ETV Bharat / state

ଖରସ୍ରୋତାରେ କୋଟିକୋଟି ଟଙ୍କା ପ୍ରକଳ୍ପର ନାହିଁ ସୂଚନା ଫଳକ, 5Tକୁ ଉପହାସ - ସୂଚନା ଫଳକ

ଖରସ୍ରୋତା ଜଳକୁ ନେଇ ବିବାଦ ପ୍ରଶାସନର ପିଛା ଛାଡୁନାହିଁ । ୨୦୧୯ ମସିହାରୁ ପ୍ରକଳ୍ପ ମଞ୍ଜୁର ହୋଇଥିଲେ ମଧ୍ୟ ପ୍ରକଳ୍ପ ସ୍ଥାନରେ ନାହିଁ ସୂଚନା ଫଳକ । ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରକଳ୍ପ ସମ୍ପର୍କରେ କୌଣସି ସୂଚନା ଦେଇନଥିବାରୁ ଏଠାରେ ବିବାଦ ଘନେଇବାରେ ଲାଗିଛି । ଅଧିକ ପଢନ୍ତୁ...

ଖରସ୍ରୋତାରେ କୋଟିକୋଟି ଟଙ୍କା ପ୍ରକଳ୍ପରେ ନାହିଁ ସୂଚନା ଫଳକ, 5-Tକୁ ଉପହାସ

author img

By

Published : Aug 20, 2021, 7:12 PM IST

କେନ୍ଦ୍ରାପଡ଼ା: ଖରସ୍ରୋତା ଜଳକୁ ନେଇ ବିବାଦ ପ୍ରଶାସନର ପିଛା ଛାଡୁନାହିଁ । ୨୦୧୯ ମସିହାରୁ ପ୍ରକଳ୍ପ ମଞ୍ଜୁର ହୋଇଥିଲେ ମଧ୍ୟ ପ୍ରକଳ୍ପ ସ୍ଥାନରେ ସୂଚନା ଫଳକଟିଏ ନଥିବାରୁ ଗ୍ରାମ୍ୟ ଜଳଯୋଗାଣ ବିଭାଗର କାର୍ଯ୍ୟକାରିତାକୁ ନେଇ ଉଠୁଛି ଅନେକ ପ୍ରଶ୍ନ । ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀ । ଏହି ପ୍ରକଳ୍ପ ପାଇଁ ଆଗକୁ ଅଞ୍ଚଳବାସୀ ଟ୍ୟୁବୱେଲରୁ ମଧ୍ୟ ପାଣି ପାଇବେ ନାହିଁ ବୋଲି ବିରୋଧୀ କହିଛନ୍ତି ।

ଖରସ୍ରୋତାରେ କୋଟିକୋଟି ଟଙ୍କା ପ୍ରକଳ୍ପର ନାହିଁ ସୂଚନା ଫଳକ, 5Tକୁ ଉପହାସ

ଜିଲ୍ଲାର ରାଜକନିକା ଭାରିଗଦା ଦେଇ ପ୍ରବାହିତ ଖରସ୍ରୋତା ନଦୀରୁ ଦୈନିକ ୧୦୪ MLD(ମିଲିୟନ ଲିଟର ପର ଡେ) ପାଣି ଉଠାଯାଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନୂଆହାଟ ଠାରେ ବିଶୋଧୀକରଣ କରାଯାଇ ସେଠାକାର ଲୋକଙ୍କ ପାଖରେ ପିଇବା ପାଣି ପହଞ୍ଚାଯିବା ପାଇଁ ଯୋଜନା କରାଯାଇଛି । କିନ୍ତୁ ଏହି ପ୍ରକଳ୍ପର ଅଟକଳ ମୂଲ୍ୟ କେତେ, କେବେ ଆରମ୍ଭ ହୋଇ କାମ କେବେ ଶେଷ ହେବ କେଉଁ କମ୍ପାନୀ ଏହି କାମ କରୁଛି ଇତ୍ୟାଦି ଏଭଳି ଅନେକ ପ୍ରଶ୍ନ ଏବେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ବିଜେପି ରାଜ୍ୟ ଉପ ସଭାନେତ୍ରୀ ପ୍ରଭାତୀ ପରିଡା ବିନା ଫଳକରେ ଚାଲୁଥିବା ଏହି ପ୍ରକଳ୍ପ କାର୍ଯ୍ୟ ଉଦ୍ଦେଶ୍ୟରେ 'ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଉଥିବା' କହିଥିବା ବେଳେ ବିଜେପି ଜିଲ୍ଲା ପରିଷଦ ସଦସ୍ୟ ସୂଚନା ଫଳକ ବିନା କାମ କିପରି ହେଉଛି ବୋଲି ନବମ ଜିଲ୍ଲା ପରିଷଦ ସାଧାରଣ ବୈଠକରେ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରି ଘାଇଲା କରିଛନ୍ତି । ପ୍ରଶାସନ ପାଖରେ ଏନେଇ କୌଣସି ଉତ୍ତର ନଥିବା ବେଳେ ଭବିଷ୍ୟତରେ ଜଳ ପାଇଁ ଯୁଦ୍ଧ ହେବାର ଯେଉଁ ଆଶଙ୍କା କରାଯାଉଥିଲା ତାହାର ବୀଜ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବହନ କରୁଛି ବୋଲି କହିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ଦେବ ଚୌଧୁରୀ ।

