କେନ୍ଦ୍ରାପଡା: ଡ୍ରଗ୍ସ ଅପବ୍ୟବହାର ଏବଂ ବେଆଇନ କାରବାର ବିରୋଧରେ ରବିବାର ଦିନ ଆନ୍ତର୍ଜାତିକ ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଲୋକଙ୍କ ମଧ୍ୟରେ ନିଶା ସମ୍ପର୍କିତ ଜନ ସଚେତନତା ସୃଷ୍ଟି କରିବା ପାଇଁ ଏକ ସଚେତନ ରଥ ଜିଲ୍ଲାବ୍ୟାପୀ ବୁଲିଥିଲା । ଏଥିରେ ମାଇକିଙ୍ଗ ଜରିଆରେ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଏହି ଅଡିଓର ପ୍ରଚାରରେ ଲୋକ ମାନଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହୋଇଛି ।
ଉକ୍ତ ଅଡିଓ କ୍ଲିପରେ ଡ୍ରଗ୍ସ ବ୍ୟବହାର ମଣିଷକୁ ଅକାଳ ମୃତ୍ୟୁମୁଖରୁ ଫେରାଇ ଆଣେ ପ୍ରଚାର ହେଉଥିବା ଶୁଣିବାକୁ ମିଳିଥିଲା । ନିକିରାଇ କଲେଜ ଛକ ଠାରେ ଏଭଳି ପ୍ରଚାର ଗାଡିକୁ ଦେଖି ଲୋକମାନଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଥିଲା । ବୁଦ୍ଧିଜୀବୀ ଏହି ଅଡିଓକୁ ଜିଲ୍ଲା ଅବକାରୀ ବିଭାଗ କିମ୍ବା ପ୍ରଶାସନ କ୍ରସଚେକ କରିନଥିବାକୁ ନାପସନ୍ଦ କରିଥିଲେ । ଏହି ଅଡିଓ କ୍ଲିପକୁ ନେଇ ଜିଲ୍ଲା ଅବକାରୀ ଅଧିକ୍ଷକ ଓ ପ୍ରଶାସନ ମତାମତ ଲୋଡ଼ାଯାଇଥିବା ବେଳେ ଏନେଇ କେହି ମୁହଁ ଖୋଲିନାହାନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା