ETV Bharat / state

‘ଲକ୍ଷାଧିକ ଟଙ୍କା ଖାଇଗଲେ ପୌର କର୍ମଚାରୀ, ବିଧାୟକଙ୍କ ଘନିଷ୍ଠ ବୋଲି ସମସ୍ତେ ଚୁପ’

author img

By

Published : Aug 30, 2021, 10:58 PM IST

ପୌରପାଳିକା ଅଧିକାରୀଙ୍କ ଲକ୍ଷାଧିକ ଟଙ୍କା ଲୁଟ। ବିଧାୟକଙ୍କ ଘନିଷ୍ଠ ବୋଲି ସମସ୍ତେ ଚୁପ । ଅଭିଯୋଗ ଆଣି କେନ୍ଦ୍ରାପଡା ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କଲା ନଗର ବିଜେପି । ଅଧିକ ପଢନ୍ତୁ...

‘ଲକ୍ଷାଧିକ ଟଙ୍କା ଖାଇଗଲେ ପୌର କର୍ମଚାରୀ , ବିଧାୟକଙ୍କ ଘନିଷ୍ଠ ବୋଲି ସମସ୍ତେ ଚୁପ’

କେନ୍ଦ୍ରାପଡ଼ା: ସାଧାରଣ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିନେଇଛନ୍ତି ପୂର୍ବତନ ପୌର କର୍ମଚାରୀ । ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ତେବେ କେନ୍ଦ୍ରାପଡା ବିଧାୟକଙ୍କ ଚାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରି ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିଛି ନଗର ବିଜେପି ଓ ଯୁବମୋର୍ଚ୍ଚା ।

ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡ଼ା ପୌରପାଳିକାର ପୂର୍ବତନ ସିଇଓ ଗୋଲଖ ପଢିହାରୀ କେନ୍ଦ୍ରାପଡ଼ା ପୌରପାଳିକରୁ ଲକ୍ଷାଧିକ ଟଙ୍କା ହଡପ କରିଥିବା ଅଡିଟ ରିପୋର୍ଟରେ ଧରାପଡିଥିଲେ। କେନ୍ଦ୍ରାପଡ଼ା ବିଧାୟକଙ୍କ ଅନ୍ତରଙ୍ଗ ଓ ସମ୍ପର୍କୀୟ କୁହାଯାଉଥିବା ଗୋଲଖଙ୍କୁ କେବଳ ନୋଟିସ ଦେଇ ଦୀର୍ଘଦିନ ହେବ ମ୍ୟୁନିସିପାଲିଟି ଛାଡି ଦେଇଥିବା ଦେଖିବାକୁ ମିଳିଛି। ଆତ୍ମସାତ ହୋଇଥିବା ଅର୍ଥ ଟଙ୍କା ଆଦାୟ କରାଯାଇନାହିଁ କିମ୍ବା ପୋଲିସରେ ମଧ୍ୟ ଅଭିଯୋଗ କରିନାହାନ୍ତି ପୌରପାଳିକା କର୍ତ୍ତୃପକ୍ଷ।

ତେବେ ଏନେଇ ସିଧାସଳଖ ପୌରପାଳିକା କର୍ତ୍ତୃପକ୍ଷଙ୍କ ସହ ସ୍ଥାନୀୟ ବିଧାୟକଙ୍କୁ ଟାର୍ଗେଟ କରିଛି ବିଜେପି। ବିଧାୟକ ଶଶୀଭୂଷଣ ବେହେରାଙ୍କ ଚାପରେ ପୌରପାଳିକା ଏପରି ନିରବଦ୍ରଷ୍ଟା ସାଜି କେବଳ ନୋଟିସ ଦେଇ ଚୁପ ବସିଥିବା କହିଛି ଦଳ। ଅନ୍ୟପଟେ ଏହି ପୂର୍ବତନ କର୍ମଚାରୀ ବିଧାୟକଙ୍କ ସାହସରେ ଆନ୍ତରାଜ୍ୟ ଠକେଇ ଗୋଷ୍ଠୀ ଗଢି ମହିଳାଙ୍କୁ ଋଣ କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ହାଇକୋର୍ଟରେ ଜଣେ ମହିଳା ଅଭିଯୋଗ କରିଥିଲେ । ଏନେଇ କେନ୍ଦ୍ରାପଡ଼ା ଟାଉନ ଥାନାରେ ଏତଲା ଦାୟର ମଧ୍ୟ ହୋଇଥିଲା ।

ତେବେ ଏତଲା ପରେ ମଧ୍ୟ ଅଦ୍ୟାବଧି ମୁଖ୍ୟ ଅଭିଯୁକ୍ତ ଗୋଲଖଙ୍କୁ ଗିରଫ କରାନଯିବା ନେଇ ପୋଲିସ ଉପରେ ବର୍ଷିଛି ବିଜେପି । ସନ୍ଧ୍ୟାରେ ପୁରୁଣା ବସଷ୍ଟାଣ୍ଡ ଠାରେ ନଗର ବିଜେପି ଓ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ଅଭିଯୁକ୍ତକୁ ଶୀଘ୍ର ଗିରଫ କରିବା ନେଇ ଦଳ ପକ୍ଷରୁ ଦାବି କରାଯାଇଥିଲା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.