ETV Bharat / state

ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଦେବଦୂତ, ମାଗଣାରେ ଶିକ୍ଷାଦାନ କରୁଛନ୍ତି ସାଗର - ସାଗର ଜେନା

ସମାଜସେବୀ ପାଲଟିଛନ୍ତି ଶିକ୍ଷକ । ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଆଗେଇ ଆସିଛନ୍ତି କେନ୍ଦ୍ରାପଡ଼ା ପୌର ପରିଷଦ ଅଧିନ ୨୧ନଂ ୱାର୍ଡର ସାଗର ଜେନା । ପିଲାଙ୍କୁ ମାଗଣାରେ ଶିକ୍ଷାଦାନ ଦେବା ସହ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି । ଅଧିକ ପଢ଼ନ୍ତୁ

socialist sagar jena
କେନ୍ଦ୍ରାପଡ଼ାର ସମାଜସେବୀ ସାଗର ଜେନା
author img

By

Published : Dec 28, 2022, 6:55 AM IST

ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଦେବଦୂତ

କେନ୍ଦ୍ରାପଡ଼ା: ଶୀତଦିନିଆ ଖୋଲା ଆକାଶ ତଳେ ଚାଲିଛି ପାଠପଢ଼ା । ପିଲାମାନେ ବି ମନଧ୍ୟାନ ଦେଇ ପାଠ ପଢୁଛନ୍ତି । ପାଠ ପଢ଼ାଇବା ନିଶା ଆଜି ତାଙ୍କୁ କରିଦେଇଛି ଶିକ୍ଷକ । ଆଦିବାସୀ ପିଲାମାନଙ୍କୁ ପାଠ ପଢ଼େଇବା ପାଇଁ ଯେମିତି ପଣ କରିଛନ୍ତି ସମାଜସେବୀ । ସହରର ଛାତି ଉପରେ ରହୁଥିଲେ ହେଁ ମୌଳିକ ଶିକ୍ଷା ପ୍ରାପ୍ତି ଆଉ ଏହାର ଉପାଦେୟତା ବୁଝୁ ନଥିବା ଏହି ଆଦିବାସୀ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଯେମିତି ମନସ୍ତ କରିଛନ୍ତି ସମାଜସେବୀ ସାଗର । ଆମେ କହୁଛୁ କେନ୍ଦ୍ରାପଡ଼ା ପୌର ପରିଷଦ ଅଧିନ ୨୧ନଂ ୱାର୍ଡର ସାଗର ଜେନାଙ୍କ କଥା। ଆଦିବାସୀ ଓ ଅଭାବୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ସହ ପାଠ୍ୟ ପୁସ୍ତକ ଶିକ୍ଷା ଦେବାପାଇଁ ଆଗେଇ ଆସିଛନ୍ତି । ପ୍ରତି ରବିବାର ପିଲାଙ୍କୁ ଶିକ୍ଷା ପ୍ରତି ଆକର୍ଷିତ କରି ମାଗଣାରେ ଶିକ୍ଷା ଦାନ କରୁଛନ୍ତି ।

ବିଦ୍ୟାଳୟ ଚାଲୁଥିବା ବେଳେ ପ୍ରତ୍ୟେକ ରବିବାର ସକାଳ ୮ରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଗୋଟିଏ ସ୍ଥାନରେ ବସାଇ ଶିକ୍ଷା ଦେଇଥାନ୍ତି । ୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ସାଗରଙ୍କ ଶିକ୍ଷାଦାନରେ ଆକର୍ଷିତ ହୋଇ ଏବେ ସ୍କୁଲ ଯିବାକୁ ମନ ବଳାଇଛନ୍ତି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସଭିଏଁ ଏକାଠି ବସି ମନଧ୍ୟାନ ଦେଇ ପାଠ ପଢୁଛନ୍ତି । ଆର୍ଥିକ ଅଭାବ ଏବଂ ଅଭିଭାବକମାନେ ଦିନ ମଜୁରିଆ ହୋଇଥିବାରୁ ଏମାନଙ୍କୁ ପାଠ ଦି ଅକ୍ଷର ପଢ଼ାଇବା ପାଇଁ ଅସମର୍ଥ ରହିଛନ୍ତି । କିନ୍ତୁ ସାଗର ଏହି ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସାଜିଛନ୍ତି ଆଶାର ଆଲୋକ । ସାଗରଙ୍କ ଏଭଳି ପ୍ରୟାସ ଯୋଗୁଁ ସ୍ଥାନୀୟ ଲୋକେ ମଧ୍ୟ ବେଶ୍‌ ପ୍ରଶଂସା କରିଛନ୍ତି । ଏଠାରେ ପଢୁଥିବା ଛାତ୍ରଛାତ୍ରୀ କହିଛନ୍ତି, "ଆର୍ଥିକ ଅଭାବରୁ ଟ୍ୟୁସନ ଯାଇପାରୁନଥିଲୁ । ମାତ୍ର ସାର୍‌ ପଢ଼ାଇବା ଦିନଠାରୁ ମାଗଣାରେ ସହଜରେ ଶିକ୍ଷାଲାଭ କରିପାରୁଛୁ ।"

