ETV Bharat / state

ହ୍ରାସ ପାଉଛି ହେନ୍ତାଳ ବନ, ବିପଦରେ ଜୀବନ ଜୀବିକା

ପଦା' ହେବାକୁ ବସିଲାଣି ଦ୍ବିତୀୟ ବୃହତ ହେନ୍ତାଳ ବନ । ସମୁଦ୍ର ଘୁଞ୍ଚି ଘୁଞ୍ଚି ଆସୁଛି। ଏସଵୁକୁ ଯେମିତି ସହଜରେ ହଜମ କରି ନେଇଛି, ସୁବିଧାବାଦୀ ଅସାଧୁ ବ୍ୟକ୍ତି। ଜନଵସତି ମୁହାଁ ସମୁଦ୍ରକୁ କିଏ ରୋକିବ ? ସରକାର ସି'ଓ୍ବାଲ୍ ନିର୍ମାଣ କରିଛନ୍ତି ସତ କିନ୍ତୁ ଜଙ୍ଗଲ ନଷ୍ଟ, ମୃତ୍ତିକା କ୍ଷୟ ଏଵଂ ଅମାନବୀୟ ତଥା ଅସାଧୁ କାର୍ଯ୍ୟକଳାପ ଯୋଗୁଁ ସମୁଦ୍ର ଗର୍ଭରେ ଲିନ ହେବାକୁ ବସିଛି ଅନେକ ଅଞ୍ଚଳ। ଆଜି (ଜୁଲାଇ26) ହେନ୍ତାଳ ବନ ଦିବସ ଅବସରରେ ଦେଖନ୍ତୁ ଆମର ସ୍ପେଶାଲ ରିପୋର୍ଟ...

ହ୍ରାସ ପାଉଛି ହେନ୍ତାଳ ବନ ବା ଲୁଣା ଜଙ୍ଗଲ
ହ୍ରାସ ପାଉଛି ହେନ୍ତାଳ ବନ ବା ଲୁଣା ଜଙ୍ଗଲ
author img

By

Published : Jul 26, 2020, 8:01 AM IST

କେନ୍ଦ୍ରାପ଼ଡା: ସ୍ବାର୍ଥନ୍ଵେଷୀ ମାନସିକତା ପ୍ରକୃତିର ସହଜାତ ପ୍ରକ୍ରିୟାର ପାଦ ଭିଡୁଛି। ବ୍ୟବସାୟ ଖୋର୍ ଅଭ୍ୟାସର ଆଭ୍ୟନ୍ତରୀଣ କାରନାମାରେ ଦେଶ ର ଦ୍ଵିତୀୟ ବୃହତ ହେନ୍ତାଳ ବଣ ପଦା' ହେବାକୁ ବସିଲାଣି । ସମୁଦ୍ର ଘୁଞ୍ଚି ଘୁଞ୍ଚି ଆସୁଛି। ଏସଵୁକୁ ଯେମିତି ସହଜରେ ହଜମ କରି ନେଇଛି, ସୁବିଧାବାଦୀ ଅସାଧୁ ବ୍ୟକ୍ତି। ଜନଵସତି ମୁହାଁ ସମୁଦ୍ରକୁ କିଏ ରୋକିବ ? ହେନ୍ତାଳ ବନ ସୁରକ୍ଷା ତଥା ଲୁଣା ଜଙ୍ଗଲର ଅବକ୍ଷୟ ବିରୋଧରେ କଥା ନ୍ୟାୟଳୟରେ ଉଠିଛି ସତ-ହେଲେ ପ୍ରଶାସନ, ଅମଲାତନ୍ତ୍ର ଏବଂ କିଛି ଅସାଧୁ ବ୍ୟବସାୟୀଙ୍କ କାର୍ଯ୍ୟକଳାପରେ ସମୁଦ୍ର ଗ୍ରାସ କରିବାକୁ ବସିଛି ଅନେକଙ୍କ ଭିଟ୍ଟାମାଟି ଆଉ ଜୀବନ ଜୀବିକା। ଓଡ଼ିଶାର 488 କିଲୋମିଟର ସମୂଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ଧୀରେଧୀରେ ମାଡି ଆସୁଛି ସମୁଦ୍ର। ସରକାରଙ୍କ ଉଦାସୀନତା ଓ ବିଭାଗୀୟ ଅଧିକାରୀ ମାନଙ୍କର ଦାୟିତ୍ବହୀନତା ପାଇଁ ଏହି ହେନ୍ତାଳ ବନ ଓ ଲୁଣା ଜଙ୍ଗଲର ଅବକ୍ଷୟ ଘଟିଥିବା ଅଭିଯୋଗ ହେଉଛି ।

