ETV Bharat / state

କୋ-ଅପରେଟିଭ ବ୍ୟାଙ୍କ ଯୁବତୀ ଅସଦାଚରଣ ମାମଲା, କେବେ ଗିରଫ ହେବେ କମଳାକାନ୍ତ ? - ସଭାପତି ପ୍ରମୋଦ ସାହୁ ଗିରଫ

ଥମୁନି କେନ୍ଦ୍ରାପଡା କୋ-ଅପରେଟିଭ ସୋସାଇଟିର ଚର୍ଚ୍ଚା । କାର୍ଯ୍ୟରତ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ସଭାପତି ପ୍ରମୋଦ ସାହୁ ଗିରଫ ପରେ ସମାନ ଅଭିଯୋଗରେ ସୋସାଇଟିର ଇନସ୍ୟୁରାନ୍ସ ଆଡ଼ଭାଇଜର କମଳାକାନ୍ତ ସୁଆରକୁ କେବେ ଗିରଫ କରାଯିବ ତାକୁ ନେଇ ଉଠିଛି ପ୍ରଶ୍ନ ।

ଡିଜାଇନ ଫଟୋ
author img

By

Published : Nov 11, 2019, 3:06 PM IST

Updated : Nov 11, 2019, 3:13 PM IST

କେନ୍ଦ୍ରାପଡା: ଥମୁନି କେନ୍ଦ୍ରାପଡା କୋ-ଅପରେଟିଭ ବ୍ୟାଙ୍କ ସୋସାଇଟିର ଚର୍ଚ୍ଚା । କାର୍ଯ୍ୟରତ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ସଭାପତି ପ୍ରମୋଦ ସାହୁ ଗିରଫ ପରେ ସମାନ ଅଭିଯୋଗରେ ସୋସାଇଟିର ଇନସ୍ୟୁରାନ୍ସ ଆଡ଼ଭାଇଜର କମଳାକାନ୍ତ ସୁଆରକୁ କେବେ ଗିରଫ କରାଯିବ ତାକୁ ନେଇ ଉଠିଛି ପ୍ରଶ୍ନ । କମଳାକାନ୍ତ ପୀଡିତାଙ୍କ ସମ୍ପର୍କୀୟ ମାମୁଁ ହୋଇଥିବାବେଳେ ତାଙ୍କ ଠାରୁ ଲକ୍ଷେ ଟଙ୍କା ଲାଞ୍ଚ ନେଇ ଚାକିରୀ ଦେବା ସହ ସଭାପତିଙ୍କୁ ଖୁସି କରିବାକୁ ସେ କହିଥିଲେ। ବହୁ ବଡବଡ ନେତାଙ୍କ ସହ ଥିବା ଫଟୋ ତାଙ୍କୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଭାବେ ପରିଚିତ କରୁଥିବାରୁ ତାଙ୍କୁ ଯଥାଶୀଘ୍ର ଗିରଫ କରାନଗଲେ ପୀଡିତାଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ହେଉଛି ।

କୋ-ଅପରେଟିଭ ସୋସାଇଟି ଯୁବତୀ ଅସଦାଚରଣ ମାମଲା, କେବେ ଗିରଫ ହେବେ କମଳାକାନ୍ତ

ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଏହି ମାମଲା ପଦାକୁ ଆସିବା ପରେ ସୋସାଇଟିରେ କୋଟି କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । କୌଣସି ବ୍ୟକ୍ତି ଏହି ସୋସାଇଟିରୁ 40 ହଜାରରୁ ଅଧିକ ଋଣ ନେଲେ ସେ ଏଲଆଇସି କରିବାକୁ ବାଧ୍ୟ । ଯାହାର କମିଶନ ସୋସାଇଟି ଆକାଉଣ୍ଟକୁ ଆସିବା କଥା । ହେଲେ ଏହା ସୋସାଇଟିକୁ ନ ଆସି ସିଧାସଳଖ କମଳାକାନ୍ତଙ୍କ ଆକାଉଣ୍ଟକୁ ଯାଏ । ଏହା ସହ ସୋସାଇଟିରେ ଫଲ୍ସ ଭାଉଚର ମଧ୍ୟ କରାଯାଏ । ଯାହାର ଅଭିଯୋଗ କରିବାରୁ କିଛି ଦିନ ପୂର୍ବେ ସିନିଆର ମ୍ୟାନେଜର ରାଜଦୀପ ପଢିଆରୀଙ୍କୁ ନିଲମ୍ବନ କରାଯାଇଛି । ସେପଟେ ଏସବୁ ବାବଦରେ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଅଫ କୋ ଅପରେଟିଭ ସୋସାଇଟିଙ୍କ ନିକଟରେ ଅଭିଯୋଗ ହୋଇଥିଲେ ବି ସେ ଏହାକୁ ବ୍ୟକ୍ତିଗତ ମାମଲା ବୋଲି କହିଛନ୍ତି ।

