ETV Bharat / state

ଗୋଷ୍ଠୀ ସଂକ୍ରମଣ ମୁହାଁ କେନ୍ଦ୍ରାପଡ଼ା ଜିଲ୍ଲା ! ମାନୁନାହାଁନ୍ତି କୋଭିଡ19 ଗାଇଡଲାଇନ - coronavirus latest news

ରାଜ୍ୟରେ କୋରୋନା ଦିନକୁ ଦିନ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରୁଛି । ରାଜ୍ୟରେ ହୁ ହୁ ହୋଇ କ୍ରମାଗତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏ ଭଳି ସମୟରେ କେହି ମାନୁନାହାଁନ୍ତି କୋଭିଡ19 ଗାଇଡଲାଇନ । ସାମାଜିକ ଦୂରତାକୁ ଫୁ କରୁଛନ୍ତି ଜନସାଧାରଣ । କେନ୍ଦ୍ରାପଡ଼ା ଜିଲ୍ଲା ଗୋଷ୍ଠୀ ସଂକ୍ରମଣ ମୁହାଁ ହେବା ସମ୍ବାବନା ରହିଛି ।ଅଧିକ ପଢନ୍ତୁ...

ଗୋଷ୍ଠୀ ସଂକ୍ରମଣ ମୁହାଁ କେନ୍ଦ୍ରାପଡ଼ା ଜିଲ୍ଲା ! କେହି ମାନୁନାହାଁନ୍ତି କୋଭିଡ19 ଗାଇଡଲାଇନ

author img

By

Published : Jul 12, 2020, 6:06 PM IST

କେନ୍ଦ୍ରାପଡା: ଗୋଷ୍ଠୀ ସଂକ୍ରମଣ ମୁହାଁ କେନ୍ଦ୍ରାପଡ଼ା ଜିଲ୍ଲା । କେହି ମାନୁନାହାଁନ୍ତି କୋଭିଡ19 ଗାଇଡଲାଇନ । ସାମାଜିକ ଦୂରତାକୁ ଫୁ କରୁଛନ୍ତି ଜନସାଧାରଣ । ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଜିଲ୍ଲାରେ ବର୍ତ୍ତମାନ କୋରୋନା ସ୍ଥିତି ଉଦବେଗଜନକ ସ୍ଥିତିରେ ରହିଛି ।

ଗତ ଏପ୍ରିଲ ମାସ 6 ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 298ରେ ପହଞ୍ଚିଲାଣି । ଏଥିସହ ଜିଲ୍ଲାରେ ପ୍ରଥମ କୋରୋନା ମୃତ୍ୟୁ ଘଟିସାରିଥିବା ବେଳେ ପ୍ରଶାସନ ପକ୍ଷରୁ କୋଭିଡ ନିୟମ ଉଲ୍ଲଂଘନକାରୀଙ୍କୁ ଜୋରିମାନା ଆଦାୟ କରାଯାଉଛି । କିନ୍ତୁ ପ୍ରଶାସନିକ କଟକଣାକୁ ଫୁ କରି ବେଫିକର ଅମାନିଆ ବୁଲୁଛନ୍ତି । ଗୋଟିଏ ପଟେ ଧର୍ମକୁ ଆଖି ଠାର ଭଳି ପ୍ରଶାସନ କିଞ୍ଚିତ ଅମାନିଆକୁ ସାବାଡ଼ କରିବା ପାଇଁ ବ୍ୟବସ୍ଥା କରୁଥିବା କହୁଥିବାବେଳେ କିନ୍ତି ବାସ୍ତବିକ ଫଳ ସମ୍ପୂର୍ଣ୍ଣ ଓଲଟା । ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା 43ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଆସିଥିବା ବେଳେ ଗୃହ ସଙ୍ଗରୋଧ ଆଳ କରି ରହି ଏମାନେ ସୁପର ସ୍ପ୍ରେଡର ସାଜିବାକୁ ପଛଘୁଞ୍ଚା ଦେଉନାହାନ୍ତି । ଏମାନେ ଘରେ ନରହି ବିଭିନ୍ନ ସ୍ଥାନରେ ବୁଲାବୁଲି କରୁଥିବା ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ । ତେବେ ଜିଲ୍ଲାରେ ସପ୍ତାହିକ ସଟଡାଉନ ଘୋଷଣା ହେଉଥିଲେ ମଧ୍ୟ ଏହା କେବଳ ସାମୟିକ ଆଶ୍ବସ୍ତି ଦେଉଛି କିନ୍ତୁ ଅନ୍ୟ ପାଞ୍ଚଦିନ ବିଭିନ୍ନ ବଜାରରେ ଭିଡ଼ ଦେଖିଲେ ସଟଡାଉନ ମୂଲ୍ୟହୀନ ଜଣାପଡୁଛି ।

ଗୋଷ୍ଠୀ ସଂକ୍ରମଣ ମୁହାଁ କେନ୍ଦ୍ରାପଡ଼ା ଜିଲ୍ଲା ! କେହି ମାନୁନାହାଁନ୍ତି କୋଭିଡ19 ଗାଇଡଲାଇନ

ଉଭୟ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଜୋରିମାନା ଆଦାୟ କରାଯାଉଛି । ସେହିପରି ବିଭିନ୍ନ ଦାବି ନେଇ ବୈଠକ କରିବା ବେଳେ ସାମାଜିକ ଦୂରତା ଭୁଲି ଯାଉଛନ୍ତି ବିଭିନ୍ନ ସଙ୍ଗଠନ । ଜିଲ୍ଲାରେ ବିଭିନ୍ନ କ୍ଲିନିକ,ନର୍ସିଂହୋମ ଓ ଅଲ୍ଟ୍ରାସାଉଣ୍ଡ ସେଣ୍ଟର ଉପରେ ଚଢ଼ାଉ କରାଯାଇ ଏକଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଜୋରିମାନା ଆଦାୟ କରାଯାଇଥିବା ଉପ ଜିଲ୍ଲାପାଳ କହିଛନ୍ତି ।

ସୂଚନା ଥାଉକି ବର୍ତ୍ତମାନ ରାଜ୍ୟରେ କୋରୋନା ଦିନକୁ ଦିନ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରୁଛି । ରାଜ୍ୟରେ ହୁ ହୁ ହୋଇ କ୍ରମାଗତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13121 ପହଞ୍ଚିଥିଲା ବେଳେ 61 ଜଣଙ୍କର ଜୀବନ ନେଇ ସାରିଲାଣି । କେନ୍ଦ୍ରାପଡା ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 298 ହୋଇଥିବାବେଳେ 32 ଜଣ ବର୍ତ୍ତମାନ ଚିକିତ୍ସାଧୀନ ରହିଛନ୍ତି ଏବଂ ଜିଲ୍ଲାରୁ 264 ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜିଲ୍ଲାରେ କୋରୋନାରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଛି । ଗୋଟିଏ ପଟେ ପ୍ରଶାସନ ଜୋରିମାନା ଆଦାୟ କରି ଟ୍ବୀଟରରେ ଫଟୋ ସେୟାର କରି ନିଜ ଦାୟିତ୍ବ ଶେଷ କରିଦେଉଥିବା ବେଳେ ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଉଛି କେନ୍ଦ୍ରପଡା ଜିଲ୍ଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.