ETV Bharat / state

ବେଣୀପୁର ବନ୍ୟାକୁ ପୁରିଲା ବର୍ଷେ, ଦୁର୍ବଳ ନଦୀବନ୍ଧକୁ ନେଇ ଆତଙ୍କିତ ଲୋକେ

author img

By

Published : Aug 30, 2021, 2:32 PM IST

କେନ୍ଦ୍ରାପଡା ଜିଲ୍ଲା ବେଣୀପୁର ବିରୂପା ନଦୀ ବନ୍ଧ ଭାଙ୍ଗି, ଘାଇ ସୃଷ୍ଟି ହେବା ୟା ଭିତରେ ବର୍ଷେ ବିତି ଗଲାଣି। ଇତିମଧ୍ୟରେ ଘାଇ ମରାମତି ମଧ୍ୟ ଶେଷ ହୋଇଛି । କିନ୍ତୁ ଏବେବି ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ବନ୍ଧ । ଯାହାକୁ ନେଇ ଆଶା ଆଶଙ୍କାରେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...

ବେଣୀପୁର ବନ୍ୟାକୁ ପୁରିଲା ବର୍ଷେ, ଦୁର୍ବଳ ନଦୀବନ୍ଧକୁ ନେଇ ଆତଙ୍କିତ ଲୋକେ
ବେଣୀପୁର ବନ୍ୟାକୁ ପୁରିଲା ବର୍ଷେ, ଦୁର୍ବଳ ନଦୀବନ୍ଧକୁ ନେଇ ଆତଙ୍କିତ ଲୋକେ

କେନ୍ଦ୍ରାପଡ଼ା: ବିରୂପା ନଦୀ ବନ୍ଧ ଭାଙ୍ଗି, ଘାଇ ସୃଷ୍ଟି ହେବା ୟା ଭିତରେ ବର୍ଷେ ବିତି ଗଲାଣି। ଇତିମଧ୍ୟରେ ଘାଇ ମରାମତି ମଧ୍ୟ ଶେଷ ହୋଇଛି । କିନ୍ତୁ ଏବେବି ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ବନ୍ଧ । ପ୍ରାୟ ୬୦ ଫୁଟର ଏହି ଘାଇ ମୁହଁରେ ନାମକୁ ମାତ୍ର ପଡିରହିଛି କିଛି ବାଲିବସ୍ତା । ଆଉ ଯାହାକୁ ନେଇ ଆଶା ଆଶଙ୍କାରେ ସ୍ଥାନୀୟ ଲୋକେ । ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ବେଣୀପୁର ଘାଇର ଦୃଶ୍ୟ । ୨୦୨୦ ମସିହା ଅଗଷ୍ଟ ମାସରେ ବେଣୀପୁର ଠାରେ ଘାଇ ସୃଷ୍ଟି ହେବାପରେ ଅଣାୟତ ହୋଇ ପଡ଼ିଥିଲା ପରିସ୍ଥିତି। ରାତିକ ଭିତରେ ୮ ଗୋଟି ୱାର୍ଡର ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ବିପନ୍ନ ହୋଇ ପଡ଼ିଥିଲା। ଜୀବନ ବଞ୍ଚାଇବା ପାଇଁ ଘରଦ୍ବାର ଛାଡି ନଦୀବନ୍ଧକୁ ଧାଇଁଥିଲେ ଲୋକେ। କୌଣସିମତେ ଜୀବନଜୀବିକା ତ ସଜାଡି ହୋଇଗଲା । କିନ୍ତୁ ଏବେ ବି ଅନେକ ପରିବାର ଘରଟିଏ ପାଇଁ କରୁଛନ୍ତି ସଂଗ୍ରାମ ।

