ETV Bharat / state

ଅନଶନକାରୀଙ୍କୁ ଭେଟିଲେ ଜଳମାନବ ରାଜେନ୍ଦ୍ର ସିଂହ - ଶ୍ରୀକାନ୍ତ ନାୟକ

ଖରସ୍ରୋତା ବଞ୍ଚାଓ ଆନ୍ଦୋଳନରେ ଦୀର୍ଘ ଦିନ ଧରି ଆମରଣ ଅନଶନରେ ବସିଥିବା ଶ୍ରୀକାନ୍ତ ନାୟକଙ୍କ ଭେଟିଲେ ଜଳମାନବ ରାଜେନ୍ଦ୍ର ସିଂ । ଅଧିକ ପଢନ୍ତୁ...

ଅନଶନକାରୀଙ୍କୁ ଭେଟିଲେ ଜଳମାନବ ରାଜେନ୍ଦ୍ର ସିଂହ

author img

By

Published : Aug 24, 2021, 8:03 PM IST

କେନ୍ଦ୍ରାପଡା: ଖରସ୍ରୋତା ବଞ୍ଚାଓ ଆନ୍ଦୋଳନରେ ସାମିଲ ହେଲେ ଜଳମାନବ ଡଃ ରାଜେନ୍ଦ୍ର ସିଂ । ମଙ୍ଗଳବାର ରାଜେନ୍ଦ୍ର ସିଂ କେନ୍ଦ୍ରପଡା ଗସ୍ତ କରିଛନ୍ତି । ଏହି ଅବସରରେ ସେ ମଙ୍ଗଳବାର ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଭିତରକନିକା ଇକୋ ସେନସିଟିଭି ଜୋନ ମନିଟରିଂ କମିଟି ସଦସ୍ୟ ତଥା ପରିବେଶବିତ୍ ଶ୍ରୀକାନ୍ତ ନାୟକଙ୍କୁ ଭେଟିଛନ୍ତି । ଶ୍ରୀକାନ୍ତ ଖରସ୍ରୋତା ଜଳ ପ୍ରକଳ୍ପକୁ ବିରୋଧ କରି ଗତ 15 ଦିନ ହେଲା ଆମରଣ ଅନଶନ କରୁଛନ୍ତି ।

ଅନଶନକାରୀଙ୍କୁ ଭେଟିଲେ ଜଳମାନବ ରାଜେନ୍ଦ୍ର ସିଂହ

ଶ୍ରୀକାନ୍ତଙ୍କୁ ଭେଟି ରାଜେନ୍ଦ୍ର ସିଂ ତାଙ୍କୁ ଆଶ୍ବାସନା ଦେଇଛନ୍ତି । ତାଙ୍କର ଅନଶନ ବୃଥା ଯିବ ନାହିଁ । ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଜଳମାନବ ସୂଚନା ଦେଇଛନ୍ତି ।

ଖରସ୍ରୋତା ନଦୀରେ ହେବାକୁ ଥିବା ମେଗା ଜଳ ପ୍ରକଳ୍ପକୁ ସ୍ଥାନୀୟ ଲୋକେ ଘୋର ବିରୋଧ କରିଆସୁଛନ୍ତି । ଏହି ପ୍ରକଳ୍ପ ଜରିଆରେ ଖରସ୍ରୋତା ନଦୀରୁ ଭଦ୍ରକର ୯୨ଟି ପଞ୍ଚାୟତକୁ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ମାତ୍ର ଏପରି ହେଲେ ସ୍ଥାନୀୟ ଅଞ୍ଚଳରେ ଜଳାଭାବ ସୃଷ୍ଟି ହେବ । ଏଣୁ ସେଠାକାର ଲୋକେ ଏହାକୁ ବିରୋଧ କରୁଛନ୍ତି । ଏନେଇ ଘଟଣାସ୍ଥଳରେ ପୂର୍ବରୁ ଲଙ୍କାକାଣ୍ଡ ଭଳି ସ୍ଥିତି ମଧ୍ୟ ଉପୁଜିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.