ETV Bharat / state

କେନ୍ଦ୍ରାପଡ଼ାର 9ଟି ବ୍ଲକ ଘେରିଲା କଂଗ୍ରେସ, ମୌଳିକ ସମସ୍ୟା ଦୂର କରିବାକୁ ଦାବି

author img

By

Published : Aug 18, 2023, 6:19 PM IST

9 ଦଫା ଦାବିରେ କେନ୍ଦ୍ରାପଡା ଜିଲ୍ଲାର 9ଟି ବ୍ଲକ ଘେରିଲା କଂଗ୍ରେସ । ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବା ଚେତାବନୀ । ଅଧିକ ପଢନ୍ତୁ

9 ଦଫା ଦାବିରେ କେନ୍ଦ୍ରାପଡା ଜିଲ୍ଲାର 9ଟି ବ୍ଲକ ଘେରିଲା କଂଗ୍ରେସ

କେନ୍ଦ୍ରାପଡା: 9 ଦଫା ଦାବି ନେଇ ଜିଲ୍ଲାର 9ଟି ବ୍ଲକ ଘେରାଉ କରିଛି ଜାତୀୟ କଂଗ୍ରେସ । ରାଜ୍ୟ ସରକାରଙ୍କର ବିଫଳତାକୁ ଲୋକଲୋଚନକୁ ଆଣିବା ସହ ପ୍ରତିବାଦ ସ୍ୱରୂପ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅଭିଯୋଗ ପତ୍ର ପ୍ରଦାନ କରିଛି କଂଗ୍ରେସ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜନ ଆଜି 9 ଦଫା ଦାବିରେ ସମସ୍ତ ବ୍ଲକ ଘେରାଉ କରିଛି କଂଗ୍ରେସ । 24 ବର୍ଷର ଶାସନ କାଳରେ ବିଜେଡି ସରକାର ଲୋକଙ୍କୁ ଖାଲି ଶୋଷଣ କରିଥିବା ଅଭିଯୋଗ କରିଛି କଂଗ୍ରେସ ।

9ଟି ଦାବି ଗୁଡିକ ହେଲା: ପଞ୍ଚାୟତରେ ହେଉଥିବା ପ୍ରତ୍ୟେକଟି କାର୍ଯ୍ୟ ପାଇଁ ବ୍ଲକ୍‌ରେ ମଗା ଯାଉଥିବା 15% ପିସି କାରବାର ବନ୍ଦ ହେଉ । ପଞ୍ଚାୟତ କ୍ଷମତାକୁ ଅପବ୍ୟବହାର କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଗ୍ରାମସଭାରେ ନିଆନଯାଇ ଜିଲ୍ଲା ପରିଷଦରେ ନିଷ୍ପତ୍ତି ନେବା ଦ୍ୱାରା ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଥିବା ଅଭିଯୋଗ କରିଛି କଂଗ୍ରେସ । ଏହାସହ ନାରୀ ସଶକ୍ତିକରଣ ବଦଳରେ ନାରୀ ନିର୍ଯାତନା ବଢୁଛି । ଟାଟା ପାୱାର ହାତକୁ ବିଦ୍ୟୁତ ବିଭାଗ ଟେକି ଦେବା ପରେ ଟାଟା ପାୱାର ଲୋକଙ୍କୁ ଲୁଟୁଥିବା ଅଭିଯୋଗ ଆଣିଛି କଂଗ୍ରେସ । ଅଘୋଷିତ ବିଦ୍ୟୁତ କାଟ, ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ଭଳି ଅନେକ ବିଦ୍ୟୁତ ସମସ୍ୟାକୁ ସରକାର ଦୂର କରିବାକୁ କଂଗ୍ରେସ ଦାବି କରିଛି । ରାଜ୍ୟରେ ଥିବା ୨ଲକ୍ଷରୁ ଊର୍ଦ୍ଧ୍ବ ସରକାରୀ ପଦବୀ ପୂରଣ କରି ବେକାରୀ ସମସ୍ୟାକୁ ସମାଧାନ କରିବା । ଚାଷୀ ମାରଣା ନୀତି ବିରୋଧ କରି କଂଗ୍ରେସ ବିଭାନ୍ନ ଜିଲ୍ଲାର ବ୍ଲକ ଘେରାଉ କରିଛି ।

ଏହା ବି ପଢନ୍ତୁ: ବେଗୁନିଆରେ ବଳ ଦେଖାଇଲା କଂଗ୍ରେସ, ଶତାଧିକ ସମର୍ଥକଙ୍କୁ ନେଇ ଘେରିଲା ବ୍ଲକ ଅଫିସ୍‌

କେନ୍ଦ୍ରାପଡ଼ା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଛନ୍ତି, "ରାଜ୍ୟ ସରକାର ଦେଇଥିବା ପ୍ରତ୍ୟେକ ପ୍ରତିଶ୍ରୁତିକୁ ପୂରଣ କରିବାରେ ବିଫଳ ହୋଇଛନ୍ତି । 24 ବର୍ଷର ଶାସନ କାଳରେ ସରକାର ଏବଂ ତାଙ୍କର ମନ୍ତ୍ରୀମଣ୍ଡଳ ଦୁର୍ନୀତି ଛଡ଼ା କିଛି ବି ଜନକଲ୍ୟାଣକାରୀ କାର୍ଯ୍ୟ କରିନାହାନ୍ତି । ତେଣୁ ସରକାର ଏହି 9ଟି ଦାବିକୁ ଯଥାସମ୍ଭବ ପୂରଣ କରନ୍ତୁ ।" ଆଜି ଅନୁଷ୍ଠିତ ବିକ୍ଷୋଭ ଓ ପ୍ରତିବାଦ ସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ସମେତ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ବିଧାନସଭା ଯୁବ କଂଗ୍ରେସ ସଭାପତି ଉପସ୍ଥିତଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଜିଲ୍ଲାର ପ୍ରତ୍ୟେଟି ବ୍ଲକ ଘେରାଉ କରିବା ସହ ସରକାରଙ୍କ ବିରୋଧରେ ନାରା ଦେଇ ଆନ୍ଦୋଳନ କରିଥିଲେ ।

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.