ଜିଲ୍ଲାରେ ଏଭଳି ଘଟଣାକୁ ନେଇ ଚାରିଆଡେ ପ୍ରତିକ୍ରିୟା ପ୍ରକାଶ ପାଇବା ଓ ଗତ 4ତାରିଖରେ ରେଜିଷ୍ଟ୍ରାରଙ୍କ ଦ୍ବାରା ସଭାପତିଙ୍କୁ ବହିଷ୍କୃତ କରାଯିବା ପରେ ମଧ୍ୟ ଏଆରସିଏସଙ୍କ ଏହି ପ୍ରତିକ୍ରିୟା ସଭାପତି ଓ ଇଂସ୍ୟୁରାନ୍ସ ଆଡଭାଇଜରଙ୍କ ଚାପକୁ ସ୍ପଷ୍ଟ ପ୍ରମାଣିତ କରୁଥିବା କୁହାଯାଉଛି। ଏହି ଅସଦାଚରଣ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବାର ଖବର ‘ଇଟିଭି ଭାରତ’ରେ ପ୍ରସାରଣ ପରେ ଅଭିଯୁକ୍ତ ସଭାପତିଙ୍କୁ ଗିରଫ କରାଯାଇଥିଲା । ତେବେ ଏହି ଘଟଣାର ଅନ୍ୟ ଅଭିଯୁକ୍ତ କମଳାକାନ୍ତଙ୍କୁ ପୋଲିସ କେବେ ଗିରଫ କରୁଛି ତାହା ଦେଖିବାର କଥା।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:11.11.2019
Radhakanta Mohanty, Kendrapada
Slug-od_kpr_01_insurance adv_script_7204459
Anchor-ଚର୍ଚ୍ଚିତ କେନ୍ଦ୍ରାପଡ଼ା କୋ ଅପରେଟିଭ ସୋସାଇଟିର ସଭାପତି ପ୍ରମୋଦ ସାହୁଙ୍କୁ ଗିରଫ ପରେ କେନ୍ଦ୍ରାପଡ଼ା ପୋଲିସ ଏହି ଘଟଣାରେ ଅନ୍ୟତମ ଅଭିଯୁକ୍ତ ସୋସାଇଟିର ଇଂସ୍ୟୁରାନ୍ସ ଆଡ଼ଭାଇଜରଥା ତଥା ପିଡିତାଙ୍କ ସମ୍ପର୍କୀୟ ମାମୁଁଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ ତଥା କୋଟିକୋଟି ଟଙ୍କା ହେରାଫେରରେ ମୁଖ୍ୟ ସୂତ୍ରଧର କମଳାକାନ୍ତ ସୁଆରଙ୍କୁ କେବେ ଗିରଫ କରିବ ତାହାକୁ ନେଇ ଉଠିଛି ପ୍ରଶ୍ନ।
Body:VO1-ନାମ କମଳାକାନ୍ତ ସୁଆର,କାମ ଲୋକମାନେ ଜାଣିବାକୁ କୋ ଅପରେଟିଭ ସୋସାଇଟିର ଇଂସ୍ୟୁରାନ୍ସ ଆଡ଼ଭାଇଜର କିନ୍ତୁ ବାସ୍ତବିକ ସୋସାଇଟିରୁ 40ହଜାର ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କା ଋଣ ନେଉଥିବା ସମସ୍ତ ଋଣ ଗ୍ରହୀତା ମାନଙ୍କର ବାଧ୍ୟତାମୂଳକ ଇଂସ୍ୟୁରାନ୍ସ କରୁଥିବା ବ୍ୟକ୍ତି।ପିଡିତାଙ୍କ ସମ୍ପର୍କୀୟ ମାମୁ, ଯିଏକି ପିଡିତାଙ୍କ ନିକଟରୁ ପ୍ରଥମେ 1ଲକ୍ଷ ଟଙ୍କା ଲାଞ୍ଚ ଭାବରେ ନେଇ ପରେ ସଭାପତିଙ୍କୁ ଖୁସି କରାଇବା ପାଇଁ ଜବରଦସ୍ତି କରିଥିଲେ ପରେ ପିଡିତା,ଏହି କଂସ ମାମୁଁଙ୍କ(କମଳାକାନ୍ତ ସୁଆର) କଥାରେ ଅରାଜି ହେବାରୁ ତାଙ୍କୁ ଦୁଃଷ୍କର୍ମ କରିବା ସହିତ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ।