ETV Bharat / state

ଦୂର ହେବ ଲକ୍ଷ୍ମୀଙ୍କ ଦୁଃଖ, ସହଯୋଗର ହାତ ବଢାଇଲା ଜିଲ୍ଲା ଆଇନ ସେବା ପ୍ରାଧିକରଣ

ଅସହାୟ ଲକ୍ଷ୍ମୀଙ୍କୁ ସହାୟତାର ହାତ ବଢାଇଲା ଜିଲ୍ଲା ଆଇନ ସେବା ପ୍ରାଧିକରଣ । ମିଶନ ବାତ୍ସଲ୍ୟ ଯୋଜନାରେ ସାମିଲ ହେଲେ ଲକ୍ଷ୍ମୀ ଓ ତାଙ୍କ ଦୁଇ ଭଉଣୀ। ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Feb 7, 2023, 11:44 AM IST

ଦୂର ହେବ ଲକ୍ଷ୍ମୀଙ୍କ ଦୁଃଖ

କେନ୍ଦ୍ରାପଡା: ଖବର ବାଜିଲା ନଜର ପଡିଲା। ଅସହାୟ ପରିବାର ପାଖରେ ପହଞ୍ଚିଲା ଜିଲ୍ଲା ଆଇନ ସେବା ପ୍ରାଧିକରଣ । ଏବେ ଦୂର ହେବ ଲକ୍ଷ୍ମୀଙ୍କ ସମସ୍ୟା ଓ ପାଠ ପଢିବେ ଚାରି ଭାଇ ଭଉଣୀ । ଗତ କିଛି ଦିନ ତଳେ କେନ୍ଦ୍ରାପଡାର ରାଜନଗର ଥାନା ଅନ୍ତର୍ଗତ ଚାରି ପୋଖରିଆ ଗାଁର ଲକ୍ଷ୍ମୀପ୍ରିୟା ବାରିକଙ୍କ ଦୁଃଖକୁ ନେଇ ଆମ ପୋର୍ଟାଲରେ ଖବର ପ୍ରକାଶ ପାଇଥିଲା । ବାପାଙ୍କ ମୃତ୍ୟୁ ଓ ମାଆ କେଉଁ ଆଡେ ଛାଡି ଚିଲିଯିବା ପରେ ପରିବାରର ବୋଝ ମୁଣ୍ଡାଇଥିଲେ 9 ବର୍ଷର ଝିଅ ଲକ୍ଷ୍ମୀ । କଅଁଳ ବୟସରେ ନିଜ ଦୁଇ ଭଉଣୀ ଓ ସାନ ଭାଇର ଦାୟିତ୍ବ ନେଇଥିଲେ ବଡ ଭଉଣୀ ଲକ୍ଷ୍ମୀପ୍ରିୟା । ଅସହାୟ ଅବସ୍ଥାରେ ବୃଦ୍ଧ ଜେଜେବାପା ଓ ଜେଜେମାଙ୍କ ପାଖରେ ରହୁଥିଲ ଚାରି ନାତିନାତୁଣୀ । କିନ୍ତୁ ଲକ୍ଷ୍ମୀଙ୍କ ପାଇଁ ପରିବାର ଚଳାଇବା ବହୁ କଷ୍ଟକର ହୋଇପଡିଥିଲା । ଏନେଇ ଖବର ବାଜିବା ପରେ ଲକ୍ଷ୍ମୀଙ୍କୁ ସହାୟତା ମିଳିଛି ।

ଲକ୍ଷ୍ମୀଙ୍କ ଗାଁ ରାଜନଗର ବ୍ଲକ ଚାରି ପୋଖରିଆରେ ପହଞ୍ଚି ବିଚାରପତି ସହାୟତା ଯୋଗାଇ ଦେଇଛନ୍ତି । ଫଳରେ ଏବେ ଲକ୍ଷ୍ମୀଙ୍କ ମୁହଁରେ ହସ ଫୁଟିଛି । ନିଜେ ପଢିବା ସହ ଭଉଣୀ ଦେବିକା, ଆରତୀ ଓ ସାନ ଭାଇ ରୁଦ୍ରମୋହନ ମଧ୍ୟ ପାଠ ପଢିବେ । "ମିଶନ ବାତ୍ସଲ୍ୟ ଯୋଜନା"ରେ ଲକ୍ଷ୍ମୀଙ୍କ ପରିବାରକୁ ତ୍ୱରିତ ନ୍ୟାୟ ପ୍ରଦାନ ବ୍ୟବସ୍ଥା କରି ପ୍ରଶଂସା ସାଉଁଟିଛନ୍ତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ବିଚାରପତି ।

