ETV Bharat / state

କେନ୍ଦ୍ରାପଡା କୋ-ଅପରେଟିଭ ବ୍ୟାଙ୍କ କେଳେଙ୍କାରୀ: ଗରମ ରାଜନୀତି - ପ୍ରମୋଦ ସାହୁ ମାମଲା

କେନ୍ଦ୍ରାପଡ଼ା କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ବିରୋଧରେ ତାତିଲେଣି ବିରୋଧୀ । କର୍ମଚାରୀଙ୍କୁ ଅସଦାଚାରଣ ମାମଲାରେ ପୀଡିତାଙ୍କୁ ନ୍ୟାୟ ଓ ଦୋଷୀକୁ ଗିରଫ କରାଯାଉ । ଏଥିସହ ପ୍ରମୋଦଙ୍କୁ ସମ୍ପାଦକ ପଦବୀରୁ ବହିଷ୍କୃତ ଦାବିରେ ସ୍ବର ଉଠେଇଛି ମହିଳା କଂଗ୍ରେସ ଓ କେନ୍ଦ୍ରାପଡ଼ା ମହିଳା ମୋର୍ଚ୍ଚା ।

କେନ୍ଦ୍ରାପଡା କୋପରେଟିଭ ବ୍ୟାଙ୍କ କେଳେଙ୍କାରୀ
author img

By

Published : Oct 31, 2019, 11:13 PM IST

Updated : Nov 1, 2019, 4:31 PM IST

କେନ୍ଦ୍ରାପଡା: ବଢୁଛି ବିଜେଡି ରାଜ୍ୟ ସମ୍ପାଦକ ତଥା କେନ୍ଦ୍ରାପଡ଼ା କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ଅଡୁଆ । କର୍ମକ୍ଷେତ୍ରରେ ଯୁବତୀ କର୍ମଚାରୀଙ୍କୁ ଅସଦାଚରଣ ମାମଲାରେ ବିବାଦରେ ଛନ୍ଦି ହେଲେଣି ପ୍ରମୋଦ । ଏପଟେ ବିଜେଡି ସହ ତାଙ୍କ ସମ୍ପର୍କ ନେଇ କେନ୍ଦ୍ରାପଡ଼ା ରାଜନୀତି ବି ବେଶ ସରଗରମ ।

କେନ୍ଦ୍ରାପଡା କୋ-ପରେଟିଭ ବ୍ୟାଙ୍କ କେଳେଙ୍କାରୀ: ଗରମ ରାଜନୀତି

ବିଜେଡି ସୁପ୍ରିମୋ ତୁରନ୍ତ ନୈତିକତା ଦୃଷ୍ଟିରୁ ପ୍ରମୋଦଙ୍କୁ ସମ୍ପାଦକ ପଦବୀରୁ ବହିଷ୍କୃତ କରନ୍ତୁ । ଏଥିସହ କୋ-ଅପରେଟିଭ ସୋସାଇଟିର ସଭାପତି ପଦବୀରୁ ତାଙ୍କୁ ହଟାଯାଉ ବୋଲି ଦାବି କରିଛନ୍ତି ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଅନ୍ନପୂର୍ଣ୍ଣା ଦାସ ।

‘‘ବିଜେଡି ସରକାରରେ ମହିଳା ଅସୁରକ୍ଷିତ ଓ କୁଜିନେତା ସୁରକ୍ଷିତ । ବିଜେଡିର "ମା'କୁ ସମ୍ମାନ, ଗାଁକୁ କାମ"କେବଳ ସ୍ଲୋଗାନରେ ରହିଯାଇଛି । ପିଡିତା ଯୁବତୀ ସହିତ ମହିଳା କଂଗ୍ରେସ ସଦାସର୍ବଦା ରହିବ ଓ ନ୍ୟାୟ ନ ମିଳିଲେ ମହିଳା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ । ଏପଟେ ଆଜି(ଗୁରୁବାର ) ଭାରତୀୟ ମହିଳା ମୋର୍ଚ୍ଚାର ଛ'ଜଣିଆ ଜିଲ୍ଲା ଟିମ ଏସପି ନୀତିଶେଖରଙ୍କୁ ଭେଟି ପ୍ରମୋଦ ସାହୁଙ୍କୁ ଶୀଘ୍ର ଗିରଫ ଦାବି ସହ ପିଡିତାଙ୍କୁ ନ୍ୟାୟ ପ୍ରଦାନ ଦାବି ଦୋହରାଇଛନ୍ତି ।

ପୋଲିସର ଖାମଖିଆଲିକୁ ନେଇ HRPC ଆଡିସନାଲ DGଙ୍କୁ ଭେଟି ଅଭିଯୋଗ କରିଛନ୍ତି ପୀଡିତା । ଯଦି ନ୍ୟାୟ ନ ମିଳେ ସୁଇସାଇଡ କରିବି ବୋଲି ଚେତାବନୀ ଦେଇଛନ୍ତି ପୀଡିତ ଯୁବତୀ । ତେବେ ଏହା ଟେକନିକାଲ ଅଭିଯୋଗ, ଏଣୁ ବିଳମ୍ବ ହେଉଛି ବୋଲି କହି ହାତ ଟେକିଦେଇଛନ୍ତି ମାମଲାର ତଦନ୍ତ କରୁଥିବା ଏସପି ।

