ETV Bharat / state

କୋରୋନାକୁ ମାତ ଦେଇ କର୍କଟରେ ନିରାଶ କେନ୍ଦ୍ରାପଡାର ସୁରେନ୍ଦ୍ର ପତି

ରାଜ୍ୟରେ କୋରୋନାର ପ୍ରଭାବ ଏତେ ମାତ୍ରା ବଢି ଚାଲିଛି କି ଏହା ଆଗରେ ଫିକା ପଡିଛି ଆହୁରି ଅନେକ ମାରାତ୍ମକ ରୋଗ । କେନ୍ଦ୍ରାପଡାର ସୁରେନ୍ଦ୍ର ପତି ମଧ୍ୟ ପରିଣତ ବୟସରେ କୋରୋନାକୁ ମାତ ଦେଇଥିଲେ ସୁଦ୍ଧା କର୍କଟ ରୋଗର ହୋଇପାରୁନି ଚିକିତ୍ସା । ଯାହା ପରିବାର ପାଇଁ ବଢାଇଛି ଚିନ୍ତା । ଅଧିକ ପଢନ୍ତୁ...

kendrapara latest news, old couple tackled corona in kendrapara, old couple won corona battle, surendra pati, cancer treatment neglected for corona, କେନ୍ଦ୍ରାପଡା ଲାଟେଷ୍ଟ ନ୍ୟୁଜ୍‌, କେନ୍ଦ୍ରାପଡାରେ ବୃଦ୍ଧ ଦମ୍ପତିଙ୍କ କୋରୋନା ମୁକାବିଲା, କୋରୋନା ଯୁଦ୍ଧରେ ବିଜୟୀ ବୃଦ୍ଧ ଦମ୍ପତି, ସୁରେନ୍ଦ୍ର ପତି, କୋରୋନାରେ ଅବହେଳିତ କର୍କଟ ଚିକିତ୍ସା
କୋରୋନାକୁ ମାତ ଦେଇ କର୍କଟରେ ନିରାଶ କେନ୍ଦ୍ରାପଡାର ସୁରେନ୍ଦ୍ର ପତି
author img

By

Published : Aug 3, 2020, 3:50 PM IST

କେନ୍ଦ୍ରାପଡା: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଥିବା କୋରୋନା ମହାମାରୀର ପ୍ରକୋପରେ ବାଦ ପଡିଯାଇଛି ଅନ୍ୟ ମାରାତ୍ମକ ରୋଗର ଚିକିତ୍ସା । ଯାହାର ଏକ ଜ୍ବଳନ୍ତ ନଜିର ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ରାପଡା ବ୍ଲକ ବଗଡା ବଳିରାଜ ଗାଁରେ । ଦାନ୍ତ ଘଷୁ ଘଷୁ ଏହି ଗାଁର ସୁରେନ୍ଦ୍ର ପତିଙ୍କର ଜିଭ କଟିଯାଇଥିବା ବେଳେ ଚିକିତ୍ସା ପାଇଁ ସେ ଡାକ୍ତରଖାନାକୁ ଯାଇଥିଲେ । ସେଠାରେ ତାଙ୍କୁ କର୍କଟ ଥିବା ଜମା ପଡିବା ପରେ ତାଙ୍କୁ ଚିକିତ୍ସା ପାଇଁ କଟକର ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲକୁ ପଠାଯାଇଥିଲେ । ହେଲେ ଦଇବର ଗତି ହିଁ କିଛି ଭିନ୍ନ ଥିଲା । କର୍କଟ ଚିକିତ୍ସା କରୁ କରୁ ସୁରେନ୍ଦ୍ର କୋଭିଡ ପଜିଟିଭ ମଧ୍ୟ ଚିହ୍ନଟ ହୋଇଥିଲେ । ଫଳରେ ତାଙ୍କୁ ଅଶ୍ବିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୃଢ ମନୋବଳ ପାଇଁ ସେ କୋରୋନାକୁ ମାତ ଦେଲେ ସତ ହେଲେ ଅଧାରେ ଅଟକି ଗଲା କର୍କଟ ରୋଗର ଚିକିତ୍ସା ।

କୋରୋନାକୁ ମାତ ଦେଇ କର୍କଟରେ ନିରାଶ କେନ୍ଦ୍ରାପଡାର ସୁରେନ୍ଦ୍ର ପତି

କେବଳ ସୁରେନ୍ଦ୍ର ନୁହେଁ ସୁରେନ୍ଦ୍ରଙ୍କ ପତ୍ନୀ ସାବିତ୍ରୀ ପତି ମଧ୍ୟ କିଛି ଦିନ ମଧ୍ୟରେ କୋଭିଡ ପଜିଟିଭ ଥିବାରୁ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଉଭୟେ ପରିଣତ ବୟସରେ ମଧ୍ୟ ଦୃଢ ମନୋବଳ ଯୋଗୁଁ କୋରୋନାକୁ ହସି ହସି ମାତ ଦେଇଥିଲେ । ସେପେଟ ସଂକ୍ରମଣ ନଥିବା ସତ୍ତ୍ବେ ଡାକ୍ତରଖାନାରେ ଔଷଧ ଦେଇ ସୁରକ୍ଷିତ ରଖାଯାଇଥିଲା ସୁରେନ୍ଦ୍ରଙ୍କ ପୁଅ ଅମରେଶଙ୍କୁ । ବାପା ମା’ଙ୍କ କଷ୍ଟ ଦେଖି ଅମରେଶ ଦୁଃଖରେ ଭାଙ୍ଗି ପଡିଥିଲେ ବି ବିଧିର ନିୟମ ଆଗରେ ମୁଣ୍ଡ ପାତି ସେ ପରିସ୍ଥିତିକୁ ସ୍ବିକାର କରିବାକୁ ବାଧ୍ୟ ହୋଇଥିଲେ । ତେବେ ଚିକିତ୍ସା ପରେ କୋରୋନାକୁ ମାତ ଦେଇ ବୃଦ୍ଧ ଦମ୍ପତି ଘରକୁ ଫେରିଥିବାରୁ ତାଙ୍କୁ ରାଜ୍ୟର ବିଭିନ୍ନ କୋଣରୁ ଶୁଭେଚ୍ଛାର ସୁଅ ଛୁଟିଛି । କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ ଯୋଗେ ଉଭୟଙ୍କୁ ସାବାସୀ ଦେଇଥିଲେ । ହେଲେ ଭୁଲି ଯାଇଥିଲେ ସୁରେନ୍ଦ୍ରଙ୍କ ବାସ୍ତବ ସମସ୍ୟା କର୍କଟ ରୋଗର ଚିକିତ୍ସା କଥା ।

ବର୍ତ୍ତମାନ ଲକଡାଉନ ସ୍ଥିତି ଯୋଗୁଁ କର୍କଟ ରୋଗର ଚିକିତ୍ସା ସମ୍ଭବ ହୋଇପାରୁନଥିବା ବେଳେ ଔଷଧ ମଧ୍ୟ ଠିକ୍‌ ଭାବେ ମିଳି ପାରୁନଥିବା ଅଭିଯୋଗ କରିଛନ୍ତି ସୁରେନ୍ଦ୍ରଙ୍କ ପୁଅ ଅମରେଶ । ଆଉ ଏହି କାରଣଙ୍କୁ ସୁରେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗୁଡୁଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି । ଏପରିସ୍ଥିତିରେ ସେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହାୟତା ଲୋଡିଥିବା ବେଳେ, ଖବର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ଉପଜିଲ୍ଲାପାଳ । ସେ କହିଛନ୍ତି କି ଏସମ୍ପର୍କରେ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ସହ ବିଚାର ବିମର୍ସ କରି ସୁରେନ୍ଦ୍ରଙ୍କ ଚିକିତ୍ସା ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ କରିଦିଆଯିବ ।

ତେବେ ପରିଣତ ବୟସରେ କୋରୋନା ଯୁଦ୍ଧରେ ଜିତି ସାରା ରାଜ୍ୟ ପାଇଁ ରୋଲ ମଡେଲ ପାଲଟିଛନ୍ତି କେନ୍ଦ୍ରାପଡାର ବୃଦ୍ଧ ଦମ୍ପତି । ହେଲେ କୋରୋନା ମାଡରେ ଅଧାରେ ଅଟକି ଯାଇଥିବା ସୁରେନ୍ଦ୍ରଙ୍କର କର୍କଟ ଚିକିତ୍ସା ଯଦି ପୁଣି ସ୍ବାଭାବିକ ହୁଅନ୍ତା ତାହେଲେ ଚିନ୍ତାରୁ ମୁକୁଳିପାରନ୍ତା ପରିବାର ଓ ରାଜ୍ୟବାସୀଙ୍କ ଆସ୍ଥା ଭାଜନ ହୋଇପାରନ୍ତେ ରାଜ୍ୟ ସରକାର ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.