କେବଳ ସେତିକି ନୁହେଁ, "KCCSର ଅନମୋଲ ରତନ"ବୋଲି ନିଜ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଥିବା ଏହି ବାବୁଜଣଙ୍କର ବହୁ ବଡ଼ବଡ଼ ବ୍ୟକ୍ତିବିଶେଷ ମାନଙ୍କ ସମ୍ପର୍କ ଥିବା ଫଟୋ କହୁଛି।କେନ୍ଦ୍ରାପଡ଼ା ସାଂସଦଙ୍କ ସହ ବ୍ୟକ୍ତିଗତ ଫଟୋ,ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଫଟୋ ଉଠାଇ କମଳାକାନ୍ତ ନେତା ଠାରୁ ସାମ୍ବାଦିକ ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହ ସମଭାବାପନ୍ନ ସମ୍ପର୍କ ରଖି ସୋସାଇଟିରୁ କୋଟିକୋଟି ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି।ତେବେ ପ୍ରମୋଦଙ୍କ ଗିରଫ ପରେ ଏହି ବାବୁଜଣଙ୍କ ଗଲେ କୁଆଡେ ତାକୁ ନେଇ ଉଠିଛି ପ୍ରଶ୍ନ।ପୋଲିସ ଦୀର୍ଘଦିନ ଧରି ପିଡିତାଙ୍କ ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ପିଡିତା 237/2019ରେ ମାନ୍ୟବର sdjmଙ୍କ ନିକଟରେ 1cc କେଶ କରିଥିଲେ ମଧ୍ୟ ଚୁପ ରହିଥିଲା।ଏନେଇ ETV BHARAT ଗତ ମାସ 28 ତାରିଖରେ ଖବର ପ୍ରସାରଣ କରିବା ପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସଭାପତିଙ୍କୁ ଗିରଫ କରାଯାଇଥିଲେ ମଧ୍ୟ କମଳାକାନ୍ତଙ୍କୁ କେନ୍ଦ୍ରାପଡ଼ା ପୋଲିସ ସୁରକ୍ଷା ଦେଉଛି ବୋଲି ଅଭିଯୋଗ କରିଛନ୍ତି ପିଡିତାଙ୍କ ଓକିଲ।
Byt-ପିଡିତା
Byt-ଦୁର୍ଯ୍ୟୋଧନ ସାହୁ(ପିଡିତାଙ୍କ ଓକିଲ)
VO2-ଅନ୍ୟପଟେ ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀ ମାନଙ୍କ ବିରୋଧରେ ମୁହଁ ଖୋଲିଲେ ସୋସାଇଟି ପକ୍ଷରୁ ନିଲମ୍ବନ ଆଦେଶ ମିଳୁଥିଲା ବୋଲି କହିଛନ୍ତି ପୂର୍ବତନ ଇଣ୍ଟରନାଲ ଅଡିଟର ତଥା ସିନିଆର ମ୍ୟାନେଜର ରାଜଦୀପ ପଢ଼ିଆରୀ।