ETV Bharat / state

ଡାକ୍ତର ହେବେ ଫେରିବାଲା ଝିଅ; ପାଠପଢାରେ ସହାୟ ହେବ କଳିଙ୍ଗ ଶିକ୍ଷା ସାଥି ଯୋଜନା

author img

By

Published : Aug 22, 2023, 5:36 PM IST

Updated : Aug 22, 2023, 6:08 PM IST

ଡାକ୍ତରୀ ପାଠପଢାରେ ଅର୍ଥ ସାଜିଛି ବାଧକ । ବାପାଙ୍କ ଅପନ ହାର୍ଟ ସର୍ଜରୀ ପରେ ପରିବାର ଚଳାଇବା କଷ୍ଟକର ହେଉଥିବା ବେଳେ ଭବିଷ୍ୟତକୁ ନେଇ ଚିନ୍ତାରେ ମେଧାବୀ ଛାତ୍ରୀ ଶୁଭଲକ୍ଷ୍ମୀ । ସରକାରୀ ସହୟତା ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରିବା ପରେ ସହାୟତା ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ

ଡାକ୍ତର ହେବେ ଫେରିବାଲା ଝିଅ
ଡାକ୍ତର ହେବେ ଫେରିବାଲା ଝିଅ

ଡାକ୍ତର ହେବେ ଫେରିବାଲା ଝିଅ

କେନ୍ଦ୍ରାପଡା: ବାପା ଗରୀବ ଫେରିବାଲା । ସାଇକେଲରେ ଗାଁ ଗାଁ ବୁଲି ଷ୍ଟେସନରୀ ସାମଗ୍ରୀ ବିକ୍ରି କଲେ ପରିବାର ଚଳେ । ହେଲେ ଦୃଢ ମନୋବଳ ସହ ସବୁ ଅଭାବ ଅନଟନକୁ ପଛରେ ପକାଇ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ଝିଅ । ଚଳିତ ବର୍ଷ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜରେ ଏମବିବିଏସରେ ଆଡମିଶନ କରିଛନ୍ତି । ମାତ୍ର ଡାକ୍ତରୀ ପାଠପଢା ପାଇଁ ଏବେ ଦରକାର ପଡୁଛି ଲକ୍ଷାଧିକ ଟଙ୍କା । ଏହାରି ଭିତରେ କିଛି ମାସ ତଳେ ତାଙ୍କ ବାପାଙ୍କ ଓପନ ହାର୍ଟ ସର୍ଜରୀ ହେବା ପରେ ପରିବାର ଚଳିବା ମୁସ୍କିଲ ହେଉଛି । ଆଉ ଏଭଳି ସମୟରେ ଏତେ ଗୁଡାଏ ଟଙ୍କା ବା ଆସିବ କେଉଁଠୁ, କିଏ ଦେବ ଟଙ୍କା ? ସେହି ଚିନ୍ତାରେ ଘାରି ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ନରଡା ଗାଁର ମେଧାବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ।

କେନ୍ଦ୍ରାପଡା ଗରଦପୁର ବ୍ଳକ ନରଡ଼ା ଗାଁର ବ୍ରଜକିଶୋର ସାହୁଙ୍କର ବଡ ଝିଅ ଶୁଭଲକ୍ଷ୍ମୀ । ଚଳିତ ବର୍ଷ ନିଟ୍ ପରୀକ୍ଷାରେ ସାରା ରାଜ୍ୟରେ ୩୯୧ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ପରିବାର କହିଲେ, ବାପାମାଆ, ସାନ ଭଉଣୀ ଓ ଭାଇ । ବାପା ବ୍ରଜକିଶୋର ଗାଁ ଗାଁ ବୁଲି ଷ୍ଟେସନାରୀ ସାମଗ୍ରୀ ବିକ୍ରି କରି ପରିବାର ଚଳାଉଥିଲେ । ହେଲେ କିଛି ମାସ ତଳେ ତାଙ୍କର ଓପନ ହାର୍ଟ ସର୍ଜରୀ ହୋଇଛି । ଯେଉଁଠି ନିଜେ ଚାଲିବା ମୁସ୍କିଲ ହେଉଛି, ସେଠି ଝିଅର ଡାକ୍ତରୀ ସ୍ବପ୍ନକୁ କିପରି ପୂରଣ କରିବେ ସେନେଇ ଚିନ୍ତାରେ ଉଭୟ ବ୍ରଜ ଓ ତାଙ୍କର ପତ୍ନୀ । ସେ ଜଣେ ବନ୍ଧୁକ ଆର୍ଥିକ ସହଯୋଗରେ ଶୁଭଲକ୍ଷ୍ମୀଙ୍କ ଡାକ୍ତରୀ ଆଡମିଶନର ଫକୀର ମୋହନ ବିଶ୍ଵ ବିଦ୍ୟାଳୟରେ କରିଛନ୍ତି । କିନ୍ତୁ ଆଗକୁ ପଢା ଖର୍ଚ୍ଚ ନେଇ ଚିନ୍ତାଗ୍ରସ୍ତ ଅଛନ୍ତି । ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଶୁଭଲକ୍ଷ୍ମୀଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କ ସମ୍ମାନକୁ ଦ୍ବିଗୁଣିତ କରୁଥିବା ବେଳେ କିଛି ଆର୍ଥିକ ସହଯୋଗ ମିଳିଲେ ଝିଅର ପଢ଼ା ଖର୍ଚ୍ଚ ମିଳିପାରନ୍ତା ବୋଲି କହିଛନ୍ତି ବ୍ରଜକିଶୋର ।

