ETV Bharat / state

ପ୍ରସିଦ୍ଧ ଉମାକାନ୍ତେଶ୍ୱର ମନ୍ଦିର, ଗୋଟିଏ ଲିଙ୍ଗରେ ପୂଜା ପାଆନ୍ତି ହରଗୌରୀ

କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ସ୍ଥିତ ଉମାକାନ୍ତେଶ୍ୱର ମନ୍ଦିର । ସାରା ବିଶ୍ବରେ ପ୍ରଭୁ ଶିବ 'ଲିଙ୍ଗ' ରୂପେ ପୂଜା ପାଉଥିବା ବେଳେ ଏହି ମନ୍ଦିରରେ ଉଭୟ ହରପାର୍ବତୀଙ୍କ ପାତାଳି ଯୁଗଳ ମୂର୍ତ୍ତୀ ପୂଜା ପାଇଥାଏ । ଅଧିକ ପଢ଼ନ୍ତୁ

author img

By

Published : Feb 18, 2023, 10:34 PM IST

ଉମାକାନ୍ତେଶ୍ୱର ମନ୍ଦିରରେ ଜାଗର ଉତ୍ସବ
mahashivratri at umakanteshwar temple
କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଉମାକାନ୍ତେଶ୍ୱର ମନ୍ଦିର

କେନ୍ଦ୍ରାପଡ଼ା: ଆଜି ହେଉଛି ପବିତ୍ର ମହାଶିବରାତ୍ରି । ରାତିସାରା ଉଜାଗର ରହି ଭକ୍ତଟିଏ ନିଜର ମନୋବାଞ୍ଛା ପୂରଣ ପାଇଁ ଦେବାଧିଦେବ ମହାଦେବଙ୍କ ପାଖରେ ମାନସିକ କରିଥାଏ । ଶିବରାତ୍ରୀ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ । ସାରା ବିଶ୍ୱରେ ପ୍ରଭୁ ଭୋଳାନାଥ "ଲିଙ୍ଗ" ରୂପରେ ପୂଜା ପାଇଥାନ୍ତି । କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅଧିନରେ ଏମିତି ଏକ ଶୈବପୀଠ ରହିଛି, ଯେଉଁଠାରେ ମହାଦେବ ଏବଂ ମାଆ ପାର୍ବତୀ ଗୋଟିଏ ଲିଙ୍ଗରେ ଆବିର୍ଭୂତ ହୋଇ ପୂଜା ପାଇ ଆସୁଛନ୍ତି ।

ଅନେକ ବର୍ଷ ତଳୁ ମାଆ ପାର୍ବତୀ ଏବଂ ପ୍ରଭୁ ଲୋକନାଥଙ୍କ ଯୁଗଳ ବିରଳ ମୂର୍ତ୍ତି ଏଠାରେ ଆବିର୍ଭାବ ହୋଇଥିବା ଅନୁମାନ କରାଯାଏ । ସମସ୍ତ ଶିବ ମନ୍ଦିରରେ ମୁଖ୍ୟତଃ "ଲିଙ୍ଗ" ପୂଜା କରାଯାଉଥିବା ବେଳେ ପାର୍ଶ୍ୱଦେବୀ ଭାବେ ମା' ପାର୍ବତୀ ରହିଥାନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ରଘୁଦେଇପୁର ପଞ୍ଚାୟତର ରାଜନଗର ଗ୍ରାମରେ ଅବସ୍ଥିତ ଉମାକାନ୍ତେଶ୍ୱର ମନ୍ଦିରରେ ଉଭୟ ମାତା ପର୍ବତୀ ଓ ଶିବଙ୍କ ଯୁଗଳ ମୂର୍ତ୍ତୀ ପୂଜା ପାଇପାଇ ଆସୁଛନ୍ତି । କିମ୍ବଦନ୍ତୀ ଅନୁସାରେ, ମନ୍ଦିର ଅବସ୍ଥିତ ଥିବା ସ୍ଥାନର ଠିକ ତଳେ "ମଧୁସାଗର" ରହିଥିବା ବେଳେ ଏହାର ଚତୁଃପାର୍ଶ୍ୱ ଜଙ୍ଗଲ ଦ୍ୱାରା ପରିବେଷ୍ଟିତ ରହିଥିଲା । ଏହି ମନ୍ଦିରର ପ୍ରତିଷ୍ଠା ନେପାଳର ତତ୍କାଳୀନ ରାଜାମାନଙ୍କ ଦ୍ୱାରା କରାଯାଇଥିଲା । ପରେ ଆଳି ରାଜା ଉକ୍ତ ଅଞ୍ଚଳକୁ ଜୟ କରିବା ପରେ ଏହି ମନ୍ଦିରର ଚତୁଃପାର୍ଶ୍ବକୁ ସୁଉଚ୍ଚ ପ୍ରାଚୀର ଦ୍ୱାରା ଆବଦ୍ଧ କରିଥିଲେ ।