ଏହା ମଧ୍ୟ ପଢନ୍ତୁ-କଅଁଳ କାନ୍ଧରେ ପରିବାରର ବୋଝ, ବାପା ମାଆ ଯିବା ପରେ ଲକ୍ଷ୍ମୀ ପାଲଟିଛନ୍ତି ଭାଇ ଭଉଣୀଙ୍କ ସାହାରା

ଲକ୍ଷ୍ମୀଙ୍କ ବାପା ଅମର ବାରିକ ହାଇଦ୍ରାବାଦରେ ଦାଦନ ଭାବେ କାମ କରୁଥିବା ବେଳେ ତାଙ୍କୁ ସେଠାରେ ହତ୍ୟା କରାଯାଇଥିଲା । କିଛିଦିନ ପରେ ଅମରଙ୍କ ପତ୍ନୀ ସତ୍ୟଭାମା ଚାରି ପିଲାଙ୍କୁ ଧରି ହାଇଦ୍ରାବାଦରୁ ଆସି ଚାରି ପୋଖରିଆରେ ପହଞ୍ଚି ଥିବା ବେଳେ ଗତ ୬ ମାସ ହେବ ଏହି କୁନିକୁନି ପିଲାମାନଙ୍କୁ ଛାଡି କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ଫଳରେ ୬୪ ବର୍ଷୀୟ ଜେଜେ ବ୍ରହ୍ମାନନ୍ଦ ଓ ୬୨ ବର୍ଷୀୟା ଜେଜେମା ମୁକ୍ତାମଣିଙ୍କ ସହ ଦିନରେ ସୂର୍ଯ୍ୟ ଓ ରାତିରେ ଜହ୍ନ ଦିଶୁଥିବା ଘରେ ବସବାସ କରୁଥିଲେ ଲକ୍ଷ୍ମୀ ଓ ତାଙ୍କ ତିନି ଭାଇ ଭଉଣୀ ।

ସେମାନଙ୍କ ନିକଟରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସମ୍ପାଦିକା ସୁମିତ୍ରା ସାହୁ ପହଞ୍ଚି ଅଭାବ ଅସୁବିଧା ସମ୍ପର୍କରେ ଅବଗତ ହେବା ସଙ୍ଗେସଙ୍ଗେ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଲକ୍ଷ୍ମୀ ଓ ଦେବୀକାଙ୍କୁ ପ୍ରତ୍ୟେକ ମାସରେ ୨ ହଜାର ଟଙ୍କା ଲେଖାଏଁ ମିଶନ ବାତ୍ସଲ୍ୟ ଯୋଜନାରେ ୧୮ ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦେବା ନେଇ କୁହାଯାଇଛି । ଏଥିସହ ସାନଭାଇ ରୁଦ୍ର ମୋହନକୁ ୪ ବର୍ଷ ହେଲେ ତାକୁ ପଟ୍ଟାମୁଣ୍ଡାଇ ଅରୁଆ କଦଳୀବଣ ସ୍ଥିତ ଆଶ୍ରମ ବିଦ୍ୟାଳୟରେ ଛଡ଼ାଯିବ ବୋଲି କହିଛନ୍ତି । ସେହିପରି ଉଭୟ ବ୍ରହ୍ମାନନ୍ଦ ଓ ମୁକ୍ତାଙ୍କ ବାର୍ଦ୍ଧକ୍ୟ ଭତ୍ତା ସମ୍ପର୍କରେ ପଦକ୍ଷେପ ନେବା ସହ ଆବାସ ଯୋଜନାରେ ଘର ପାଇଁ ଏହି ପରିବାର ଯୋଗ୍ୟ ହୋଇଥିଲେ ତୁରନ୍ତ ତଦନ୍ତ କରି ଘର ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି DLSA ସମ୍ପାଦିକା ।

ସ୍ଥାନୀୟ ଡିଲରଙ୍କୁ ଡାକି ରାସନ୍ ସାମଗ୍ରି ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏମାନଙ୍କୁ ଜାଗା ପ୍ରଦାନ କରାଯିବା ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି DLSA ସମ୍ପାଦିକା । ଏହି ପରିବାରର କୌଣସି ବ୍ୟାଙ୍କ ଆକାଉଣ୍ଟ ନଥିବାରୁ ଘରୋଇ ବ୍ୟାଙ୍କକୁ ନିର୍ଦ୍ଦେଶ ଦେବାରୁ ତୁରନ୍ତ ଏମାନଙ୍କ ଆକାଉଣ୍ଟ ଖୋଲା ଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.