ବନ୍ୟାର କରାଳତା ଗ୍ରାସ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ନିକଟରେ ବିରୂପା ନଈ କୂଳରେ ଥିବା ବେଣୀପୁର ଗ୍ରାମକୁ। ଘାଇ ହେବା ପରେ ୨୦୧୮ ମସିହାରେ ୬ କୋଟି ଟଙ୍କା ବ୍ୟୟରେ ଏହି ବନ୍ଧର ମରାମତି କରାଯାଇଥିଲା। ଯାହାକି ୨୦୧୯ ଡିସେମ୍ବରରେ ଶେଷ ହୋଇଥିଲା। ମାତ୍ର ବର୍ଷକ ଭିତରେ ଶେଷ ହୋଇଥିବା ଏହି କାମ କିନ୍ତୁ ଏତେ ନିମ୍ନମାନର ହୋଇଥିଲା ଯେ, ପ୍ରଥମ ବନ୍ୟାଜଳରେ ଭାଙ୍ଗିଗଲା ବନ୍ଧ। ୨୦୨୦ ମସିହା ଅଗଷ୍ଟ ମାସରେ ବେଣୀପୁର ଠାରେ ଘାଇ ସୃଷ୍ଟି ହେବାପରେ ପରିସ୍ଥିତି ଅଣାୟତ ହୋଇ ପଡ଼ିଥିଲା। ରାତିକ ଭିତରେ ୮ ଗୋଟି ୱାର୍ଡର ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ବିପନ୍ନ ହୋଇ ପଡ଼ିଥିଲା। ଜୀବନ ବଞ୍ଚାଇବା ପାଇଁ ଘରଦ୍ୱାର ଛାଡି ନଦୀବନ୍ଧକୁ ଧାଇଁଥିଲେ ଲୋକେ। କୌଣସିମତେ ଜୀବନଜୀବିକା ସଜାଡି ହୋଇଯାଇଥିବା ବେଳେ ଏବେ ବି ଅନେକ ପରିବାର ଘରଟିଏ ପାଇଁ ସଂଗ୍ରାମ କରୁଛନ୍ତି। ମୂଲ ମଜୁରୀ ବାବଦକୁ ୩୦୦ଟଙ୍କା ପାଉଥିବା ଦିନ ମଜୁରିଆ ପକ୍ଷେ କଂକ୍ରିଟ ଘର କରାଇବା ସାତସ୍ୱପ୍ନ ପାଲଟିଥିବା ବେଳେ ସହାୟତା ବାବଦକୁ ମିଳିଛି ମାତ୍ର ୪ରୁ ୬ହଜାର ଟଙ୍କା । ଘାଇ ସଜାଡି ଗାଁ ଭିତରେ ଥିବା ଦୁର୍ବଳ ନଦୀବନ୍ଧକୁ ମରାମତି ପାଇଁ ଭୁଲିଗଲା ପ୍ରଶାସନ। ଲଘୁଚାପ ହୋଇ ନଦୀରେ ପାଣି ଆସିବାର ଖବର ପାଇଲେ ତରବରିଆ ଭାବେ ବନ୍ଧ ମରାମତି ପାଇଁ କାମରେ ଲାଗି ପଡିବ ଜଳସମ୍ପଦ ବିଭାଗ। ଏମିତିରେ ବନ୍ଧ ମରାମତି କାମର ମାନ କିଭଳି ହେବ ସେ ନେଇ ଚିନ୍ତାରେ ସ୍ଥାନୀୟ ଲୋକେ।

ଏପଟେ ଦୀର୍ଘବର୍ଷର ବେଣୀପୁର ହାଇସ୍କୁଲ ଏହି ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ପୁନଃରୁଦ୍ଧର ପାଇଁ ଉଦ୍ୟମ କଚ୍ଛପ ଗତିରେ ହେଉଥିବା ଅଭିଯୋଗ କରିଛନ୍ତି ପ୍ରଧାନଶିକ୍ଷକ । ବନ୍ୟା ଭଳି ଦୁର୍ବିପାକ ସମୟରେ ସରକାରୀ ସ୍ତରରେ ସହଯୋଗ ଆସୁଥିବା ବେଳେ ଦିନ ଗଲେ ଚିହ୍ନ ଯାଏ ନୀତି ଦେଖିବାକୁ ମିଳିଛି କ୍ଷତିଗ୍ରସ୍ତ ଏହି ବେଣୀପୁର ଗାଁରେ। ଅନ୍ୟପଟେ ବନ୍ୟା ପରିସ୍ଥିତି ପାଇଁ ଆମେ ସର୍ବଦା ପ୍ରସ୍ତୁତ ବୋଲି ଜଳସେଚନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର କହିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.