କାଳକ୍ରମେ ପ୍ରାଚୀର ଗୁଡିକ ଭାଙ୍ଗିରୁଜି ଯାଇଥିବା ବେଳେ ଏହାର ଭଗ୍ନାବଶେଷ ଏବେ ମାଟିତଳେ ପୋତି ହୋଇରହିଛି । ମନ୍ଦିରର ଅନ୍ୟ ଏକ ବିଶେଷତ୍ୱ ହେଉଛି ଏଠାରେ ପୂଜା ପାଉଥିବା ଉମାକାନ୍ତେଶ୍ବର ମୂର୍ତ୍ତି ପାତାଳରୁ ବାହାରିଥିବା ବିଶ୍ୱାସ ରହିଛି । କାରଣ ସମୁଦ୍ରରେ ଜୁଆର ଆସିବା (ପୂର୍ଣ୍ଣିମାରୁ ଅମାବାସ୍ୟା) ସମୟରେ ମନ୍ଦିରରେ ପୂଜା ପାଉଥିବା ଉମାକାନ୍ତଙ୍କ ନିକଟରେ ପାଣି ବଢୁଥିବା ବେଳେ ଜୁଆର ଛାଡ଼ିଗଲେ (ଅମାବାସ୍ୟା ଠାରୁ ପୂର୍ଣ୍ଣିମା) ଏଠାରେ ଯେତେ ଜଳ ଅଭିଷେକ କଲେ ମଧ୍ୟ ପାଣି କୁଆଡେ ଉଭେଇଯାଏ ତାହା ଆଜି ପର୍ଯ୍ୟନ୍ତ ମଧ୍ୟ ରହସ୍ୟ ହୋଇ ରହିଛି ବୋଲି ମନ୍ଦିର ପୂଜକ କହିଛନ୍ତି । ପ୍ରଭୁଙ୍କ ମୂର୍ତ୍ତି ପାତାଳରୁ ଆବିର୍ଭାବ ହୋଇଥିବାରୁ ତାଙ୍କୁ ପାତାଳି ମହାଦେବ ମଧ୍ୟ କୁହାଯାଏ ।

ଉମାକାନ୍ତେଶ୍ୱରଙ୍କ ନିକଟରେ ଯିଏ ଯାହା ମାନସିକ କରେ ତାହା ପୂରଣ ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି । ସେଥିପାଇଁ ବର୍ଷସାରା ଭକ୍ତଙ୍କ ସୁଅ ଛୁଟିଥାଏ । ମାନସିକଧାରୀମାନେ ଏଠାରେ ପିତଳ ନାଗ ମୂର୍ତ୍ତି ଦାନ କରିଥାନ୍ତି । ଏହା ବ୍ୟତୀତ ଉମାକାନ୍ତେଶ୍ୱର ମନ୍ଦିରରେ ମହାଶିବରାତ୍ରି, ବଡ଼ଓଷା, ଶିବ ବିବାହ ଆଦି ପର୍ବପର୍ବାଣୀ ବେଶ ଧୁମଧାମରେ ପାଳନ କରାଯାଏ । ତେବେ ପ୍ରଶାସନର ଅବହେଳା ଯୋଗୁଁ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ତେଣୁ ଏହାର ବିକାଶ ସାଙ୍ଗକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି । ଗାଁର କିଛି ଉତ୍ସାହୀ ଯୁବକ ନିଜ ଖର୍ଚ୍ଚରେ ମନ୍ଦିରର ସାମୟିକ ଉନ୍ନତି କରିପାରିଛନ୍ତି ।

ଆଜି ମହାଶିବରାତ୍ରି ଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ସୁଅ ଛୁଟିଛି । କଥିତ ବିଶ୍ୱାସ ଅନୁସାରେ ଯୁଗଳ ମୂର୍ତ୍ତିଙ୍କ ଦର୍ଶନ ପାଇଁ ଆଜି ଏଠାକୁ ଦେବତାମାନେ ମଧ୍ୟ ଆସିଥାନ୍ତି । ବିଶ୍ୱରେ ବିରଳ ଏହି ମନ୍ଦିରର ଉନ୍ନତି ସାଧନ ପାଇଁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଗଲେ ସ୍ଥାନ ଓ ମନ୍ଦିରରେ ପୂଜା ପାଉଥିବା ଉମାକାନ୍ତେଶ୍ବରଙ୍କ ମହିମାର ପ୍ରଚାର ପ୍ରସାର ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି ।

ଇଟିଭି ଭାରତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.