ହ୍ରାସ ପାଉଛି ହେନ୍ତାଳ ବନ ବା ଲୁଣା ଜଙ୍ଗଲ

କେନ୍ଦ୍ରାପଡ଼ା,ଜଗତସିଂହପୁର,ପୁରୀ ଓ ଗଞ୍ଜାମ ଜିଲ୍ଲାରେ ସମୁଦ୍ର ମାଡି ଆସୁଥିବା ବେଳେ ଚିନ୍ତାରେ ଜନସାଧାରଣ। କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର,ମହାକାଳପଡ଼ା ଅଞ୍ଚଳରେ ସମୁଦ୍ର କୁଳ ଲଙ୍ଘନ କରି ଜନବସତି ଆଡକୁ ଆସୁଥିବା ବେଳେ ଏହାକୁ ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସି-ୱାଲ ମାନ ନିର୍ମାଣ କରୁଛନ୍ତି କିନ୍ତୁ ପ୍ରାକୃତିକ ଉପାୟରେ ଏହାକୁ ରୋକିବା ପାଇଁ ନା ଅଛି ଇଛାଶକ୍ତି ନା ନିଆଯାଉଛି କାର୍ଯ୍ୟାନୁଷ୍ଠାନ। ହେନ୍ତାଳ ବନ ବା ଲୁଣା ଜଙ୍ଗଲ ସମୁଦ୍ର ଜୁଆରକୁ ରୋକୁଥିବା ବେଳେ ଚିଙ୍ଗୁଡ଼ି ଘେରି ଓ କାଠ ବିକ୍ରି ଉଦ୍ଦେଶ୍ୟରେ ଏହି ହେନ୍ତାଳ ବନ ଗୁଡିକୁ ନଷ୍ଟ କରାଯାଉଥିବାରୁ ଆଉ କିଛି ବର୍ଷ ପରେ ସମଗ୍ର ଅଞ୍ଚଳ ସମୁଦ୍ରରେ ଲୀନ ହେବା ଆଶଙ୍କା ସୃଷ୍ଟି ହେଉଛି।

ହେନ୍ତାଳ ବନ ନଷ୍ଟ କରି ପାରାଦ୍ୱୀପ ବନ୍ଦର ତିଆରି କରାଯାଇଥିବାରୁ ସମୁଦ୍ର ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ମାଡି ଆସିଥିବା ଏହାର ଏକ ବଳିଷ୍ଠ ଉଦାହରଣ ମାତ୍ର।ରାଜନଗର ଓ ମହାକାଳପଡା ଅଞ୍ଚଳରେ କିଛି ଅସାଧୁ ବ୍ୟକ୍ତି ହେନ୍ତାଳ ବନକୁ କାଟି ଚିଙ୍ଗୁଡ଼ି ଘେରି କରିବା ପ୍ରତିବାଦରେ ସାମାଜିକ କର୍ମୀ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ ଓ ମାନ୍ୟବର କୋର୍ଟ ହେନ୍ତାଳ ବନ ଧ୍ବଂସ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଉଭୟ ସରକାର ଓ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ପାଲଟିଥିବାରୁ ହେନ୍ତାଳ ଗଛ କାଟି ବେଶ ଖୁସିରେ ଅସାଧୁ ଅପରପକ୍ଷରେ ହେନ୍ତାଳ ଜଙ୍ଗଲର କ୍ଷତି ଯୋଗୁ ରାଜନଗର ସାତଭାୟା ବାସୀ ବର୍ତ୍ତମାନ ବିସ୍ଥାପିତ।

ଜଳବାୟୁର ପରିବର୍ତ୍ତନ ସାଙ୍ଗକୁ ସମୁଦ୍ର ଜୁଆର ମାଡି ଆସୁଥିବା ବେଳେ ଏହି ହେନ୍ତାଳ ବନ ପାଚେରୀ ହୋଇ ଛିଡା ହେଉଥିଲା।କିନ୍ତୁ ସରକାରଙ୍କ ଉଦାସୀନତା ଓ ବିଭାଗୀୟ ଅଧିକାରୀ ମାନଙ୍କର ଦାୟିତ୍ବହୀନତା ପାଇଁ ଏହି ଲୁଣା ଜଙ୍ଗଲର ଅବକ୍ଷୟ ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ସାତଭାୟା ବାସିନ୍ଦା।

