ETV Bharat / state

କେନ୍ଦ୍ରାପଡା ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ 10 ବର୍ଷ ସଶ୍ରମ କାରାଦଣ୍ଡ

author img

By

Published : Dec 22, 2020, 7:23 PM IST

କେନ୍ଦ୍ରାପଡା ମାର୍ଶାଘାଇ ଥାନା ଅଧିନସ୍ଥ ସାମନ୍ତସିଂହାର ଗାଁର ନାବାଳିକା ଦୁଷ୍କର୍ମ ଘଟଣାରେ ରାୟ ପ୍ରକାଶିତ । ଅଧିକ ପଢନ୍ତୁ...

କେନ୍ଦ୍ରାପଡା ନାବାଳିକା ଦୁଷ୍କର୍ମ ମାମଲା ରାୟ : ଅଭିଯୁକ୍ତକୁ 10 ବର୍ଷ କାରାଦଣ୍ଡ

କେନ୍ଦ୍ରାପଡା: ମାର୍ଶାଘାଇ ଥାନା ସାମନ୍ତସିଂହାର ଗାଁର ନାବାଳିକା ଦୁଷ୍କର୍ମ ଘଟଣାରେ ରାୟ ଶୁଣାଇଲେ କେନ୍ଦ୍ରାପଡା ଦୌରାଜଜ । ଅଭିଯୁକ୍ତକୁ 10 ବର୍ଷ ସଶ୍ରମ କାରାଦଣ୍ଡ ସହିତ 10 ହଜାର ଟଙ୍କାର ଜୋରିମାନା ଦଣ୍ଡାଦେଶ ହୋଇଛି । ମଙ୍ଗଳବାର ଅତିରିକ୍ତ ସେସନ ଜଜ ଏମଆର ଦୋରା ଅଭିଯୁକ୍ତ ବଗୁଲି ବେହେରାକୁ ଏହି ରାୟ ଶୁଣାଇଛନ୍ତି ।

ସୂଚନା ଅନୁଯାୟୀ, 2016 ମସିହା ଏପ୍ରିଲ 7 ତାରିଖ ଦିନ ମାର୍ଶାଘାଇ ଥାନା ସାମନ୍ତସିଂହାର ଗାଁରେ ଅଷ୍ଟପ୍ରହର ନାମଯଜ୍ଞ ପାଇଁ କଳସ ବୁଡା ହେଉଥିବାବେଳେ ଅଭିଯୁକ୍ତ ବଗୁଲି ସେହି ଗ୍ରାମର ଜଣେ 8 ବର୍ଷୀୟା ନାବାଳିକାକୁ ଟେକି ନେଇ ଦୁଷ୍କର୍ମ କରିଥିଲା । ଏହି ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ନାବାଳିକାକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ଅଭିଯୁକ୍ତ ଭୟରେ ନାବାଳିକା ଜଣଙ୍କ ଘରେ କାହାରିକୁ ଘଟଣା ସମ୍ପର୍କରେ କହି ନଥିବା ବେଳେ ପୁନଶ୍ଚ ଅଷ୍ଟପ୍ରହରୀ ଦହିହାଣ୍ଡି ଭାଙ୍ଗିବା ଦିନ ଅଭିଯୁକ୍ତ ଜଣଙ୍କ ଉକ୍ତ ନାବାଳିକାକୁ ଟେକି ନେଇ ସାନ ଭଉଣୀ ଆଗରେ ଦୁଷ୍କର୍ମ କରିଥିଲା ଓ ସାନ ଭଉଣୀକୁ ମାଡ଼ ମଧ୍ୟ ମାରିଥିଲା ।

ଏହିସବୁ ଘଟଣା ନାବାଳିକା ଜଣଙ୍କ ଘରେ କହିବା ପରେ ମାର୍ଶାଘାଇ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ତେବେ ମଙ୍ଗଳବାର ସେହି ନର ରୂପୀ ପିଶାଚକୁ 10 ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ପାଇଁ ଆଉ ୩ ମାସ କାରାଦଣ୍ଡ ରାୟ ଶୁଣାଇଛନ୍ତି ଦୌରାଜଜ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.