ETV Bharat / state

ଭୁଲିଗଲେ ଆୟୋଜକ: ଆଗେଇ ଆସିଲେ 'କେନ୍ଦ୍ରାପଡ଼ା ସାଇକେଲ କ୍ଳବ୍' - କୁଢ କୁଢ ଅଳିଆ ଆବର୍ଜନା

ଗୋବରୀ ନଦୀକୁ ଆବର୍ଜନା ମୁକ୍ତ କରିବା ପାଇଁ ଆଗେଇ ଆସିଛି 'କେନ୍ଦ୍ରାପଡ଼ା ସାଇକେଲ କ୍ଳବ୍' l ରବିବାର କ୍ଳବ୍‌ର ସଦସ୍ୟ ଝାଡୁ ଧରି ନଦୀ ପଠାରେ ହାଜର ହୋଇଗଲେ । ତାପରେ ଚାଲିଲା ସଫେଇ କାର୍ଯ୍ୟ । କିଛି ସମୟ ମଧ୍ୟରେ ସମଗ୍ର ଯାତ୍ରା ପଡ଼ିଆକୁ ଆବର୍ଜନା ମୁକ୍ତ କରିଦେଲେ କ୍ଳବର ସଦସ୍ୟ ।

ଭୁଲିଗଲେ ଆୟୋଜକ: ଆଗେଇ ଆସିଲେ  'କେନ୍ଦ୍ରାପଡ଼ା ସାଇକେଲ କ୍ଳବ୍'
ଭୁଲିଗଲେ ଆୟୋଜକ: ଆଗେଇ ଆସିଲେ 'କେନ୍ଦ୍ରାପଡ଼ା ସାଇକେଲ କ୍ଳବ୍'
author img

By

Published : Dec 2, 2019, 12:41 PM IST

କେନ୍ଦ୍ରାପଡା: ସରିଲା ବାଲିଯାତ୍ରା । ଆୟୋଜକ ମଧ୍ୟ ଯେ ଯୁଆଡେ ଚାଲିଗଲେ । ଆଉ ଏବେ ବାଲିଯାତ୍ରା ପଡିଆରେ ପଡି ରହିଛି କୁଢ କୁଢ ଅଳିଆ । ଆଉ ଆବର୍ଜନା ସଫା କରିବାକୁ ଆଗେଇ କେନ୍ଦ୍ରାପଡ଼ା ସାଇକେଲ କ୍ଳବର ସଦସ୍ୟ, ଜିଲ୍ଲାର ବୁଦ୍ଧିଜୀବି ଏବଂ ଓଡ଼ିଶା ଜନସେବା ସଙ୍ଗଠନ । ଏହି ଅଭିଯାନରେ ସହରର ବିଭିନ୍ନ ବର୍ଗର ଲୋକ ମଧ୍ୟ ସାମିଲ ହୋଇଛନ୍ତି ।

ଭୁଲିଗଲେ ଆୟୋଜକ: ଆଗେଇ ଆସିଲେ 'କେନ୍ଦ୍ରାପଡ଼ା ସାଇକେଲ କ୍ଳବ୍'

କେନ୍ଦ୍ରାପଡ଼ା ସହର ମଧ୍ୟ ଦେଇ ପ୍ରବାହିତ ଗୋବରୀ ନଦୀ ପଠାର ଦୃଶ୍ୟ ଆଖିରେ ନଦେଖିଲେ ବିଶ୍ବାସ କରିବା କଷ୍ଟକର । ନଦୀ ପଠାରେ ଜମି ରହିଛି କୁଢ କୁଢ ଅଳିଆ ଆବର୍ଜନା । ବୋଝ ବୋଝ ପଲିଥିନ୍ ମଧ୍ୟ ଏଣେତେଣେ ପଡିଛି l କିଛି ଦିନ ତଳେ ଏଠାରେ ବାଲିଯାତ୍ରା ଆୟୋଜନ କରାଯାଇଥିଲା l କିନ୍ତୁ ଯାତ୍ରା ସରିଗଲା ପରେ ଆୟୋଜକମାନେ ନିଜ ଦାୟିତ୍ଵକୁ ଭୁଲି ଯାଇଛନ୍ତି ।

