ETV Bharat / sports

2036 ଅଲିମ୍ପିକ୍ସ ଆୟୋଜନ ପାଇଁ IOCକୁ ଚିଠି, ଏହି ସହରରେ କରାଇବାକୁ IOAର ଲକ୍ଷ୍ୟ - 2036 OLYMPICS HOST

2036 ଅଲିମ୍ପିକ୍ସ ଭାରତରେ ଆୟୋଜନ ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି IOC ଫ୍ୟୁଚର ହୋଷ୍ଟ କମିଶନଙ୍କୁ ଚିଠି ଲେଖିଛି ଭାରତୀୟ ଅଲିମ୍ପିକ ସଂଘ (IOA)।

2036 ଅଲିମ୍ପିକ୍ସ
2036 ଅଲିମ୍ପିକ୍ସ (IANS)
author img

By ETV Bharat Odisha Team

Published : Nov 6, 2024, 7:50 AM IST

Updated : Nov 6, 2024, 10:19 AM IST

ହାଇଦ୍ରାବାଦ: ଅଲିମ୍ପିକ୍ସ ଆରମ୍ଭ ହେବା ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କେବେ ବି ଆୟୋଜନ କରାଯାଇ ନାହିଁ । 2036ରେ ଭାରତରେ ଏହି କ୍ରୀଡା ମହାକୁମ୍ଭର ଆୟୋଜନ ନେଇ ସ୍ବପ୍ନ ଦେଖୁଛି ଭାରତ । ଭାରତରେ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ଆୟୋଜନ ନେଇ ଅକ୍ଟୋବର 1 ତାରିଖରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିର ଫ୍ୟୁଚର ହୋଷ୍ଟ କମିଶନଙ୍କୁ ଚିଠି ଲେଖି ଇଚ୍ଛା ପ୍ରକାଶ କରିଛି ଭାରତୀୟ ଅଲିମ୍ପିକ୍ ସଂଘ। ଗୁଜୁରାଟର ଅହମ୍ମଦାବାଦ ଆୟୋଜକ ସହର ହେବ । ଭାରତ ଆଇଏଏନଏସ ସୁତ୍ରରୁ ଜଣାପଡିଛି, '2036 ମସିହାରେ ଭାରତରେ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଗେମ୍ସ ଆୟୋଜନ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି କ୍ରୀଡା ମହାକୁମ୍ଭ ଦେଶକୁ ଯଥେଷ୍ଟ ଲାଭ ଦେଇପାରେ । କ୍ରୀଡା ସମଗ୍ର ଦେଶରେ ଅର୍ଥନୈତିକ ବିକାଶ, ସାମାଜିକ ପ୍ରଗତି ଏବଂ ଯୁବ ସଶକ୍ତିକରଣକୁ ପ୍ରୋତ୍ସାହିତ କରିପାରିବ । '

ଅହମ୍ମଦାବାଦ 2036 ଅଲିମ୍ପିକ୍ସ ଆୟୋଜକ ସହର:

2036 ଅଲିମ୍ପିକ୍ସ ଭାରତରେ ଆୟୋଜନ ହେଲେ ଆୟୋଜକ ସହର ରହିବ ଅହମ୍ମଦାବାଦ । ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2036 ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଭାରତରେ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସ୍ୱାଧୀନତା ଦିବସ ଦିନ ଦିଲ୍ଲୀ ସ୍ଥିତ ନିଜ ବାସଭବନରେ ପ୍ୟାରିସ୍ ଅଲିମ୍ପିୟାନଙ୍କ ସହ କଥାବାର୍ତ୍ତା ହୋଇଥିଲେ । ସେହି ସମୟରେ ଭାରତରେ ଅଲିମ୍ପିକ୍ସ ଆୟୋଜନ ପାଇଁ ପ୍ରସ୍ତୁତି ପାଇଁ ପରାମର୍ଶ ଦେବାକୁ ଅଲିମ୍ପିୟାନ୍ସଙ୍କୁ କହିଥିଲେ।

ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକ୍ସ ଫ୍ଲାସ ବ୍ୟାକ: କେବେ ସାମିଲ ହୋଇଥିଲା ଭାରତ, ଜାଣନ୍ତୁ ପୁରା ଇତିହାସ ? - Paris Olympic 2024

ଏହା ମଧ୍ୟ ପଢନ୍ତୁ-ଭାରତ-ଦକ୍ଷିଣ ଆଫ୍ରିକା T20: ଜାଣନ୍ତୁ କେମିତି ଦେଖିବେ ଫ୍ରି' ଲାଇଭ ମ୍ୟାଚ

ଅଲିମ୍ପିଆନ୍ସଙ୍କ ମତାମତ ଲୋଡିଲେ ମୋଦି:

ଆଥଲେଟମାନଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ, '' ଭାରତ 2036 ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି। ଏହି ପରିପ୍ରେକ୍ଷୀରେ, ପୂର୍ବ ଅଲିମ୍ପିକ୍ସରେ ଖେଳିଥିବା ଆଥଲେଟନଙ୍କ ମତାମତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣ ସମସ୍ତେ ନିଶ୍ଚୟ ଅନେକ ଜିନିଷ ଦେଖିଥିବେ ଏବଂ ଅନେକ ଜିନିଷ ଆପଣ ଅନୁଭବ ମଧ୍ୟ କରିଥିଲେ । ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଏହି ସମସ୍ତ ତଥ୍ୟ ରେକର୍ଡ କରି ସରକାରଙ୍କୁ ହସ୍ତାନ୍ତର କରନ୍ତୁ । ଯାହା ଫଳରେ ଆମେ ଭାରତରେ ଅଲିମ୍ପିକ୍ସ ଆୟୋଜନ କରିପାରିବା ।

ଗତ ବର୍ଷ ମୁମ୍ବାଇରେ ଅନୁଷ୍ଠିତ 141 ତମ ଆଇଓସି ସମ୍ମିଳନୀରେ ପିଏମ ମୋଦି 2036 ମସିହାରେ ଅଲିମ୍ପିକ ଗେମ୍ସ ଭାରତରେ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ''2036 ମସିହାରେ ଭାରତ ମାଟିରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଆମେ ଆମର ଉଦ୍ୟମ ଜାରି ରଖିବୁ। ଏହା ହେଉଛି 140 କୋଟି ଭାରତୀୟଙ୍କ ବର୍ଷ ବର୍ଷର ସ୍ୱପ୍ନ ଏବଂ ଆକାଂକ୍ଷା । ଏହି ସ୍ବପ୍ନଙ୍କୁ ଆପଣମାନହଙ୍କ ସହଯୋଗ ଓ ସମର୍ଥନରେ ପୁରା କରିବାକୁ ପଡିବ ।

10 ଦେଶ ଆଗ୍ରହୀ :

2036 ଅଲିମ୍ପିକ୍ ଗେମ୍ସ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଥିବା 10 ଟି ଦେଶ ମଧ୍ୟରେ ଭାରତ ଅଛି । ନଭେମ୍ବର 2022 ରେ, IOC ଭାରତ ସମେତ ଅନେକ ଦେଶ ସହିତ ଆଲୋଚନା କରିଥିଲା । ଏଥିମଧ୍ୟରେ ମେକ୍ସିକୋ, ଇଣ୍ଡୋନେସିଆ , ତୁର୍କୀ , ଭାରତ, ପୋଲାଣ୍ଡ , ଇଜିପ୍ଟ ଏବଂ ଦକ୍ଷିଣ କୋରିଆ ଅନ୍ତର୍ଭୁକ୍ତ ।

Last Updated : Nov 6, 2024, 10:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.