ସେପଟେ "ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି"ନ୍ୟାୟରେ ସୋସାଇଟି ସଦସ୍ୟ । ବୁଧବାର ସନ୍ଧ୍ୟାରେ ସଂଖ୍ୟାଧିକ ସଦସ୍ୟ ଏକ ରାଲିରେ ଯାଇ ଏସପିଙ୍କୁ ଭେଟି ସୋସାଇଟିକୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୋସାଇଟି ସମ୍ପାଦକ ପ୍ରହ୍ଲାଦ ସାହୁ ସଫେଇ ଦେଇଛନ୍ତି ୟେ, ‘ପିଡିତା ଜଣଙ୍କୁ ବଦଳି କରାଯାଇଥିବାରୁ ସେ ଏଭଳି ଅଭିଯୋଗ କରୁଛନ୍ତି । ଯଦି ପିଡିତାଙ୍କୁ ଏଭଳି ଯୌନ ନିର୍ଯ୍ୟାତନା କରାଯାଇଛି ତେବେ ସେ ସୋସାଇଟି ଦ୍ବାରା ଗଠିତ ହୋଇଥିବା କର୍ମଜୀବୀ ମହିଳା କମିଟି ଆଗରେ କାହିଁକି କହୁନଥିଲେ ? ତେବେ ଆଗରୁ ଉକ୍ତ ଅଫିସରେ ଦୁଇ ତିନୋଟି ଏଭଳି ଅଭିଯୋଗ ହୋଇଥିଲେ ମଧ୍ୟ ତାହା ଏହି କମିଟି ଦ୍ବାରା ସମାଧାନ ହୋଇଛି ବୋଲି କହୁ କହୁ କହିଛନ୍ତି ପ୍ରହ୍ଲାଦ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତିଙ୍କ ରିପୋର୍ଟ, ଇଟିଭି ଭାରତ

