ETV Bharat / state

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ - କେନ୍ଦ୍ରାପଡା ଦୁହୁରିଆ ମଡ଼ରପୁର ଦୁର୍ଘଟଣା

ବୁଧବାର ସକାଳେ କେନ୍ଦ୍ରାପଡା ଦୁହୁରିଆ ମଡ଼ରପୁର(ହାଲପୁର)ର ଟୁଟୁ ମଲିକ କୌଣସି କାମରେ ବାହାରକୁ ଯାଉଥିବା ବେଳେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ଯାହାକୁ ନେଇ ଉତ୍ୟକ୍ତ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

accident
ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
author img

By

Published : Sep 9, 2020, 1:51 PM IST

କେନ୍ଦ୍ରାପଡା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ । ବୁଧବାର ସକାଳେ କେନ୍ଦ୍ରାପଡା ଦୁହୁରିଆ ମଡ଼ରପୁର(ହାଲପୁର)ର ଟୁଟୁ ମଲିକ କୌଣସି କାମରେ ବାହାରକୁ ଯାଉଥିବା ବେଳେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ଯାହାକୁ ନେଇ ଉତ୍ୟକ୍ତ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ସୂଚନା ଅନୁଯାୟୀ, ଆଜି ସକାଳୁ ଟୁଟୁ ମଲିକ କୌଣସି କାମରେ ଘରୁ ସାଇକେଲ ଯୋଗେ କେନ୍ଦ୍ରାପଡ଼ା ଆସୁଥିଲେ । ସେହି ସମୟରେ ଚଣ୍ଡୀଖୋଲରୁ ପାରାଦ୍ବୀପ ଅଭିମୁଖେ ଯାଉଥିବା ଏକ ତେଲ ଟ୍ୟାଙ୍କର ହଠାତ୍ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ତେବେ କଟକରେ ପହଁଞ୍ଚିବା ପରେ ଟୁଟୁଙ୍କର ମୃତ୍ୟୁ ଘଟିଛି । ଏହି ଖବର ଜଣାପଡିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ଜାତୀୟ ରାଜପଥ ଶ୍ୟାମସୁନ୍ଦରପୁର ଛକ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି ।

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଟୁଟୁଙ୍କର ଦୁଇଟି ଶିଶୁ କନ୍ୟା ଥିବାବେଳେ ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ଏଣୁ ଅତିଶୀଘ୍ର ଟୁଟୁଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.