ETV Bharat / state

ଏମିତି ସ୍ଥାନ ଯେଉଁଠି ସଧବା ମାନେ ପିନ୍ଧନ୍ତିନି ସିନ୍ଦୁର !

ଆସ୍ଥା ଓ ବିଶ୍ବାସର ପ୍ରତୀକ ମା' ମାଟିଆ ମଙ୍ଗଳା । ପୂର୍ଣ୍ଣ କରନ୍ତି ଭକ୍ତଙ୍କ ସମସ୍ତ ଇଚ୍ଛା । ଜିଲ୍ଲାର ରାଜନଗର ବ୍ଲକର ବାରଗାଁରେ ରହିଛି ମନ୍ଦିର । ଅଧିକ ପଢନ୍ତୁ...

ଏମିତି ସ୍ଥାନ ଯେଉଁଠି ସଧବା ମାନେ ପିନ୍ଧନ୍ତି ନି ସିନ୍ଦୁର!

author img

By

Published : Oct 22, 2020, 10:18 PM IST

କେନ୍ଦ୍ରାପଡା: ଆରମ୍ଭ ହୋଇଯାଇଛି ନବରାତ୍ରୀ । ମା' ଜଗତଜନନୀ ଦୁର୍ଗା ଭିନ୍ନ ଭିନ୍ନ ରୂପରେ ପୂଜା ପାଉଛନ୍ତି । ସେହିପରି କେନ୍ଦ୍ରାପଡା ରାଜନଗର ବ୍ଲକର ବାରଗାଁରେ ଥିବା ମା'ମାଟିଆ ମଙ୍ଗଳାଙ୍କ ମନ୍ଦିରରେ ନବରାତ୍ର ପୂଜା କରାଯାଉଛି । ଭରଷା, ବିଶ୍ବାସ ଓ ପରମ୍ପରାର ଅନନ୍ୟ ପ୍ରତୀକ ମା' ମାଟିଆ ମଙ୍ଗଳା। ମାନସିକଧାରୀ ଭକ୍ତଙ୍କ ସବୁ ମନୋବାଞ୍ଛା ପୂର୍ଣ୍ଣ ହେଉଥିବା ବିଶ୍ବାସ ଥିବା ବେଳେ ମା'ଙ୍କ ନିକଟରେ ସକାଳେ ପଣା, ମଧ୍ୟାହ୍ନରେ ମାଛ ଘାଣ୍ଟ ସହ ଢିଙ୍କିକୁଟା ଚାଉଳର ଖେଚୁଡି ଭକ୍ତମାନଙ୍କୁ ଟାଣି ଆଣିଥାଏ।

ଏମିତି ସ୍ଥାନ ଯେଉଁଠି ସଧବା ମାନେ ପିନ୍ଧନ୍ତିନି ସିନ୍ଦୁର!

ଲୋକକଥା ଅନୁଯାୟୀ ମା' ଜଣେ ବାଳିକା ରୂପରେ ଆବିର୍ଭାବ ହୋଇ ବାଟରେ ଯାଉଥିବା ଶଙ୍ଖାରୀକୁ ଶଙ୍ଖା ଦେଇ ପଇସା ତାଙ୍କ ବାପା ଶ୍ରୀବତ୍ସ ରାଉଳଙ୍କ ଠାରୁ ନେବାପାଇଁ କହିଥିଲେ। ଶଙ୍ଖାରୀ ଜଣଙ୍କ ଶ୍ରୀବତ୍ସଙ୍କ ଘରେ ପହଁଞ୍ଚିବା ପରେ ତାଙ୍କର କୌଣସି ଝିଅ ନଥିବା ଜାଣିବାକୁ ପାଇଥିଲେ। ପରେ ଝିଅଟି କହିଥିବା ଘରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଟଙ୍କା ଥିବା ଦେଖି ଶ୍ରୀବତ୍ସ ଆଶ୍ଚର୍ଯ୍ୟ ହୋଇ ମା'ଙ୍କ ନିକଟକୁ ଦୌଡିଯାଇ ଦେଖନ୍ତି ତ ସେଠାରେ ମା' ମୂର୍ତ୍ତିଟିଏ ପାଲଟି ଯାଇଛନ୍ତି। ସେହିଦିନ ଠାରୁ ଉକ୍ତ ସ୍ଥାନରେ ମା'ମାଟିଆ ମଙ୍ଗଳା ପୂଜା ପାଇ ଆସୁଛନ୍ତି। ବିଶେଷକରି ମା'ଙ୍କର ପୂଜାବିଧି ପାଇଁ ହିନ୍ଦୁ ନୀତି ଅନୁଯାୟୀ ଜନ୍ମ କିମ୍ବା ମରଣ ବେଳେ ହେଉଥିବା ବାରଣ ନ ଥାଏ। ଅନ୍ୟପକ୍ଷରେ ମା'ଙ୍କ ପାଖରେ ହେଉଥିବା ନୀତିଭୋଗ ପାଇଁ ଢିଙ୍କି କିମ୍ବା ହାତକୁଟା ଚାଉଳ ଭୋଗ ଲାଗି କରାଯାଏ।

ଏହି ପୀଠର ଅନ୍ୟତମ କିମ୍ବଦନ୍ତୀ ଓ ପରମ୍ପରା ଅନୁଯାୟୀ ଏଠାରେ ପୂଜା କରୁଥିବା 31ଟି ରାଉଳ ସମ୍ପ୍ରଦାୟର ଘରର ବୋହୁ ଓ ସ୍ତ୍ରୀ ଲୋକମାନେ ମଥା କିମ୍ବା ସିିନ୍ଥିରେ ସିନ୍ଦୁର ପିନ୍ଧନ୍ତି ନାହିଁ କି ହାତରେ ଶଙ୍ଖା ପିନ୍ଧନ୍ତି ନି ଯଦିଓ ହିନ୍ଦୁ ଘର ନାରୀର ଆଭୂଷଣ ଶଙ୍ଖା ଓ ସିନ୍ଦୁର। ମା'ଙ୍କୁ ଲାଗି କରାଯାଉଥିବା ଶଙ୍ଖା ଓ ସିନ୍ଦୁର ଉପରେ କାଳେ କୌଣସି ଲୋଭ ହେବ ସେଥିଲାଗି ରାଉଳ ଘରର ବିବାହିତ ମହିଳା ସିନ୍ଦୁର କିମ୍ବା ଶଙ୍ଖା ପିନ୍ଧନ୍ତି ନାହିଁ ବୋଲି ପରମ୍ପରା ଆଜି ମଧ୍ୟ ରହିଛି।ସିନ୍ଦୁର ବଦଳରେ କୁମକୁମ ଏବଂ ଶଙ୍ଖା ବ୍ୟତୀତ ହାତରେ ପାଣିଚୁଡ଼ି ପିନ୍ଧିଥାନ୍ତି ମହିଳା। ଏହି ପରମ୍ପରା ଆଉ ବିଶ୍ୱାସକୁ ପାଥେୟ କରି ମା'ଙ୍କ ଉପରେ ଦୃଢ଼ ଭରଷା କରି ମହିଳା ମାନେ ଓ ସ୍ଥାନୀୟ ଲୋକମାନେ ନଦୀକୂଳରେ ବାସ କରନ୍ତି।

ତେବେ ଦୀର୍ଘ ଏକ ହଜାର ବର୍ଷରୁ ଅଧିକ ଧରି ପୂଜା ପାଇ ଆସୁଛନ୍ତି ମା' ମାଟିଆ ମଙ୍ଗଳା। ମାନସିକପୁରଣ ହେବାପରେ ମାଆଙ୍କ ନିକଟକୁ ଧାଇଁ ଆସନ୍ତି ବହୁ ମାନସିକଧାରୀ। ଯାହା ମା'ମାଟିଆ ମଙ୍ଗଳାଙ୍କ ଉପରେ ଥିବା ଲୋକଙ୍କ ଭରଷାକୁ ପ୍ରତିପାଦିତ କରିଥାଏ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.