ETV Bharat / state

ଭତ୍ତା ଆଣିବାକୁ ସାଙ୍ଗୀ ଭାରରେ ବୁହା ହୋଇ ଯାଉଥିଲେ ବ୍ୟାଙ୍କ୍‌, ଏଣିକି ଘରେ ପହଞ୍ଚିବେ ବ୍ୟାଙ୍କ ମିତ୍ର - ବୃଦ୍ଧ ବୃଦ୍ଧାଙ୍କ ଭତ୍ତା ଟଙ୍କା ସମସ୍ୟା

ଭତ୍ତା ଟଙ୍କା ପାଇଁ ଯାତାୟତ ସମସ୍ୟା ଭୋଗୁଥିବା ବୃଦ୍ଧ ବୃଦ୍ଧାଙ୍କ ସମସ୍ୟା ଦୂର ହେବ । ଏବେ ଘରେ ପହଞ୍ଚିବ ବ୍ୟାଙ୍କ ମିତ୍ର । ଅଧିକ ପଢନ୍ତୁ

elderly people pension problem solved soon
ଦୂର ହେବ ବୃଦ୍ଧାଙ୍କ ଭତ୍ତା ଆଣିବାକୁ ଯିବା ସମସ୍ୟା
author img

By

Published : Apr 25, 2023, 2:13 PM IST

ଦୂର ହେବ ବୃଦ୍ଧାଙ୍କ ଭତ୍ତା ଆଣିବାକୁ ଯିବା ସମସ୍ୟା

କେନ୍ଦ୍ରାପଡା: ଭତ୍ତା ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବା ବୃଦ୍ଧ ବୃଦ୍ଧାଙ୍କ ସମସ୍ୟାର ସମାଧାନ ଦେବ । ଆଉ ସେମାନଙ୍କୁ ଭତ୍ତା ପାଇଁ ସମସ୍ୟା ଭୋଗିବାକୁ ପଡିବ ନାହିଁ । ନା ହ୍ବିଇଲ ଚେୟାରରେ ଯିବାକୁ ପଡିବା ନା ନଦୀ ପାର ହେବାକୁ ପଡିବ । ଏବେ ଘରେ ପହଞ୍ଚିବ ବ୍ୟାଙ୍କ ମିତ୍ର । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ପଞ୍ଚାୟତରେ ଏକମାଣିଆ ପଞ୍ଚାୟତର ୫୦ରୁ ଅଧିକ ହିତାଧିକାରୀ ଭତ୍ତା ଟଙ୍କା ଆଣିବା ପାଇଁ ସମସ୍ୟା ଭୋଗୁଥିଲେ । ଏବେ ସେମାନଙ୍କ ଘରକୁ ଯାଇ ଭତ୍ତା ଟଙ୍କା ପ୍ରଦାନ କରିବେ ବ୍ୟାଙ୍କ ମିତ୍ର ।

ଉପାନ୍ତରୁ ଉପକୂଳ ସବୁଆଡେ ଗୋଟିଏ ଦୃଶ୍ୟ । ଭତ୍ତା ପାଇଁ ସମସ୍ୟାରେ ବରିଷ୍ଠ ନାଗରିକ । କେନ୍ଦ୍ରାପଡାରେ ଥିବା ଏହି ସମସ୍ୟା ଏବେ ଦୂର ହେବ । ଆଉ ଭତ୍ତା ଟଙ୍କା ପାଇଁ ନଦୀ ପାର ହୋଇ ଯିବାକୁ ପଡିବ ନାହିଁ । ଏଣିକି ଘରେ ଭତ୍ତା ଟଙ୍କା ପହଞ୍ଚାଇବେ ବ୍ୟାଙ୍କ୍‌ ମିତ୍ର । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଏକମାଣିଆ ପଞ୍ଚାୟତର ୫୦ରୁ ଅଧିକ ହିତାଧିକାରୀ ଦୟନୀୟ ଭାବେ ପ୍ରତିମାସରେ ହଇରାଣ ହରକତ ହୋଇ ଭତ୍ତା ଟଙ୍କା ପାଇଁ ଯିବା ଆସିବା କରୁଛନ୍ତି । ସାଙ୍ଗୀ ଭାରରେ ବୁହା ହେଉଥିବା ଦେଖିବାକୁ ମିଳିଛି । ଏକମାଣିଆ, ନଳପାହି, ଦକ୍ଷିଣଡିଆ ଭଳି ତିନୋଟି ରାଜସ୍ୱ ଗାଁକୁ ନେଇ ଏକମାଣିଆ ପଞ୍ଚାୟତ ଗଠିତ ହୋଇଛି । ଏହି ପଞ୍ଚାୟତଟିକୁ ଚାରିପଟୁ ଘେରି ରହିଛି ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ । ଏହି ପଞ୍ଚାୟତ ଆଳି ବ୍ଲକ ଅଧୀନରେ ଥିଲେ ସୁଦ୍ଧା ଗମନାଗମନର ଅସୁବିଧା ଦୃଷ୍ଟିରୁ ମୁଖ୍ୟତଃ ରାଜନଗର ବଜ଼ାର ଉପରେ ନିର୍ଭର କରିଥାନ୍ତି ଏଠାକାର ଅଧିବାସୀ ।

ପଞ୍ଚାୟତରେ ସମୁଦାୟ ୪୦୦ ଜଣ ବାର୍ଦ୍ଧକ୍ୟ, ବିଧବା ଆଦି ଭତ୍ତା ହିତାଧିକାରୀ ରହିଛନ୍ତି । ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କୁ କ୍ୟାସ୍‌ ପେମେଣ୍ଟ ମାଧ୍ୟମରେ ଭତ୍ତା ଦିଆଯାଉଥିଲା । ତେବେ ବହୁତ ସ୍ଥାନରେ ଭୂତ ଭତ୍ତା ନେଇଯାଉଥିବା ଅଭିଯୋଗ ପରେ ସ୍ୱଚ୍ଛତା ଆଣିବା ପାଇଁ ଡିଜିଟାଲାଇଜେସନ କରାଯିବା ଏବଂ ଏହାପରେ ଏବେ ବ୍ୟାଙ୍କରୁ ଯାଇ ବିଭିନ୍ନ ପେନସନ ଯୋଜନାର ହିତାଧିକାରୀମାନେ ଭତ୍ତା ଆଣିବା ପାଇଁ ନିୟମ ହୋଇଛି । ହେଲେ ଗମନାଗମନର ସୁବିଧା ନଥିବାରୁ ଏଭଳି ସମସ୍ୟା ଦେଖା ଦେଇଛି । ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଖୁବଶୀଘ୍ର ଜଣେ ବ୍ୟାଙ୍କ ମିତ୍ର ନିଯୁକ୍ତି ଦେଇ ମାସରେ ଥରେ ଏହି ପଞ୍ଚାୟତର ହିତାଧିକାରୀମାନଙ୍କୁ ଭତ୍ତା ଦିଆଯିବ ବୋଲି କହିଛନ୍ତି ।

ପ୍ରକାଶଥାଉ କି, ନିକଟରେ ନବରଙ୍ଗପୁର ଜିଲ୍ଲାରେ ଜଣେ ବୃଦ୍ଧା ସୂର୍ଯ୍ୟ ଚେୟାର ସାହାଯ୍ୟରେ ଭତ୍ତା ପାଇଁ ଯାଉଥିବା ଖବର ସାମ୍ନାକୁ ଆସିଥିଲା । ଖବର ପ୍ରସାରିତ ହେବା ପରେ ବୃଦ୍ଧା ସୂର୍ଯ୍ୟଙ୍କ ଘରେ ପ୍ରଶାସନ ପହଞ୍ଚି ତାଙ୍କୁ ହ୍ବିଲଚେୟାର ଦେଇଥିଲେ । ଏହି ଘଟଣା ପରେ ଏବେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଚେତା ବସିଛି ।

ଇଟିଭି ଭାରତ, କେନ୍ଦ୍ରପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.