ୩୫ରୁ ଉର୍ଦ୍ଧ୍ବ ଦେଖଣାହାରି ବିସ୍ଫୋରଣରେ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ଆହତମାନଙ୍କ ସମ୍ପର୍କୀୟମାନେ ବିଭିନ୍ନ ମାଧ୍ୟମରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ । କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟାର ଅଭାବ ଏବଂ ମେଡିକାଲ ଚିକିତ୍ସା ବିଳମ୍ବ ହେବା ଦେଖି କିଛି ଗୁରୁତରଙ୍କ ସମ୍ପର୍କୀୟ ସେମାନଙ୍କୁ ନିଜ ବ୍ୟବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ପରିମାଣରେ ବର୍ଣ୍ଣ ବେଡ଼ ନଥିବା ଏବଂ ଆମ୍ବୁଲାନ୍ସ ପର୍ଯ୍ୟାପ୍ତ ନଥିବା କାରଣରୁ ଦୀର୍ଘ ସମୟ ଧରି ମେଡିକାଲରେ ସାମାନ୍ୟ ଉତ୍ତେଜନା ବୃଦ୍ଧି ପାଇଥିଲା । ପ୍ରତ୍ୟେକ ଆମ୍ବୁଲାନ୍ସରେ ୫ରୁ୬ ଜଣ ରୋଗୀଙ୍କୁ କଟକ ସ୍ଥାନାନ୍ତରିତ କରାଯିବା ସହ ଦୁଇଟି ଅଗ୍ନିଶମ ଗାଡ଼ି ମଧ୍ୟ ଏହି ସ୍ଥାନାନ୍ତର କାର୍ଯ୍ୟରେ ନିୟୋଜିତ ହୋଇଥିଲା । ଦୁର୍ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ୩ ଜଣ ସର୍ଜନ ସ୍ପେଶାଲିଷ୍ଟଙ୍କୁ ନିୟୋଜିତ କରାଯାଇଥିବା ଏଡିଏମଓ କହିଛନ୍ତି ।

ସେହିପରି କଟକ ବଡ଼ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ୩୩ଜଣ ଆହତଙ୍କୁ ହସ୍ପିଟାଲ ପଠାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ । ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ନେଇ ସୂଚନା ମିଳିଥିବା ବେଳେ ଏମାନଙ୍କ ଶରୀରର ୫୦ ପ୍ରତିଶତ ପୋଡି ଯାଇଥିବା ସୂଚନା ମିଳିଛି । ଏହି ଅଘଟଣ ପରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ତିନି ପ୍ରମୁଖ ଦଳର ନେତା । କଂଗ୍ରେସ ନେତା ଗଣେଶ୍ୱର ବେହେରା ଏହି ଦୁର୍ଘଟଣାରେ ଆହତ ଓ ଗୁରୁତର ଆହତ ହୋଇଥିବା ବ୍ୟକ୍ତିବିଶେଷ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିବା ବେଳେ ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା ଆହତ ମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବହନ କରିବା ପାଇଁ ନିବେଦନ କରିଥିଲେ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Nov 24, 2022, 5:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.