ରାଜଦୀପଙ୍କ ଅଭିଯୋଗ ଅନୁଯାୟୀ କର୍ପୋରେଟ ଏଜେନ୍ସି ନିୟମାନୁଯାୟୀ ଯଦି ବାର୍ଷିକ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଆକାଉଣ୍ଟକୁ ସୋସାଇଟିର ବୀମା ରାଶି ଯାଉଥିବ ତେବେ ଏହାର ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ଅର୍ଥ ସୋସାଇଟି ଆକାଉଣ୍ଟକୁ ଆସିବା କଥା।କିନ୍ତୁ ଇଂସ୍ୟୁରାନ୍ସ ଆଡଭାଇଜର ଥିବା କମଳାକାନ୍ତ ସୁଆରଙ୍କ ଆକାଉଣ୍ଟକୁ ବାର୍ଷିକ କୋଟିକୋଟି ଟଙ୍କା ଯାଉଥିଲେ ମଧ୍ୟ ଏହାର କୌଣସି ଅର୍ଥ ସୋସାଇଟି ଆକାଉଣ୍ଟକୁ ଆସିନଥାଏ।ଏଥିପାଇଁ ରାଜଦୀପ ଅଭିଯୋଗ ଆଣିବାରୁ ସୋସାଇଟିର ସମ୍ପାଦକ ତାଙ୍କୁ ନିଲମ୍ବନ କରିଥିଲେ।
Byt-ରାଜଦୀପ ପଢ଼ିଆରୀ(ପୂର୍ବତନ ସିନିଅର ମ୍ୟାନେଜର,KCCS)
VO3-ଜିଲ୍ଲାର ଗୋଟିଏ ସୋସାଇଟିରେ ଏଭଳି ଘଟଣା ଦୀର୍ଘ ଦିନରୁ ଚାଲିଆସୁଥିବା ଓ ଏନେଇ ଗତ 30.08.2019ରେ ଜିଲ୍ଲାପାଳଙ୍କ ନିକଟରେ ପିଡିତାଙ୍କ ଦ୍ୱାରା ଅନଲାଇନ ଅଭିଯୋଗ,26.09.2019ରେ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଅଫ କୋ ଅପରେଟିଭ ସୋସାଇଟି ନିକଟରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ଏହା ଏକ ବ୍ୟକ୍ତିଗତ ମାମଲା ହୋଇଥିବା ଓ ଏନେଇ କୌଣସି ଅଭିଯୋଗ ମିଳିନଥିବା କହିଛନ୍ତି ARCS ଅଶୋକ ବେହେରା।ତେବେ ଜିଲ୍ଲାରେ ଏଭଳି ଘଟଣାକୁ ନେଇ ଚାରିଆଡେ ପ୍ରତିକ୍ରିୟା ସୃଷ୍ଟି ହେବା ଓ ଏନେଇ ଗତ 4ତାରିଖରେ ରେଜିଷ୍ଟ୍ରାରଙ୍କ ଦ୍ୱାରା ସଭାପତିଙ୍କୁ ପଦବୀରୁ ବହିଷ୍କୃତ କରାଯିବା ପରେ ମଧ୍ୟ ARCSଙ୍କ ଏହି ପ୍ରତିକ୍ରିୟା ସଭାପତି ଓ ଇଂସ୍ୟୁରାନ୍ସ ଆଡଭାଇଜରଙ୍କ ଚାପକୁ ସ୍ପଷ୍ଟ ପ୍ରମାଣିତ କରୁଛି।
Byt-ଅଶୋକ ବେହେରା(ARCS, କେନ୍ଦ୍ରାପଡ଼ା)
Conclusion:FVO-ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଅଭିଯୁକ୍ତ ମାମୁଁ କମଳାକାନ୍ତ ସୁଆର ଫେରାର ଥିବାବେଳେ ପୋଲିସ କେବେ ଏହି ଦ୍ଵିତୀୟ ଅଭିଯୁକ୍ତକୁ ଗିରଫ କରି ପୋଲିସର ପାରିବାପଣିଆ ଦେଖାଇବ ତାହା ସମୟ କହିବ।
(ଫଟୋ ଯାଇଛି ମେଲରେ)
Last Updated : Nov 11, 2019, 3:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.