ETV Bharat / state

କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ କୋରୋନା ମୃତ୍ୟୁ

ଗତ ଏପ୍ରିଲ 6ରେ ଜିଲ୍ଲାରେ ପ୍ରଥମ ଆକ୍ରାନ୍ତ ଆଳି ଅଞ୍ଚଳରୁ ଚିହ୍ନଟ ହୋଇଥିବାବେଳେ ମଙ୍ଗଳବାର ଜଣେ 49 ବର୍ଷୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

first corona death
କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ କୋରୋନା ମୃତ୍ୟୁ
author img

By

Published : Jul 8, 2020, 2:00 PM IST

Updated : Jul 8, 2020, 4:40 PM IST

କେନ୍ଦ୍ରାପଡା: ରାଜ୍ୟରେ କୋରୋନା ମାମଲା ଥମିବାର ନାମ ନେଉନଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ କୋରୋନା ଜନିତ ମୃତ୍ୟୁ ଘଟିଛି । ଗତ ଏପ୍ରିଲ 6ରେ ଜିଲ୍ଲାରେ ପ୍ରଥମ ଆକ୍ରାନ୍ତ ଆଳି ଅଞ୍ଚଳରୁ ଚିହ୍ନଟ ହୋଇଥିବାବେଳେ ମଙ୍ଗଳବାର ଜଣେ 49 ବର୍ଷୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ କୋରୋନା ମୃତ୍ୟୁ

ମୃତ ବ୍ୟକ୍ତିଙ୍କ ଘର ଆଳି ବ୍ଲକରେ ହୋଇଥିବାବେଳେ ସେ ଜୁନ୍ ମାସରେ ଦିଲ୍ଲୀରୁ ଫେରି କ୍ୱାରେଣ୍ଟିନରେ ରହିଥିଲେ। ସେଠାରେ ତାଙ୍କର ସ୍ୱାବ ନମୁନା ପଜିଟିଭ ଆସିଥିଲା । ପରେ ତାଙ୍କୁ ଛତା ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ପଠାଯାଇଥିଲା ।

ସେଠାରେ ସେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିଲେ। ସେ ପୂର୍ବରୁ ମଧୁମେହ ଟାଇପ-2 ରୋଗରେ ପୀଡିତ ଥିଲେ । ମାତ୍ର ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ଡେଥ ହିଷ୍ଟ୍ରି ଅନୁଯାୟୀ ତାଙ୍କୁ କୋଭିଡ ନିମୋନିଆ ବା ସେପ୍ଟିକ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଜନସାଧାରଣ କୋଭିଡ ନିୟମକୁ ଉଲ୍ଲଂଘନ କରୁଥିବା ଜିଲ୍ଲାରେ ଦେଖାଯାଇଛି । ଯାହା ବର୍ତ୍ତମାନ ଜିଲ୍ଲା ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jul 8, 2020, 4:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.