ଏହାମଧ୍ୟ ପଢନ୍ତୁ: ଭବିଷ୍ୟତ ଗଢ଼ିବେ ମେଧାବୀ ଆଦିବାସୀ ଛାତ୍ର, ଆର୍ଥିକ ସହାୟତା କଲା SDC

ଏନେଇ ଶୁଭଲକ୍ଷ୍ମୀ କହିଛନ୍ତି, ''ବର୍ତ୍ତମାନ ଏମବିବିଏସ ଆଡମିଶନ ସରିବା ପରେ ଅଧିକ ଅର୍ଥ ଦରକାର ପଡୁଛି । ହେଲେ ଏହି ସମୟରେ ବାପାଙ୍କ ଅସୁସ୍ଥତା ଯୋଗୁଁ ପାଠପଢାରେ ସମସ୍ୟା ହେଉଛି । ତେବେ ସଫଳତା ଏତେ ସହଜରରେ ଆସେନି । ସଫଳତା ପାଇବାକୁ ହେଲେ କଣ୍ଟକିତ ପଥ ଅତିକ୍ରମ କରିବାକୁ ପଡିବ । ଭବିଷ୍ୟତରେ ଭଲ ଡାକ୍ତରୀ ହୋଇ ସମସ୍ତଙ୍କ ସେବା କରିବି ଓ ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଠପଢାରେ ସାହାଯ୍ୟ କରିବା ମୋର ଲକ୍ଷ୍ୟ ।''

ଛାତ୍ରୀଙ୍କ ମାଆ କହିଛନ୍ତି ଯେ, ଝିଅ ପାଠ ପଢି ଡାକ୍ତର ହୋଇ ନିଜ ଭଳି ମଧ୍ୟବିତ୍ତ ପରିବାରରୁ ଆସୁଥିବା ପିଲା ଓ ଗରୀବଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛି । ତେଣୁ ତାଙ୍କ ପାଠପଢା ପାଇଁ ଉଭୟ ବାପାମାଆ ଜିଲ୍ଲା ପ୍ରଶାସନର ସହଯୋଗ ଲୋଡିଥିବା ବେଳେ ଶୁଭଲକ୍ଷ୍ମୀଙ୍କ ସ୍ବପ୍ନ ପୂରଣ ଦିଗରେ ଶତ ପ୍ରତିଶତ ସହଯୋଗ ଯୋଗାଇ ଦେବାକୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଛି ।

କେନ୍ଦ୍ରାପଡା ଜିଲ୍ଲାପାଳ ଶୁଭଲକ୍ଷ୍ମୀଙ୍କୁ "କଳିଙ୍ଗ ଶିକ୍ଷା ସାଥି" ଯୋଜନାରେ ପାଠ ପଢିବା ପାଇଁ ଯେକୌଣସି ବ୍ୟାଙ୍କରୁ ୧% ସୁଧ ହାରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା କରିଛନ୍ତି । ଏହି ଋଣ ସୁଝିବାର ସମୟସୀମା ୧୫ ବର୍ଷ ରହିଛି । ଏହି ଯୋଜନାରେ ଉଚ୍ଚ ଶିକ୍ଷା ପାଇଁ ୧ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବାର ବ୍ୟବସ୍ଥା ରହିଛି । ଏହାବ୍ୟତୀତ ଏହି ଅଭାବୀ ପରିବାର ପାଇଁ ଜିଲ୍ଲା ରେଡକ୍ରସ ବିଭାଗରୁ ୩୦ ହଜାର ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ଶୁଭଲକ୍ଷ୍ମୀଙ୍କ ଭଳି ଜଣେ ମେଧାବୀ ଛାତ୍ରୀଙ୍କ ପାଠପଢା ଯେପରି ଅର୍ଥ ପାଇଁ ଅଟକି ନଯାଉ ସେ କ୍ଷେତ୍ରରେ "କଳିଙ୍ଗ ଶିକ୍ଷା ସାଥି" ବରଦାନ ସାବ୍ୟସ୍ତ ହୋଇଛି । ଶୁଭଲକ୍ଷ୍ମୀଙ୍କ ପରି ଅନ୍ୟ ୬ ଜଣ ମେଧାବୀ ଗରିବ ଛାତ୍ରଛାତ୍ରୀଙ୍କୁ ପାଇଁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Aug 22, 2023, 6:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.