ETV Bharat / state

ଆନ୍ଦୋଳନକାରୀଙ୍କୁ ରାଜନଗର ବନଖଣ୍ଡ ଅଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ - କେନ୍ଦ୍ରାପଡା ଖବର

କେନ୍ଦ୍ରାପଡା ସିପିଆଇଏମ ଜିଲ୍ଲା ସମ୍ପାଦକଙ୍କୁ ଦୁର୍ବ୍ୟବହାର କଲେ ଆଇଏଫଏସ ଅଧିକାରୀ ! ଯାହାର ଭିଡିଓ ଭାଇରାଲ ହୋଇଛି । ଅଧିକ ପଢନ୍ତୁ

Etv Bharatଆନ୍ଦୋଳନକାରୀଙ୍କୁ ରାଜନଗର ବନଖଣ୍ଡ ଅଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ
Etv Bhଆନ୍ଦୋଳନକାରୀଙ୍କୁ ରାଜନଗର ବନଖଣ୍ଡ ଅଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ arat
author img

By

Published : Aug 3, 2022, 9:42 AM IST

କେନ୍ଦ୍ରାପଡା: ପରିବେଶବିତ ତଥା ସିପିଆଇଏମ ଜିଲ୍ଲା ସମ୍ପାଦକଙ୍କୁ ଦୁର୍ବ୍ୟବହାର କଲେ ଆଇଏଫଏସ ଅଧିକାରୀ ! ଯାହାର ଭିଡିଓ ଭାଇରାଲ ହୋଇଛି । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କ୍ଷୁଦ୍ର ମତ୍ସ୍ୟଜୀବୀଙ୍କ ପାଇଁ ଆନ୍ଦୋଳନ ସହ ଭିତରକନିକା ଜାତୀୟ ଉଦ୍ୟାନର ସୁରକ୍ଷାକୁ ଦାବି କରି ପରିବେଶବିତ ହେମନ୍ତ ରାଉତଙ୍କ ନେତୃତ୍ବରେ କେନ୍ଦ୍ରାପଡ଼ାର ସଂଖ୍ୟାଧିକ ସାମାଜିକ କର୍ମୀଙ୍କ ସମେତ ଗହୀରମଥା ସୁରକ୍ଷା କମିଟିର ଶତାଧିକ କର୍ମୀ ରାଜନଗର ବ୍ଲକ ପରିସରୁ ଏକ ପଦଯାତ୍ରା କରିଥିଲେ । ଏହାସହ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ଅପାରଗତା ଉପରେ ନାରାବାଜି ଦେଇ ବଜାର ପରିକ୍ରମା କରିଥିଲେ।

ଆନ୍ଦୋଳନକାରୀଙ୍କୁ ରାଜନଗର ବନଖଣ୍ଡ ଅଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ୟା ସମୂହର ସମାଧାନ ପାଇଁ ଅଧିକାରୀ ମାନେ ଉତ୍ତରଦାୟୀ ରହୁଥିବା ବେଳେ ବନଖଣ୍ଡ ଅଧିକାରୀ ଯଜ୍ଞଦତ୍ତ ପତି ଭିତରକନିକାର ସୁରକ୍ଷା ନ ଦେଇ ସରକାର ଦେଉଥିବା ଅର୍ଥକୁ ନିଜେ ଆତ୍ମସାତ କରୁଥିବା ଅଭିଯୋଗ ହୋଇଥିଲେ । ଚିଙ୍ଗୁଡ଼ି ମାଫିଆଙ୍କ ସହ ମଧୁ ଚନ୍ଦ୍ରିକା ରଖି ପିସି ଆଦାୟ କରୁଛନ୍ତି ବୋଲି ଏହି ଆନ୍ଦୋଳନରେ ଆଲୋଚନା ହେବା ମାତ୍ରେ ଚିହିଁକି ଉଠିଥିଲେ ବନଖଣ୍ଡ ଅଧିକାରୀ ।ଆନ୍ଦୋଳନକାରୀଙ୍କ ମଧ୍ୟରେ ଥିବା ବରିଷ୍ଠ ସମାଜସେବୀ ତଥା ସିପିଆଇଏମ ଜିଲ୍ଲା ସମ୍ପାଦକ ଗୟାଧର ଧଳଙ୍କୁ ଖରାପ ବ୍ୟବହାର କରିବା ଓ ନିରସ୍ତ୍ର ଆନ୍ଦୋଳନକାରୀଙ୍କୁ ଆକ୍ରମଣ କରିବା ଯୋଜନା କରିଥିବା ଅଭିଯୋଗ ହୋଇଛି । ଏନେଇ ବନଖଣ୍ଡ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଆସନ୍ତା ୧୬ ତାରିଖରେ ବନଖଣ୍ଡ ଅଧିକାରୀଙ୍କ ବହିଷ୍କାର ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୂଚନା ଦେଇଛନ୍ତି ଗୟାଧର।

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.