ଲୁଣା ଜଙ୍ଗଲ ବା ହେନ୍ତାଳ ବନ ମୁଖ୍ୟତଃ ମିଠା ଜଳ ଓ ସମୁଦ୍ର ଜଳ ମିଶି କ୍ଷାର ଜଳ ହେଲେ ସୃଷ୍ଟି ହୋଇଥାଏ।କେବଳ ମିଠା ଜଳ କିମ୍ବା କେବଳ ଲୁଣି ଜଳ ହେଲେ ଏହି ଜଙ୍ଗଲ ସୃଷ୍ଟି ହୋଇପାରିବ ନାହିଁ।ବିଭାଗ ଦୃଷ୍ଟିରୁ ହେନ୍ତାଳ ବନ ତିନିପ୍ରକାର ଯଥା ଯାହାକି ଅତି ଲବଣାକ୍ତ,ମଧ୍ୟମ ଲବଣାକ୍ତ ଓ କମ ଲବଣାକ୍ତ।କମ ଲବଣାକ୍ତ ଅଞ୍ଚଳର ହେନ୍ତାଳ ଗଛ ସମୁଦ୍ର ଆଡକୁ ଲମ୍ବି ଯାଇଥାଏ କିନ୍ତୁ ସ୍ଥାନର ଅଭାବ ଓ ପର୍ଯ୍ୟାପ୍ତ ପରିମାଣରେ ମଧୁର ଜଳ ନମିଳିବାରୁ ଲୁଣା ଜଙ୍ଗଲ ସୃଷ୍ଟି ହୋଇପାରୁନଥିବା କହିଛନ୍ତି ପରିବେଶବିତ।

ନଦୀର ଉପରମୁଣ୍ଡରେ କାରଖାନା ଓ ଶିଳ୍ପ ସଂସ୍ଥା ପାଇଁ ପାଣି ସଞ୍ଚୟ କରିବା ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥିବା ଏମାନେ କହିଛନ୍ତି । ଭିତରକନିକା ,650 square କିଲୋମେଟର ଏରିଆ ରେ ପରିବ୍ୟାପ୍ତ ଭାରତ ର ଦ୍ଵିତୀୟ ବୃହତ ହେନ୍ତାଳ ବନ ଭାବେ ବେଶ ପରିଚିତ, ଯେଉଁଠି 62 ପ୍ରଜାତି ର ହେନ୍ତାଳ ରହିଛି ।

ତେବେ 1952 ପର୍ଯ୍ୟନ୍ତ, ଯେତେବେଳେ ଓଡ଼ିଶା ସରକାର ଜମିଦାରୀ ପ୍ରଣାଳୀକୁ ରଦ୍ଦ କରି ଜମିଦାରୀ ଜଙ୍ଗଲକୁ ରାଜ୍ୟ ଜଙ୍ଗଲ ବିଭାଗର ନିୟନ୍ତ୍ରଣରେ ରଖିଥିଲେ, ସେତେବେଳେ ଭିତରକନିକା ହେନ୍ତାଳବଣ ଜମିଦାରୀ ଜଙ୍ଗଲ ଥିଲା । 1975 ରେ, 672 କିମି 2 ଅଞ୍ଚଳକୁ ଭିତାର୍କାନିକା ବନ୍ୟଜନ୍ତୁ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଥିଲା । ଏହି ଅଭୟାରଣ୍ୟର ମୂଳ କ୍ଷେତ୍ର, 145 କିଲୋମିଟର କ୍ଷେତ୍ର ସହିତ, ସେପ୍ଟେମ୍ବର 1998 ରେ ଭିତରକନିକା ଜାତୀୟ ଉଦ୍ୟାନ ଭାବରେ ଘୋଷିତ ହୋଇଥିଲା।

ପୂର୍ବ ଦିଗରେ ଭିତକନିକା ବନ୍ୟଜନ୍ତୁ ଅଭୟାରଣ୍ୟକୁ ସୀମିତ ରଖିଥିବା ଗହିରମାଥା ସାମୁଦ୍ରିକ ବନ୍ୟପ୍ରାଣୀ ଅଭୟାରଣ୍ୟ ସେପ୍ଟେମ୍ବର 1997 ରେ ସୃଷ୍ଟି ହୋଇଥିଲା । ଏବଂ ଗହିରମାଥା ବେଳାଭୂମିକୁ ଅନ୍ତର୍ଭୁକ୍ତ କରିଥିଲା। ବଙ୍ଗୋପସାଗରର ଏହା ଏକ ସଂଲଗ୍ନ ଅଂଶ । 2002 ରେ ଭିତରକନିକା ହେନ୍ତାଳ ବଣ ଆନ୍ତର୍ଜାତୀୟ ଗୁରୁତ୍ୱପୂର୍ଣ୍ଣ ରାମସର ଆର୍ଦ୍ରଭୂମି ଭାବେ ମାନ୍ୟତା ପାଇଥିଲା।

ବିପଦରେ ଲୁଣା ଜଙ୍ଗଲ, ହେନ୍ତାଳ ବନ ଆଉ ବିପଦରେ ମଣିଷ। ବେଳ ଥାଉ ଥାଉ ମାନବ ସମାଜ ଲୁଣା ଜଙ୍ଗଲ ଓ ହେନ୍ତାଳ ବନର ସୁରକ୍ଷା ନକଲେ ଦିନେ ସାତଭାୟା ବିସ୍ଥାପିତଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେବେ ବୋଲି ପରିବେଶ ପ୍ରେମୀଙ୍କର ମତ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.