ETV Bharat / state

ବାଲାଟ ପେପରରେ ନୋ ପୋଷ୍ଟ ନୋ ଭୋଟ ଲେଖିଥିବା ଚାକିରୀ ଆଶାୟୀଙ୍କ ଆତ୍ମହତ୍ୟା ଧମକ ! - ବାଲାଟ ପେପରରେ ନୋ ପୋଷ୍ଟ ନୋ ଭୋଟ ଲେଖିଥିବା ଚାକିରୀ ଆଶାୟୀଙ୍କ ଆତ୍ମହତ୍ୟା ଧମକ

ବାଲାଟ କାଗଜରେ ‘No Junior Teacher requirement, No Vote’ ଲେଖି ମତଦାନ ପ୍ରସଙ୍ଗ । କେବଳ ନୀଳମାଧବ ନୁହନ୍ତି ତାଙ୍କ ପତ୍ନୀ ଓ ରାଜ୍ୟରେ ଏହି କନିଷ୍ଠ ଶିକ୍ଷକ ଆଶାରେ ଥିବା ୧୦ ହଜାରରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଏଭଳି କରିଥିବା କହିଛନ୍ତି ସେ । ଗୁହାରୀ କରାଯାଉଥିବା ବେଳେ ସରକାର କିମ୍ବା ସରକାରୀ ସ୍ତରରେ କେହି କର୍ଣ୍ଣପାତ କରୁନଥିବାରୁ ନୀଳମାଧବ ଓ ତାଙ୍କ ପରିବାରବର୍ଗ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ

V
ବାଲାଟ ପେପରରେ ନୋ ପୋଷ୍ଟ ନୋ ଭୋଟ ଲେଖିଥିବା ଚାକିରୀ ଆଶାୟୀଙ୍କ ଆତ୍ମହତ୍ୟା ଧମକ
author img

By

Published : Feb 23, 2022, 11:00 PM IST

କେନ୍ଦ୍ରାପଡା: ଗତକାଲି କେନ୍ଦ୍ରାପଡା ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଜଣେ ଉଚ୍ଚଶିକ୍ଷିତ ତଥା ଏଲିମେଣ୍ଟାରୀ ଏଜୁକେଶନରେ ଡିପ୍ଲୋମା କରିଥିବା ଯୁବକ ବାଲାଟ କାଗଜରେ ‘No Junior Teacher requirement, No Vote’ ଲେଖି ମତଦାନ କରି ନିଜର ବାଲାଟ କାଗଜ ଫଟୋକୁ ସାମାଜିକ ଗଣମାଧ୍ୟମ ଫେସବୁକରେ ଭାଇରାଲ କରିଥିଲେ।

ବାଲାଟ ପେପରରେ ନୋ ପୋଷ୍ଟ ନୋ ଭୋଟ  ଲେଖିଥିବା ଚାକିରୀ ଆଶାୟୀଙ୍କ ଆତ୍ମହତ୍ୟା  ଧମକ
ବାଲାଟ ପେପରରେ ନୋ ପୋଷ୍ଟ ନୋ ଭୋଟ ଲେଖିଥିବା ଚାକିରୀ ଆଶାୟୀଙ୍କ ଆତ୍ମହତ୍ୟା ଧମକ

ଉକ୍ତ ଯୁବକ ଜଣକ ହେଉଛନ୍ତି କେନ୍ଦ୍ରାପଡା ବ୍ଲକ କୋରୋ ଅଞ୍ଚଳର ଦିବ୍ୟାଙ୍ଗ ନୀଳମାଧଵ ନାୟକ । ନୀଳମାଧଵ ଓ ତାଙ୍କ ପତ୍ନୀ ଉଭୟ ୨୦୧୪ ମସିହାରୁ ଡିପ୍ଲୋମା ଶେଷ କରିଥିବା ବେଳେ ଗତ ୨୦୧୬ ମସିହା ପରେ ଆଉ କନିଷ୍ଠ ଶିକ୍ଷକ ପାଇଁ ପଦବୀ ବାହାରି ନଥିବାରୁ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ଜଣେ ଦିବ୍ୟାଙ୍ଗ ହୋଇ ସେ କିପରି ବିନା ଚାକିରୀରେ ପରିବାରର ଗୁଜୁରାଣ କରିବେ ସେନେଇ ଚିନ୍ତିତ ହୋଇପଡିଥିବା ବେଳେ ବାରମ୍ବାର ଓଡିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ(OJTAA)ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଦୃଷ୍ଟିଗୋଚର କରାଯାଉଥିଲେ ମଧ୍ୟ କୌଣସି ସୁଫଳ ନମିଳିବା ଏବଂ ବିରୋଧୀ ଦଳ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରାନଗଲେ ମଧ୍ୟ ଚୁପ ରହୁଥିବା କାରଣରୁ ସମସ୍ତ ଦଳୀୟ ପ୍ରାର୍ଥୀଙ୍କୁ ବୟକଟ କରି ନିଜ ମନର କଥା ବାଲାଟ କାଗଜରେ ଲେଖିଥିବା କହିଛନ୍ତି ନୀଳମାଧବ।

କେବଳ ନୀଳମାଧବ ନୁହନ୍ତି ତାଙ୍କ ପତ୍ନୀ ଓ ରାଜ୍ୟରେ ଏହି କନିଷ୍ଠ ଶିକ୍ଷକ ଆଶାରେ ଥିବା ୧୦ ହଜାରରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଏଭଳି କରିଥିବା କହିଛନ୍ତି ସେ। ଗୁହାରୀ କରାଯାଉଥିବା ବେଳେ ସରକାର କିମ୍ବା ସରକାରୀ ସ୍ତରରେ କେହି କର୍ଣ୍ଣପାତ କରୁନଥିବାରୁ ନୀଳମାଧବ ଓ ତାଙ୍କ ପରିବାରବର୍ଗ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.