ତେବେ ଗୋବରୀ ନଦୀକୁ ଆବର୍ଜନା ମୁକ୍ତ କରିବା ପାଇଁ ଆଗେଇ ଆସିଛି 'କେନ୍ଦ୍ରାପଡ଼ା ସାଇକେଲ କ୍ଳବ୍' l ସୋମବାର କ୍ଳବ୍‌ର ସଦସ୍ୟ ଝାଡୁ ଧରି ନଦୀ ପଠାରେ ହାଜର ହୋଇଗଲେ । ତାପରେ ଚାଲିଲା ସଫେଇ କାର୍ଯ୍ୟ । କିଛି ସମୟ ମଧ୍ୟରେ ସମଗ୍ର ଯାତ୍ରା ପଡ଼ିଆକୁ ଆବର୍ଜନା ମୁକ୍ତ କରିଦେଲେ କ୍ଳବର ସଦସ୍ୟ ।

ତେବେ ସାଇକେଲ ଚାଳନା କରି ସ୍ବାସ୍ଥ୍ୟ ସଚେତନତାବାର୍ତ୍ତା ପ୍ରଚାର କରିବା ସହିତ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛି କେନ୍ଦ୍ରାପଡ଼ା ସାଇକେଲ କ୍ଳବ୍ l ବାଲିଯାତ୍ରା ପଡିଆ ସଫେଇ କାର୍ଯ୍ୟରେ କ୍ଳବ୍‌ର ପ୍ରାୟ 60ଜଣ ସଦସ୍ୟ ସାମିଲ ହୋଇଥିଲେ । ଏହି ସଫେଇ ଅଭିଯାନରେ ଜିଲ୍ଲାର ପୋଲିସ, ପ୍ରଶାସକ, ଡାକ୍ତର, ଛାତ୍ରଛାତ୍ରୀ, ସାମ୍ବାଦିକ ଓ ସାହିତ୍ୟିକ ଇତ୍ୟାଦି ସାମିଲ ହୋଇଥିଲେ l ବସ୍ତା ବସ୍ତା ପଲିଥିନ୍ ଓ ଆବର୍ଜନା ଏକାଠି କରି ନଷ୍ଟ କରିଥିଲେ l ତେବେ ଆବର୍ଜନା ଯେଉଁଠି ବି ପଡିଥାଉ ନା କାହିଁକି ତାକୁ ସଫା କରିବା ଦାୟିତ୍ଵ ଆମ ସମସ୍ତଙ୍କର ବୋଲି କ୍ଳବ୍ ସଦସ୍ୟ ମତ ପ୍ରକାଶ କରିଛନ୍ତି l