ସାଗର ବି.କମ୍‌ ପରେ ନୋଏଡାରୁ ଫ୍ୟାସନ ଡିଜାଇନିଂରେ ଡିପ୍ଲୋମା ଶେଷ କରି ଚାକିରି କରିବା ବଦଳରେ ସମାଜସେବା ପାଇଁ ମନ ବଳାଇଥିଲେ । ଓଡ଼ିଶା ମାନବାଧିକାର କମିଶନ ଓ ଜାତୀୟ ମାନବାଧିକାର କମିଶନରେ ୯୦୦ରୁ ଊର୍ଦ୍ଧ୍ବ ଅଭିଯୋଗ କରି ତନ୍ମଧ୍ୟରୁ ୨୦୦ରୁ ଊର୍ଦ୍ଧ୍ବ ଅଭିଯୋଗର ସମାଧାନ ପୂର୍ବକ ଲୋକଙ୍କୁ ନ୍ୟାୟ ପ୍ରଦାନ ଦିଗରେ ସହାୟକ ହୋଇଛନ୍ତି ସାଗର । ଅନ୍ୟପଟେ ସାଗର ଯେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ଶିକ୍ଷାଦାନ ସମୟରେ ଛାତ୍ରଛାତ୍ରୀଙ୍କ ଅଭାବ ଅସୁବିଧା ବୁଝି ଖାତା, ବହି, କଲମ ଓ ଅନ୍ୟ ଖେଳ ସାମଗ୍ରୀ ମଧ୍ୟ ଯୋଗାଇ ଦେଇଥାନ୍ତି । ତେବେ ନିତିଦିନ କାମ ମିଳୁନଥିବା ବେଳେ ପିଲାମାନଙ୍କର ପାଠପଢା ପାଇଁ ଚିନ୍ତାରେ ଥିବା ଆଦିବାସୀ ବାପାମାଆଙ୍କ ପାଇଁ ସାଗର ଦେବଦୂତ ସାଜିଛନ୍ତି । ଆଦିବାସୀ ପିଲାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସାଗରଙ୍କ ଏହି ପ୍ରୟାସକୁ ସ୍ଥାନୀୟ ଲୋକେ ସାଧୁବାଦ ଦେଇଛନ୍ତି ।

ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନର ଆଲୋକକୁ ଆଣୁଥିବା ବ୍ୟକ୍ତିବିଶେଷଙ୍କୁ ଗୁରୁଙ୍କ ଆଖ୍ୟା ପ୍ରଦାନ କରାଯାଇଛି । ବାସ୍ତବରେ ସାଗର ଯେ ଜଣେ ଗୁରୁଙ୍କ ସଂଜ୍ଞାକୁ ବୁଝାଇ ପାରିଛନ୍ତି ଏଥିରେ ତିଳେହେଁ ସନ୍ଦେହ ନାହିଁ । ସାଗରଙ୍କ ଭଳି ସମାଜସେବୀ ଆଗେଇ ଆସିଲେ ରାଜ୍ୟ ଦିନେ ପୂର୍ଣ୍ଣ ସ୍ବାକ୍ଷରତା ଲାଭ କରିବ, ଏଥିରେ କୌଣସି ସନ୍ଦେହ ନାହିଁ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.