Intro:31.10.2019
Radhakanta Mohanty, Kendrapada
Slug-od_kpr_01_kcc flp_script_7204459
Anchor-ବଢୁଛି ବିଜେଡି ରାଜ୍ୟ ସମ୍ପାଦକ ତଥା କେନ୍ଦ୍ରାପଡ଼ା କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ପାଇଁ ଅଡୁଆ।କାର୍ଯ୍ୟକ୍ଷେତ୍ରରେ ଜଣେ ଯୁବତୀ କର୍ମଚାରୀଙ୍କୁ ଅସଦାଚରଣ କରିବା ମାମଲାରେ ଦିନକୁଦିନ ଛନ୍ଦି ହୋଇପଡୁଛନ୍ତି ପ୍ରମୋଦ।ତେବେ ବିଜେଡି ସହ ତାଙ୍କ ସମ୍ପର୍କକୁ ନେଇ ବର୍ତ୍ତମାନ କେନ୍ଦ୍ରାପଡ଼ା ରାଜନୀତି ସରଗରମ।ବିଜେଡି ସୁପ୍ରିମୋ ତଥା ବିଜେଡି ରାଜ୍ୟ ସଭାପତି ନୈତିକତା ଦୃଷ୍ଟିରୁ ପ୍ରମୋଦଙ୍କୁ ସମ୍ପାଦକ ପଦବୀରୁ ବହିସ୍କୃତ କରିବା ସହ କୋ-ଅପରେଟିଭ ସୋସାଇଟିର ସଭାପତି ପଦବୀରୁ ତାଙ୍କୁ ହଟାଯାଉ ବୋଲି ଦାବି କରିଛନ୍ତି ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଅନ୍ନପୂର୍ଣ୍ଣା ଦାସ।
Body:VO1-ବିଜେଡି ସରକାରରେ ମହିଳା ଅସୁରକ୍ଷିତ ଓ କୁଜିନେତା ସୁରକ୍ଷିତ ବୋଲି କହିବା ସହ ବିଜେଡିର "ମା'କୁ ସମ୍ମାନ,ଗାଁକୁ କାମ"କେବଳ ସ୍ଲୋଗାନରେ ରହିଯାଇଛି ପ୍ରତିକ୍ରିୟାଶୀଳ ହୋଇ ପିଡିତା ଯୁବତୀ ସହିତ ମହିଳା କଂଗ୍ରେସ ସଦାସର୍ବଦା ରହିବ ଓ ନ୍ୟାୟ ନମିଳିଲେ ମହିଳା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ।ସେପଟେ ଭାରତୀୟ ମହିଳା ମୋର୍ଚାର ଛ'ଜଣିଆ ଜିଲ୍ଲା ଟିମ ଆଜି ଏସପି ନୀତିଶେଖରଙ୍କୁ ଭେଟି ପ୍ରମୋଦ ସାହୁଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବି କରିବା ସହ ପିଡିତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଦାବି ଦୋହରାଇଛନ୍ତି।
Byt-ଅନ୍ନପୂର୍ଣ୍ଣା ଦାସ(କେନ୍ଦ୍ରାପଡ଼ା ମହିଳା କଂଗ୍ରେସ ସଭାନେତ୍ରୀ)
Byt-କାନନବାଳା ଦାସ(କେନ୍ଦ୍ରାପଡ଼ା ମହିଳା ମୋର୍ଚ୍ଚା ସଭାନେତ୍ରୀ)
VO2-ସେପଟେ "ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି"ନ୍ୟାୟରେ ଗତକାଲି ସନ୍ଧ୍ୟାରେ କୋ-ଅପରେଟିଭ ସୋସାଇଟିର ସଂଖ୍ୟାଧିକ ସଦସ୍ୟ ଏକ ରାଲିରେ ଯାଇ ଏସପିଙ୍କୁ ଭେଟି ସୋସାଇଟିକୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି।ଏକ ସାମ୍ବାଦିକ ସମ୍ମିଳନୀରେ ସୋସାଇଟି ସମ୍ପାଦକ ପ୍ରହ୍ଲାଦ ସାହୁ ପିଡିତା ଜଣଙ୍କୁ ବଦଳି କରାଯାଇଥିବାରୁ ସେ ଏଭଳି ଅଭିଯୋଗ କରିଥିବା ଓ ଯଦି ପିଡିତା ଜଣଙ୍କୁ ଏଭଳି ସେକ୍ସୁଆଲ ହାରାସମେଣ୍ଟ କରାଯାଇଛି ତେବେ ସେ ସୋସାଇଟି ଦ୍ୱାରା ଗଠିତ ହୋଇଥିବା କର୍ମଜୀବୀ ମହିଳା କମିଟି ଆଗରେ କାହିଁକି କହୁନଥିଲେ ବୋଲି ପ୍ରଶ୍ନ କରିଛନ୍ତି।ଆଗରୁ ଉକ୍ତ ଅଫିସରେ ଦୁଇତିନୋଟି ଏଭଳି ଅଭିଯୋଗ ହୋଇଥିଲେ ମଧ୍ୟ ତାହା ଏହି କମିଟି ଦ୍ୱାରା ସମାଧାନ ହୋଇଛି ବୋଲି କହୁକହୁ କହିଦେଇଥିଲେ ପ୍ରହ୍ଲାଦ ସାହୁ।ତେବେ ଏଭଳି ଅସଦାଚରଣ ଘଟଣା ଆଗରୁ ବହୁତ ଥର ଘଟିଥିବା ମାନିଛନ୍ତି ସମ୍ପାଦକ।
Byt-ପ୍ରହ୍ଲାଦ ସାହୁ(ସମ୍ପାଦକ,କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟି)
VO3-HRPC ଆଡିସନାଲ DG ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ସମୀକ୍ଷା କରିବାକୁ ଆସିଥିବା ବେଳେ ପିଡିତା ଜଣଙ୍କ ଅତିରିକ୍ତ DG ଙ୍କୁ ଭେଟି ପୋଲିସ ତଦନ୍ତରେ ବିଳମ୍ବ କରୁଥିବା ଅଭିଯୋଗ କରିଥିଲେ।ପରେ ଯୁବତୀଙ୍କ ଅଭିଯୋଗର ତଦନ୍ତ କରୁଥିବା ଅତିରିକ୍ତ ଏସପି ଅମିତା ପଟ୍ଟନାୟକ ଯୁବତୀ ଜଣଙ୍କୁ ଧରି ତଦନ୍ତ ଚଳାଇଥିଲେ।ତେବେ ଟେକନିକାଲ ଅଭିଯୋଗ ହୋଇଥିବାରୁ ଏହାର ତଦନ୍ତରେ ବିଳମ୍ବ ହେଉଛି ବୋଲି କହିଛନ୍ତି ଏସପି ନୀତିଶେଖର।ତେବେ ରାଜ୍ୟ ସରକାର କହୁଥିବା 5T ମଧ୍ୟରୁ ଗୋଟିଏ T (ଟେକନୋଲୋଜି)କ୍ଷେତ୍ରରେ କେନ୍ଦ୍ରାପଡ଼ା ପୋଲିସ ବିଭାଗ କେତେ ପଛରେ ତାହା ଏସପିଙ୍କ ପ୍ରତିକ୍ରିୟାରୁ ଜଣାପଡୁଛି।
Byt-ନୀତିଶେଖର(ଏସପି,କେନ୍ଦ୍ରାପଡ଼ା)
Conclusion:PTC
Last Updated : Nov 1, 2019, 4:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.