କେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡିପାଳ ଗ୍ରାମରେ ବାଲି ବୋଝେଇ ହାଇବା ସହିତ ଟ୍ର।କ୍ଟର ଧକା ହେବ ଫଳରେ ଘଟଣା ସ୍ଥଳରେ ଟ୍ରାକଟର ଚାଳକର ମୃତ୍ୟୁ ଘଟିଛି । ମୃତ ଚାଳକ ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଅମୃତ ମଣହି ଗ୍ରାମର ଅସିତ ସେଠି । ଦୁର୍ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଅସିତକୁ ଗୁରୁତର ଅବସ୍ଥାରେ ପଟ୍ଟାମୁଣ୍ଡାଇ ଡାକ୍ଟରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ବେପରୁଆ ଗାଡି ଚାଳନା ପାଇଁ ଗତ ୧୫ ଦିନ ଭିତରେ ୨ ଜଣଙ୍କ ଜୀବନ ଯାଇଥିଲା ବେଳେ ୬ ଜଣ ଗୁରୁତର ଅବସ୍ଥାରେ ଏବେବି ଚିକିତ୍ସାଧିନ ଅଛନ୍ତି । ଆଗକୁ ପ୍ରଶାସନ ଏଥିପ୍ରତି ପଦକ୍ଷେପ ନନେଲେ ଆଗାମୀ ଦିନରେ ଏକ ଜନ ଆନ୍ଦୋଳନ ଦେଖାଦେବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