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:01.12.2019
Radhakanta Mohanty, Kendrapada
Slug-od_kpr_01_cleanness_script_7204459
Anchor- ବାଲିଯାତ୍ରା ସରିଗଲା l ଆୟୋଜକ ଯେ ଯୁଆଡେ ଚାଲି ଗଲେ l ବାଲିଯାତ୍ରା ପଡିଆରେ ପଡି ରହିଲା କୁଢ କୁଢ ଅଳିଆ l କିନ୍ତୁ ଏହି ଆବର୍ଜନା କୁ ସଫା କରିଛନ୍ତି କେନ୍ଦ୍ରାପଡ଼ା ସାଇକେଲ କ୍ଳବ୍ ର ସଦସ୍ୟ ଓ ଜିଲ୍ଲାର ବୁଦ୍ଧିଜୀବି ଏବଂ ଓଡ଼ିଶା ଜନସେବା ସଙ୍ଗଠନ। କେବଳ ସେତିକି ନୁହେଁ ଏହି ଅଭିଯାନ ରେ ସହର ର ବିଭିନ୍ନ ବର୍ଗର ଲୋକ ଙ୍କୁ ସାମିଲ କରିଛନ୍ତି l କେନ୍ଦ୍ରାପଡ଼ା ସହର ମଧ୍ୟ ଦେଇ ପ୍ରବାହିତ ଗୋବରୀ ନଦୀ ପଠା ର ଦୃଶ୍ୟ ଆଖିରେ ନଦେଖିଲେ ବିଶ୍ବାସ ହେବନି l ନଦୀ ପଠାରେ ଜମି ରହିଛି କୁଢ କୁଢ ଅଳିଆ ଆବର୍ଜନା l ବୋଝ ବୋଝ ପଲିଥିନ୍ ବିକ୍ଷିପ୍ତ ଭାବ ରେ ଏଣେତେଣେ ପଡିଛି l କିଛି ଦିନ ତଳେ ଏଠାରେ ବାଲିଯାତ୍ରା ଆୟୋଜନ କରାଯାଇଥିଲା l କିନ୍ତୁ ଯାତ୍ରା ସରିଗଲା ପରେ ଆୟୋଜକ ମାନେ ନିଜ ଦାୟିତ୍ଵ କୁ ଭୁଲିଗଲେ l
Byt-କେଶବ ସାହୁ(ବୁଦ୍ଧିଜୀବି)
Byt-ଅନୀଲ କୁମାର ସ୍ୱାଇଁ(କେନ୍ଦ୍ରାପଡ଼ା ସାଇକେଲ କ୍ଳବ ସଦସ୍ୟ)
VO2- ତେବେ ଗୋବରୀ ନଦୀ କୁ ଆବର୍ଜନା ମୁକ୍ତ କରିବା ପାଇଁ ଆଗେଇ ଆସିଲା 'କେନ୍ଦ୍ରାପଡ଼ା ସାଇକେଲ କ୍ଳବ୍' l ଆଜି କ୍ଳବ୍ ର ସଦସ୍ୟ ମାନେ ଆଜି ଝାଡୁ ଧରି ନଦୀ ପଠାରେ ହାଜର ହୋଇଗଲେ l ତାପରେ ଚାଲିଲା ସଫେଇ କାର୍ଯ୍ୟ l କିଛି ସମୟ ମଧ୍ୟରେ ସମଗ୍ର ଯାତ୍ରା ପଡ଼ିଆକୁ ଆବର୍ଜନା ମୁକ୍ତ କରିଦେଲେ କ୍ଳବ୍ ର ସଦସ୍ୟ ମାନେ l ସାଇକେଲ ଚାଳନା କରି ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ପ୍ରଚାର କରିବା ସହିତ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛି କେନ୍ଦ୍ରାପଡ଼ା ସାଇକେଲ କ୍ଳବ୍ l ବାଲିଯାତ୍ରା ପଡିଆ ସଫେଇ କାର୍ଯ୍ୟରେ କ୍ଳବ୍ ର ପ୍ରାୟ ୬୦ ଜଣ ସଦସ୍ୟ ସାମିଲ ହୋଇଥିଲେ l ଏହି ସଫେଇ ଅଭିଯାନ ରେ ଜିଲାର ପୁଲିସ, ପ୍ରଶାସକ, ଡାକ୍ତର୍, ଛାତ୍ରଛାତ୍ରୀ, ସାମ୍ବାଦିକ ଓ ସାହିତ୍ୟିକ ମାନେ ସାମିଲ ହୋଇଥିଲେ l ବସ୍ତା ବସ୍ତା ପଲିଥିନ୍ ଓ ଆବର୍ଜନା ଏକାଠି କରି ନଷ୍ଠ କରିଦେଇଥିଲେ l ତେବେ ଆବର୍ଜନା ଯେଉଁଠି ବି ପଡିଥାଉ ନା କାହିଁକି ତାକୁ ସଫା କରିବା ଦାୟିତ୍ଵ ଆମ ସମସ୍ତଙ୍କର ବୋଲି କ୍ଳବ୍ ସଦସ୍ୟ ମାନେ ମତ ପ୍ରକାଶ କରିଛନ୍ତି l
Byt-ଶୋଭନ ଆଚାର୍ଯ୍ୟ(ସଭାପତି, ଓଡିଶା ଜନସେବା ସଙ୍ଗଠନ)
Byt-ଡ଼ଃ ଦାସ(ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କେନ୍ଦ୍ରାପଡ଼ା)Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.