ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଡ୍ରାଇଭର ସଂଘର ଦାବିପତ୍ର - kendrapara driver association

୯ ଦଫା ଦାବି ନେଇ କେନ୍ଦ୍ରାପଡା ଡ୍ରାଇଭର ସଂଘ ପକ୍ଷରୁ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଡ୍ରାଇଭର ସଂଘର ଦାବିପତ୍ର

author img

By

Published : Nov 4, 2022, 9:27 AM IST

କେନ୍ଦ୍ରାପଡା: ୯ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡିଶା ଡ୍ରାଇଭର ମହାସଂଘ । ଦାବି ପୂରଣନେଇ କେନ୍ଦ୍ରାପଡା ଡ୍ରାଇଭର ସଂଘ ପକ୍ଷରୁ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଶହଶହ ଡ୍ରାଇଭର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସଂଘର ଦାବି ଅନୁଯାୟୀ, ଡ୍ରାଇଭରମାନେ ଗତ ଦୁଇବର୍ଷ ଧରି ବିଭିନ୍ନ ସମୟରେ ସେମାନଙ୍କର ଦାବି ଉପସ୍ଥାପନ କରି ଆସୁଥିବାବେଳେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଶାସନ ଗାଦିରେ ଥିବା ରାଜ୍ୟ ସରକାର ସେମାନଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଡ୍ରାଇଭର ସଂଘର ଦାବିପତ୍ର

ଏହା ମଧ୍ୟ ପଢନ୍ତୁ: ଇସ୍ରାଏଲରେ ପୁଣି ନେତନ୍ୟାହୁଙ୍କ ସରକାର, ପଞ୍ଚମ ଥର ସମ୍ଭାଳିବେ ପଦ

ଅନ୍ୟପଟେ ସବୁବେଳେ ମିଛ ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଭଣ୍ଡାଉଛନ୍ତି । ପ୍ରତ୍ୟେକ 100 କିଲୋମିଟର ବ୍ୟବଧାନରେ ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମାଗାର ନିର୍ମାଣ ସାଙ୍ଗକୁ ଶୌଚାଳୟ ନିର୍ମାଣ, ଦୁର୍ଘଟଣାରେ ଅଙ୍ଗ ହରାଉଥିବା ଡ୍ରାଇଭର ମାନଙ୍କୁ ଆର୍ଥିକ ସହାୟତା ସହ ସେମାନଙ୍କ ପିଲାଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ପାଇଁ ସରକାରୀ ବ୍ୟବସ୍ଥା କରିବା, ପ୍ରାଣହାନି ହେଲେ 20 ଲକ୍ଷ ଟଙ୍କାର ଆର୍ଥିକ ସହାୟତା, 55 ବର୍ଷ ବୟସରୁ ପେନସନ ପ୍ରଦାନ ଆଦି 9ଟି ଦାବି ପୂରଣ ପାଇଁ ଦାବି କରିଛି ସଂଘ ।

ସେହିପରି 6 ଜଣ ଡ୍ରାଇଭର ଭାଇ ସମ୍ବଲପୁରର ମା'ସମଲେଇଙ୍କ ମନ୍ଦିରରୁ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ଦଣ୍ଡ ମାରି ଆସୁଥିବାବେଳେ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରିବେ ବୋଲି ଆଶାବାଦୀ ଅଛନ୍ତି । ତେବେ ଯଦି ସେମାନଙ୍କ ଦାବି ପୂରଣ କରାନଯାଏ ତେବେ ଭବିଷ୍ୟତରେ ସେମାନେ ଷ୍ଟିଅରିଂ ଛାଡିବା ସହ ସାରା ରାଜ୍ୟରେ ଅଖଚକ ବନ୍ଦ କରିବା ସହ ଭୋଟ ବର୍ଜନ କରିବେ ବୋଲି ଚରମ ଚେତାବନୀ ଶୁଣାଇଛନ୍ତି ସଂଘର କାର୍ଯ୍ୟକର୍ତ୍ତା ।

ଏନେଇ କେନ୍ଦ୍ରାପଡା ଜିଲ୍ଲା ଡ୍ରାଇଭର ସଂଘ ସଭାପତି କହିଛନ୍ତି, "ଆଜି ଯାଏଁ ଡ୍ରାଇଭର ମହାସଂଘ ସରକାରଙ୍କ ଲିଖିତ ଆକାରରେ ଅଭିଯୋଗ କରିବା ସହ ସରକାରଙ୍କ ପ୍ରତିଶୃତି ମଧ୍ୟ ଶୁଣି ଆସୁଛି । ଡ୍ରାଇଭରମାନେ ବିଭିନ୍ନ ସମସ୍ୟା ନେଇ ୯ଦଫା ଦାବିରେ ସମ୍ବଲପୁରରୁ ନବୀନ ନିବାସ ଅଭିମୁଖେ ଦଣ୍ଡବତ ଯାତ୍ରାରେ ବାହାରିଛନ୍ତି । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଶାସନ ଗାଦିରେ ବସିଛନ୍ତି । ହେଲେ ଡ୍ରାଇଭର ସମାଜକୁ କାହିଁକି ଅବହେଳିତ ରଖିଛନ୍ତି । ଏହାକୁ ନେଇ ଆମେ ଆଜି ୯ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରୁଛୁ ।"

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.