ETV Bharat / state

Panchayat Election: ନିର୍ବାଚନ କମିଶନଙ୍କ ସତ୍ୟପାଠ ଫର୍ମାଟକୁ ତ୍ରୁଟିଯୁକ୍ତ ଦର୍ଶାଇଲେ ଆଇନଜୀବୀ - ନିର୍ବାଚନ ସତ୍ୟପାଠ ସମ୍ପର୍କିତ ନୋଟିଫିକେସନରେ ତ୍ରୁଟି ଅଭିଯୋଗ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କମିଶନ ଜାରି କରିଥିବା ସତ୍ୟପାଠ ଫର୍ମାଟକୁ ତ୍ରୁଟିଯୁକ୍ତ ଦର୍ଶାଇଲେ ଆଇନଜୀବୀ ବିଧୁଭୂଷଣ ମହାପାତ୍ର । ଅଧିକ ପଢନ୍ତୁ

ନିର୍ବାଚନ କମିଶନଙ୍କ ସତ୍ୟପାଠ ସମ୍ପର୍କିତ ନୋଟିଫିକେସନକୁ ତ୍ରୁଟିଯୁକ୍ତ ଦର୍ଶାଇଲେ ଆଇନଜୀବୀ

author img

By

Published : Jan 14, 2022, 7:59 PM IST

କେନ୍ଦ୍ରାପଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କମିଶନ ଜାରି କରିଥିବା ସତ୍ୟପାଠ ଫର୍ମାଟକୁ ତ୍ରୁଟିଯୁକ୍ତ ଦର୍ଶାଇଲେ ଆଇନଜୀବୀ ବିଧୁଭୂଷଣ ମହାପାତ୍ର । ଏଥିସହ ଏହି ଫର୍ମାଟକୁ ବଦଳାଇବା ପାଇଁ କମିଶନଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ନିର୍ବାଚନ କମିଶନଙ୍କ ସତ୍ୟପାଠ ସମ୍ପର୍କିତ ନୋଟିଫିକେସନକୁ ତ୍ରୁଟିଯୁକ୍ତ ଦର୍ଶାଇଲେ ଆଇନଜୀବୀ

ଆଇନଜୀବୀଙ୍କ କହିବା ଅନୁଯାୟୀ, ଚଳିତ ତ୍ରିସ୍ତରୀୟ ନିର୍ବାଚନ ପାଇଁ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟାଙ୍କ ନାମାଙ୍କନ ପତ୍ରରେ ୮ପୃଷ୍ଠା ସମ୍ବଳିତ ଏକ ସତ୍ୟପାଠ ଦାଖଲ କରିବା ପାଇଁ ନିୟମ ରହିଛି । ତେବେ ଏହି ସତ୍ୟପାଠ ଫର୍ମାଟରେ ଦୁଇଜଣ "ସାକ୍ଷୀ" ପଡିବା ପାଇଁ ଉଲ୍ଲେଖ ରହିଛି, ଜଣେ ନୋଟାରିଆନ କିମ୍ବା ମାଜିଷ୍ଟ୍ରେଟଙ୍କ ଆଗରେ ଏହି ସତ୍ୟପାଠ କରାଯାଉ ଥିବାବେଳେ ସାକ୍ଷୀଙ୍କ ଆବଶ୍ୟକତା କଣ ରହିଛି ବୋଲି ପ୍ରଶ୍ନ କରିଛନ୍ତି ଆଇନଜୀବୀ । କେବଳ ଖର୍ଦ୍ଦିବିକ୍ରି, ନେଣଦେଣ, ଟଙ୍କାପଇସା କାରବାରରେ ସାକ୍ଷୀଙ୍କ ଆବଶ୍ୟକତା ରହି ଥିବାବେଳେ ନିର୍ବାଚନୀ ସତ୍ୟପାଠରେ ସାକ୍ଷୀଙ୍କ ଆବଶ୍ୟକତା ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି ବୋଲି କହିବା ସହ ତୁରନ୍ତ ସତ୍ୟପାଠ ଫର୍ମାଟରେ ସାକ୍ଷୀଙ୍କ ନାମ ହଟାଇବାକୁ ଦାବି କରିଛନ୍ତି ।

ସତ୍ୟପାଠରେ ଶପଥ ପାଠକାରୀ ନିଜେ ସମସ୍ତ ଜିନିଷ ପଢିବୁଝି ଦସ୍ତଖତ କରୁ ଥିବାବେଳେ ଯଦି ଭବିଷ୍ୟତରେ ସତ୍ୟପାଠରେ ଉଲ୍ଲେଖ ଥିବା କୌଣସି ଘଟଣା ପାଇଁ ସତ୍ୟପାଠ ଦାଖଲକାରୀଙ୍କୁ ଦଣ୍ଡିତ ହେବାକୁ ପଡେ ତେବେ ସାକ୍ଷୀମାନଙ୍କୁ ମଧ୍ୟ ଅନୁରୂପ ଭାବେ ଦଣ୍ଡିତ ହେବାକୁ ପଡିବ । ଅନ୍ୟପଟେ ଏହି ଅଭିଯୋଗକୁ ଶୁଣାନଗଲେ ବାଧ୍ୟହୋଇ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ଆଇନଜୀବୀ ବିଧୁଭୂଷଣ ମହାପାତ୍ର ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.