ଆଳି କନିକାର ଜୀବନ ରେଖା କୁହାଯାଉଥିବା ଖରସ୍ରୋତା ଉପରେ ଆଳି ଓ କନିକା ବ୍ଲକର ସମସ୍ତ ଜନସାଧାରଣଙ୍କ ସମେତ ଚାଷକାର୍ଯ୍ୟ ବିଶେଷଭାବେ ନିର୍ଭର କରୁଥିବା ବେଳେ ଶୀତ ଓ ଗ୍ରୀଷ୍ମ ଋତୁରେ ଶୁଷ୍କ ହୋଇଥାଏ ଖରସ୍ରୋତା । କୌଣସି ଆଲୋଚନା ଓ ପର୍ଯ୍ୟାଲୋଚନା ବିନା ଲୋକଙ୍କୁ ଡ଼ରାଇ, ଧମକାଇ ଓ ମିଛ ମାମଲା କରି ନଦୀକୁ ଶୁଷ୍କ କରାଯାଉଛି ବୋଲି କହିଛନ୍ତି ଓସାର ଆବାହକ ପ୍ରଦୀପ ପ୍ରଧାନ । ଜଣେ ବ୍ୟକ୍ତି ପାଇଁ ଦୈନିକ ସର୍ବାଧିକ ୨୦ଲିଟର ପାଣିର ଆବଶ୍ୟକତା ରହିଥିବା ବେଳେ ଏହି ପ୍ରକଳ୍ପରେ ଭଦ୍ରକ ଜିଲ୍ଲାର ୯୧ଟି ପଞ୍ଚାୟତର ଲୋକଙ୍କୁ ଦୈନିକ ମୁଣ୍ଡପିଛା ୮୫ ଲିଟର ପାଣି ଦେବା ପାଇଁ କାଗଜପତ୍ରରେ ଦର୍ଶାଯାଇଥିବା କହିଛନ୍ତି ପ୍ରଦୀପ । ତେବେ ୨୦ ଲିଟର ସ୍ଥାନରେ କାହିଁକି ୮୫ଲିଟର ପାଣି ଦିଆଯିବ ସେନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଭଦ୍ରକ ଜିଲ୍ଲାର ୪ଟି ବ୍ଲକରେ ଉତ୍କଟ ଜଳ ସମସ୍ୟା ଦେଖାଦେଇଥିବା ବେଳେ ଏହି ପ୍ରକଳ୍ପ ହେଲେ ଚାନ୍ଦବାଲି ବ୍ଲକର ୩୬ଟି, ତିହିଡି ବ୍ଲକର ୨୦ଟି, ବାସୁଦେବପୁର ବ୍ଲକର ୨୫ଟି ଓ ଧାମନଗର ବ୍ଲକର ୧୦ଟି ପଞ୍ଚାୟତକୁ ମିଶାଇ ମୋଟ ୯୧ଟି ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ କରାଯିବ ବୋଲି କହିଛନ୍ତି ଚାନ୍ଦବାଲି ଗ୍ରାମ୍ୟ ଜଳଯୋଗାଣ ବିଭାଗର SDO । ଅପରପକ୍ଷରେ ଏହି ପ୍ରକଳ୍ପ ଆରମ୍ଭ ଦିନରୁ ବିରୋଧ ହୋଇ ଆସୁଥିବାରୁ ଏଠାରେ ସୂଚନା ଫଳକ ଲଗାଯାଇପାରିନାହିଁ ଓ ଦିନେ ଦୁଇଦିନ ମଧ୍ୟରେ ଫଳକ ଲଗାଯିବ ବୋଲି ସଫେଇ ଦେଇଛନ୍ତି ଏସଡିଓ।

ଜିଲ୍ଲାପାଳଙ୍କୁ ଏନେଇ ପ୍ରଶ୍ନ କରାଯିବାରୁ ଆସନ୍ତା କିଛିଦିନ ମଧ୍ୟରେ ଏହି ପ୍ରକଳ୍ପ ସମ୍ପର୍କରେ ଏକ ପୂର୍ଣ୍ଣାଙ୍ଗ ବୈଠକ ସାଧାରଣ ଲୋକ, ରାଜନେତାଙ୍କ ସହ କରାଯାଇ ପ୍ରକଳ୍ପ ସମ୍ପର୍କିତ ଯାହା ସନ୍ଦେହ ଅଛି ଦୂର କରାଯିବ ବୋଲି କହିଥିବା ବେଳେ ରାଜ୍ୟ ସରକାରଙ୍କ 5Tର 'ଟ୍ରାନ୍ସପରେନ୍ସି' ଶବ୍ଦ ଜିଲ୍ଲାପାଳଙ୍କ ଅଭିଧାନରୁ ହଜିଯାଇଥିବା ଭଳି ମନେହେଉଛି କାରଣ ସୂଚନା ଫଳକ ସମ୍ପର୍କିତ ପ୍ରଶ୍ନକୁ ଖୁବ ଚାଲାକିରେ ଏଡାଇ ଯାଇଛନ୍ତି ଜିଲ୍ଲାପାଳ। ଜଳ ପାଇଁ ସଂଘର୍ଷ ଘଟଣାରେ ଏବେ ସୁଦ୍ଧା ବହୁଟଙ୍କାର କ୍ଷତି ହୋଇଥିବା ଓ ସଂଘର୍ଷ ପାଇଁ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ନାମରେ ମାମଲା ରହିଥିବା ବେଳେ ଏହି ପ୍ରକଳ୍ପର ଅଟକଳ ଓ ଭବିଷ୍ୟତକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.